ଜୀବମାନଙ୍କ ମଧ୍ୟରୁ ସାପ ସବୁଠାରୁ ଅଧିକ ବିଷାକ୍ତ ଜୀବ ଅଟେ ଏବଂ ଏହାର ନାଁ ଆସିବା ମାତ୍ରେ ଲୋକଙ୍କ ଭିତରେ ଆତଙ୍କ ସୁଷ୍ଟିହୋଇଥାଏ । ସାପ ନାଁ ଶୁଣିଲେ ଆତଙ୍କ ଖେଳିଯାଏ । ଗାଁ ହେଉ କିମ୍ବା ସହର ସମସ୍ତ ସ୍ଥାନରେ ସାପର ଭୟ ଲାଗିରହିଥାଏ । ଏହି ଜୀବକୁ ସମସ୍ତେ ଭୟ କରନ୍ତି । ସାପ କାମୁଡିବାର କିଛି କ୍ଷଣ ମଧ୍ୟରେ ଯଦି ଏହାର ସଠିକ ଉପଚାର କରାନଯାଏ, ତେବେ ସାପ କାମୁଡାର ଶିକାର ହୋଇଥିବା ବ୍ୟକ୍ତିର ମୃତ୍ୟୁ ସୁନିଶ୍ଚିତ । ତେଣୁ ଡାକ୍ତରଖାନା ଯିବା ପୂର୍ବରୁ ଆପଣ ବିଷର ପ୍ରଭାବରୁ ରକ୍ଷା ପାଇବା ପାଇଁ କିଛି ଘରୋଇ ଉପଚାର କରନ୍ତୁ । ଏହାର ଉପଚାର ପାଇଁ କିଛି ସରଳ ଘରୋଇ ଉପାୟ ରହିଛି ଯାହାଦ୍ୱାରା ଏହାର ପ୍ରତିକାର କରାଯାଇପାରିବ ।
ଆସନ୍ତୁ ଜାଣିବା ଏହାର ଉପାୟ ;
- ହଳଦୀରେ ଆଂଟିବାୟୋଟିକର ପରିମାଣ ଭରପୂର ମାତ୍ରାରେ ରହିଥାଏ । ତେଣୁ ଆଂଟିବାୟୋଟିକ ହଳଦୀରେ କିଛି ମାତ୍ରାରେ ତେଲ ମିଶାଇ ଘା’ଉପରେ ଲଗାଇ ସେଥିରେ କପଡା ବାନ୍ଧି ଦିଅନ୍ତୁ । ଏହାଦ୍ୱାରା ରକ୍ତକଣିକାରେ ସାପର ବିଷ ମିଶିବ ନାହିଁ ।
- ସାପ କାଟିବା ଫଳରେ ରସୁଣକୁ ପେଷ୍ଟ କରି ସେଥିରେ ମହୁ ମିଶାଇ ସାପ କାମୁଡିବା ସ୍ଥାନରେ ଲେପ ଲଗାନ୍ତୁ । ଏହାପରେ ସଂକ୍ରମଣରୁ ବଂଚିବା ପାଇଁ ସେହି ବ୍ୟକ୍ତିକୁ ମହୁ ଖୁଆଇଦିଅନ୍ତୁ ।
- ସାପ କାମୁଡିବା ପରେ ସାଙ୍ଗେ ସାଙ୍ଗେ ରୋଗୀକୁ ୧୦୦ଗ୍ରାମ ଘିଅ ଖୁଆଇ ବାନ୍ତି କରାଇଦିଅନ୍ତୁ । ଏହାପରେ ୧୦-୧୫ଥର ଗରମ ପାଣି ପିଆଇ ବାନ୍ତି କରାନ୍ତୁ । ଏହାଦ୍ୱାରା ବିଷର ପ୍ରଭାବ କମ ହୋଇଯାଇଥାଏ ।
- ହରଡ ଡାଲିକୁ ପେଶି ରୋଗୀଙ୍କୁ ଖୁଆଇବାଦ୍ୱାରା ବିଷର ପ୍ରଭାବ କମ ହୋଇଯାଇଥାଏ । ଏହାବ୍ୟତୀତ ସଂକ୍ରମଣର ଆଶଙ୍କା କମିଥାଏ ।
ପଢନ୍ତୁ ;