POLITICALS

ମୁଖ୍ୟମନ୍ତ୍ରୀଙ୍କ ହେଲିକାପ୍ଟରକୁ ମଧ୍ୟ ଯାଞ୍ଚ କରୁଛି ଫ୍ଲାଇଂ ସ୍କ୍ବାର୍ଡ

ଦେଶରେ  ଚାଲିଛି ନିର୍ବାଚନୀ ହାୱା । ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ ପରେ ଏବେ ଅପେକ୍ଷା ଦ୍ୟୁତିୟ ପର୍ଯ୍ୟାୟକୁ। ତେବେ ନିର୍ବାଚନରେ ସ୍ବଚ୍ଛତା ଲାଗି ନିର୍ବାଚନ କମିଶନ ଆପଣେଇଛି ଅନେକ ପନ୍ଥା। ତେବେ ଏହି ପନ୍ଥା ମଧ୍ୟରୁ ଫ୍ଲାଇଂ ସ୍କ୍ବାର୍ଡ  ଗୋଟିଏ। ଗୋଟେପରେ ଗୋଟେ ରାଜନୈତିକ ନେତାଙ୍କ ଗାଡିକୁ ଯାଞ୍ଚ କରୁଛି ଟିମ। ତେବେ ଆଜି ଓଡିଶାର ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ହେଲିକପ୍ଟର ଯାଞ୍ଚ କରାଯାଇଛି ।

 

ଗତକାଲି ରାଉଲକେଲାରେ ମୁଖ୍ୟମନ୍ତ୍ରୀ ହେଲିକାପ୍ଟର ପହଁଚିବା ପରେ ସେଠାରେ ପହଁଚିଥିଲେ ଫ୍ଲାଇଙ୍ଗ ସ୍କ୍ବାର୍ଡ ।ମୁଖ୍ୟମନ୍ତ୍ରୀଙ୍କ ହେଲିକାପ୍ଟର ଯାଞ୍ଚ କରିବା ସହ ସେମାନେ ମୁଖ୍ୟମନ୍ତ୍ରୀଙ୍କ ସହ ଥିବା ସବୁ ସାମଗ୍ରୀ ଯାଞ୍ଚ  କରିଥିଲେ । ମୁଖ୍ୟମନ୍ତ୍ରୀ ଓ ତାଙ୍କ ସୁରକ୍ଷାକର୍ମୀ ଫ୍ଲାଇଂ ସ୍କ୍ବାର୍ଡକୁ ସମ୍ପୂର୍ଣ୍ଣ ଭାବେ ସମର୍ଥନ  କରିବା ସହ ଗୋଟିଏ ପରେ ଗୋଟିଏ ସାମଗ୍ରୀ ସେମାନଙ୍କ ଆଗରେ ଖୋଲି ଦେଖାଇଦେଇଥିଲେ ।ଫ୍ଲାଇଂ ସ୍କାର୍ଡ ମୁଖ୍ୟମନ୍ତ୍ରୀଙ୍କ ସବୁ ସାମାନ ଯାଞ୍ଚ କରିସାରିବ ପରେ ସେ ହେଲିକାପ୍ଟରରୁ ବାହାରି ରାଉଲକେଲାରେ ନିର୍ବାଚନୀ ପ୍ରଚାର  କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ପଢନ୍ତୁ: ପୁଣିଥରେ ନବଜୋତ ସିଂହ ଦେଲେ ବିବାଦୀୟ ବୟାନ

Related posts

‘ବିଜେପି ହେବ ଭାରତୀୟ ଜୋକର ପାର୍ଟି’: ଅଭିଷେକ ବାନାର୍ଜୀ

Ratnamani Moharana

ଆଜି ପୁରୀରେ ରୋଡ୍ ଶୋ’ କରିବେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା

Ratnamani Moharana

ବରଗଡ ଗ୍ରସ୍ତରେ ଶାସକ ଦଳ ଉପରେ ବର୍ଷିଲେ ରାହୁଲ: ରାଜ୍ୟ ଓ କେନ୍ଦ୍ର ଚାଷୀଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି

Ratnamani Moharana

Leave a Comment