LIFESTYLE

ନିଜ ଶରୀରର ସୁନ୍ଦରତାକୁ ବଢାଇବାକୁ ଚାହୁଁଛନ୍ତି କି? ତେବେ ଆପଣାନ୍ତୁ ଏହି ଟିପ୍ସ

By ENO Beuro

March 25, 2018

ତ୍ଵଚାରେ ଉଜ୍ଜଳ ଏବଂ ଚମକ ଆଣିବାକୁ ସମସ୍ତେ ଚାହିଁଥାନ୍ତି। ନିଜ ରୂପରେ ସମସ୍ତଙ୍କୁ ଆକର୍ଷିତ କରିବାକୁ ଲୋକମାନେ ବିଭିନ୍ୟ ରାସାୟନିକ ପଦାର୍ଥ ବ୍ୟବହାର କରିଥାନ୍ତି। କିନ୍ତୁ ଘରୋଇ ଉପଚାରରେ ମଧ୍ୟ ଆପଣ ନିଜ ଶରୀରକୁ ସୁନ୍ଦର କରିପାରିବେ।

ତେବେ ଜାଣିରଖନ୍ତୁ-

ପ୍ରଥମତ ଶୋଇବା ପୂର୍ବରୁ ମୁହଁକୁ ଭଲଭାବେ ସଫା କରି ଦିଅନ୍ତୁ। ଏହାଦ୍ୱାରା ଦିନ ଭିତର ଅପରିଷ୍କାର ଦୂର ହୋଇଯିବ। ଏହା ବ୍ୟତୀତ ଶୋଇବା ପୂର୍ବରୁ ନାଇଟ୍‌ କ୍ରିମ୍‌ କିମ୍ବା ରେଗୁଲାର ମଶ୍ଚରାଇଜର ବି ଲଗାଇ ପାରିବେ। ଏହା ଫଳରେ ସକାଳୁ ସକାଳୁ ସଫ୍ଟ ସ୍କିନ୍‌ ସହିତ ଉଠିବେ ଏବଂ ଡ୍ରାଏନେସଠାରୁ ଦୂରେଇ ରହିବେ।

ରାତିରେ ଶୋଇବା ପୂର୍ବରୁ ପାଦକୁ ଭଲଭାବେ ଧୋଇ ପୋଛି ଦିଅନ୍ତୁ। ଏହାପରେ ଭ୍ୟାସ୍‌ଲିନ୍‌ ମୋଟା ଲେୟାର ଲଗାଇ ମୋଜା ପିନ୍ଧି ଶୋଇ ପଡନ୍ତୁ।

ପ୍ରଥମେ ଶୋଇବା ସମୟରେ କେଶକୁ ଖୋଲା ଛାଡନ୍ତୁ ନାହିଁ। ଏପରି କରିବା ଦ୍ୱାରା କେଶ ଝଡିବା ଏବଂ କମ୍‌ଜୋର୍‌ ହେବା ଆଶଙ୍କା ରହିଛି। ସବୁବେଳେ କେଶକୁ ଲୁଜ୍‌ ପୋନିଟେଲ କରି ଶୁଅନ୍ତୁ।

ଏହା ବ୍ୟତୀତ ଶୋଇବା ପୂର୍ବରୁ କେଶକୁ ଆଲୋଭେରା ଜେଲ ଲଗାଇ ମସାଜ୍‌ କରନ୍ତୁ। ଏହାଦ୍ୱାରା ଆପଣଙ୍କର କୁଣ୍ଡେଇ ହେବା ସମସ୍ୟା ଏବଂ ଡ୍ରାଏନେସ ଠାରୁ ମୁକ୍ତି ମିଳିଥାଏ। ସପ୍ତାହରେ ଦୁଇଦିନ ହଟ୍‌ ଅଏଲ୍‌ ମସାଜ୍‌ ନିହାତି କରନ୍ତୁ। ଏହାଦ୍ୱାରା କେଶ ମଜଭୁତ୍‌ ହୋଇଥାଏ। ଏପରି କରିବା ଦ୍ୱାରା କେଶ ବଢ଼ିବା ସହ ଲମ୍ବା ହୋଇଥାଏ।

ପଢନ୍ତୁ;

ଆପଣ ଅଯଥାଖର୍ଚ୍ଚ କରୁଛନ୍ତି କି? ତେବେ ଏହାକୁ ରୋକିବା ପାଇଁ ଆପଣାନ୍ତୁ ଏହି ଟିପ୍ସ