• Home
  • ASTRO
  • VASTU
  • ଭଗବାନ କୃଷ୍ଣଙ୍କ ଜୀବନରୁ ଆପଣାନ୍ତୁ ଏହି ପାଞ୍ଚଟି ଗୁଣ , ପାଇପାରିବେ ଜୀବନରେ ଅନେକ ସଫଳତା
VASTU

ଭଗବାନ କୃଷ୍ଣଙ୍କ ଜୀବନରୁ ଆପଣାନ୍ତୁ ଏହି ପାଞ୍ଚଟି ଗୁଣ , ପାଇପାରିବେ ଜୀବନରେ ଅନେକ ସଫଳତା

ହିନ୍ଦୁ ଦେବତା କୃଷ୍ଣ , ଭଗବାନ ବିଷ୍ଣୁଙ୍କ ଅବତାର ଅଟନ୍ତି । କୃଷ୍ଣ ଅନ୍ୟ ହିନ୍ଦୁ ଦେବାଦେବୀଙ୍କ ଠାରୁ ଅଧିକ ଆଦରଣୀୟ ଏବଂ ଲୋକପ୍ରିୟ ଦେବତା ମଧ୍ୟରେ ଅନ୍ୟତମ । ଯଦି ଭଗବାନ କୃଷ୍ଣଙ୍କ ଜୀବନରୁ ପାଞ୍ଚଟି ଗୁଣ ଆପଣେଇବା ତାହେଲେ ଆମେ ଜୀବନରେ ଅନେକ ସଫଳତା ପାଇବା।

ଜାଣନ୍ତୁ ଭଗବାନ କୃଷ୍ଣଙ୍କ ଜୀବନରୁ ଏହି ପାଞ୍ଚଟି ଗୁଣ ସମ୍ପର୍କରେ-

  • ବନ୍ଧୁତା: ସୁଦାମା ଓ ଭଗବାନ ଶ୍ରୀକୃଷ୍ଣଙ୍କ ବନ୍ଧୁତା ପୁରା ବିଶ୍ୱ ଜାଣିଛି । ଯେଉଁଠି କିଛି ପାଇବାର ଆଶା ନଥିଲା ଖାଲି ଥିଲା ପ୍ରେମ ଆଉ ଭଲ ପାଇବା । ଶ୍ରୀକୃଷ୍ଣ ସବୁବେଳେ ବନ୍ଧୁ ସୁଦାମା ଓ ଅର୍ଜୁନଙ୍କ ସାଙ୍ଗରେ ରୁହନ୍ତି ଓ ସାହାଯ୍ୟ କରନ୍ତି ।ବନ୍ଧୁଙ୍କ ଠାରୁ କିଛି ଆସା ନକରି ତାଙ୍କୁ ସାହାଯ୍ୟ କରିବା ଓ ଭଲ ପାଇବା, ଆମକୁ ତାର ଫଳ ଆପେ ଆପେ ମିଳିଯିବ।
  • ବାପା ମାଆଙ୍କ ଆଦର: ଭଗବାନ ଶ୍ରୀକୃଷ୍ଣ ମା ଦେବକୀ ଓ ପିତା ବସୁଦେବ ଙ୍କ କୋଳରେ ଜନ୍ମ ଗ୍ରହଣ କରିଥିଲେ । କିନ୍ତୁ ପରେ ରାଜା ନନ୍ଦ ଓ ଯଶୋଦାଙ୍କ କୋଳରେ ବଡ ହେଇଥିଲେ। ସବୁବେଳେ ଉଭୟ ପିତା ମାତାଙ୍କୁ ସମ୍ମାନ ଦେଉଥିଲେ ଓ ତାଙ୍କ ମନରେ କେବେ ଦୁଃଖ ଦେଇନଥିଲେ ।ସବୁବେଳେ ବାପା ମାଆଙ୍କୁ ସମ୍ମାନ କରିବା ସହିତ କେବେ ତାଙ୍କ ମନ ଦୁଃଖ କଲା ଭଳି କଥା କୁହନ୍ତୁ ନାହିଁ।
  • ଶାନ୍ତ ରହିବା ସ୍ୱଭାବ: ଭଗବାନ ଶ୍ରୀକୃଷ୍ଣ ପିଲା ଦିନରୁ ବହୁତ ଦୁଷ୍ଟ ଥିଲେ ମଧ୍ୟ ସେ ଭଗବାନ ବିଷ୍ଣୁଙ୍କ ଅବତାର ଥିଲେ । ମାମୁଁ କଂସ ସବୁବେଳେ ତାଙ୍କୁ ମାରିବାକୁ ଚାହୁଁଥିଲେ । ଶ୍ରୀକୃଷ୍ଣ ଶାନ୍ତ ରହି ଠିକ ସମୟକୁ ଅପେକ୍ଷା କରିଥିଲେ ଆଉ ଯାହାର ପ୍ରମାଣ ପରେ ମାମୁଁ କଂସକୁ ମାରି ଦେଇଥିଲେ।ଶାନ୍ତ ରୁହନ୍ତୁ ଠିକ ସମୟକୁ ଅପେକ୍ଷା କରନ୍ତୁ, ସାମ୍ନା ଲୋକକୁ ସମୟ ଆସିଲେ ଜବାବ ଦିଅନ୍ତୁ।
  • ହାର ନ ମାନିବା: ହାର ନ ମାନିବାର ପ୍ରମାଣ ଭଗବାନ ଶ୍ରୀକୃଷ୍ଣ ମହାଭାରତରେ ଦେଇଛନ୍ତି। ଯେତେବେଳେ କୌରବଙ୍କ ଠାରୁ ପାଣ୍ଡବମାନେ ହାରିଯିବା ଭୟରେ ପଛଘୁଞ୍ଚା ଦେଉଥିଲେ ସେତେବେଳେ ଶ୍ରୀକୃଷ୍ଣ ହାର ନ ମାନିବାକୁ ଉପଦେଶ ଦେଇ ବଡ ଚତୁରତା ସହିତ ମହାଭାରତ ଯୁଧ୍ୟରେ ବିଜୟୀଲାଭ କରିଥିଲେ।କୌଣସି ପରିସ୍ଥିତିରେ ହାର ନ ମାନି ଶେଷ ଯାଏ ପ୍ରୟାସ କରିବା ବୁଦ୍ଧିମାନର କାମ।
  • ସାଧାରଣ ଜୀବନ ବିତେଇବା: ଭଗବାନ ଶ୍ରୀକୃଷ୍ଣ ରାଜା ନନ୍ଦଙ୍କ ପୁତ୍ର ଥିଲେ ମଧ୍ୟ ଅନ୍ୟ ଗୋପିଙ୍କ ସାଥିରେ ସାଧାରଣ ଜୀବନ ବିତାଉଥିଲେ । ତାଙ୍କ ମନରେ ଗର୍ବ ନଥିଲା। ଆମେ କେତେବି ଧନ ବାନ ବ୍ୟକ୍ତି ହୁଅନ୍ତୁ ନା କାହିଁକି ମନରେ ଗର୍ବ କରିବା ଉଚିତ ନୁହେଁ ।

ଭଗବାନ କୃଷ୍ଣଙ୍କ ଜୀବନରୁ ଆପଣାନ୍ତୁ ଏହି ପାଞ୍ଚଟି ଗୁଣ , ପାଇପାରିବେ ଜୀବନରେ ଅନେକ ସଫଳତା lord krishna

ପଢନ୍ତୁ;

 ଶ୍ରୀଜଗନ୍ନାଥ ଶବ୍ଦର ପ୍ରତ୍ୟେକ ଅକ୍ଷରରେ ରହିଛି ସ୍ୱତନ୍ତ୍ର ମାହାତ୍ମ୍ୟ ! ଆସନ୍ତୁ ଜାଣିବା ସେ ସମ୍ପର୍କରେ

Related posts

ଗୃହରୁ ନକରାତ୍ମକ ଶକ୍ତି ଦୂର କରିବାକୁ ଚାହୁଁଥିଲେ, ଏହି ସବୁ ଉପାୟ କରନ୍ତୁ

Krishna Kumar Manoj

ବାସ୍ତୁଶାସ୍ତ୍ର ଅନୁସାରେ କେଉଁ ପଶୁ ପକ୍ଷୀଙ୍କୁ ଖାଇବାକୁ ଦେଲେ କି ଲାଭ ମିଳେ ଜାଣନ୍ତୁ

Krishna Kumar Manoj

ବେପାରରେ ଉର୍ନତି ପାଇଁ ଆପଣାନ୍ତୁ ବାସ୍ତୁ ଶାସ୍ତ୍ର ର ଏହି ୪ ଟି ଉପାୟ ,ମିଳିପାରିବ ଆପଣଙ୍କୁ ସଫଳତା

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More