• Home
  • LIFESTYLE
  • ଫୋନ ଚାର୍ଜ କରିବା ସମୟରେ ସାବଧାନ ରୁହନ୍ତୁ,ନଚେତ୍ ହୋଇପାରେ ଅଘଟଣ
LIFESTYLE

ଫୋନ ଚାର୍ଜ କରିବା ସମୟରେ ସାବଧାନ ରୁହନ୍ତୁ,ନଚେତ୍ ହୋଇପାରେ ଅଘଟଣ

ପିଲାଠୁ ବଡ ସମସ୍ତଙ୍କୁ ଏବେ ମୋବାଇଲ ଲୋଡା। କାରଣ ଆଜିକାଲି ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ମୋବାଇଲ୍ ଦ୍ୱାରା ହେଉଛି। କିନ୍ତୁ ସ୍ମାର୍ଟଫୋନ୍ ବ୍ୟବହାର କରିବା ସମୟରେ ବାଧକ ସାଜେ ଏହାର ଚାର୍ଜ। ଟିକେ ଅଧିକ ସମୟ ମୋବାଇଲ୍ ବ୍ୟବହାର କଲେ ଚାର୍ଜ ସରିଯାଉଛି। ସେଥିପାଇଁ ଫୋନ୍‌କୁ ବାରମ୍ବାର ଚାର୍ଜ କରିବାକୁ ପଡେ। ଚାର୍ଜ କରିବା ସମୟରେ ସାବଧାନ ରହିବା ଦରକାର। କାରଣ ବହୁ ସମୟରେ ଫୋନ୍ ଫାଟି ଯାଉଥିବାର ଅଭିଯୋଗ ଆସୁଛି।

ତେବେ ଜାଣିରଖନ୍ତୁ ଫୋନ୍‌ ଚାର୍ଜ କରିବା ବେଳେ କ’ଣ କ’ଣ ସାବଧାନତା ଅବଲମ୍ବନ କରାଯିବା ଉଚିତ-

  • ମୋବାଇଲ୍‌ର ପ୍ରକୃତ ଚାର୍ଜରରେ ହିଁ ଚାର୍ଜ କରନ୍ତୁ। ସଂଖ୍ୟାଧିକ ଲୋକେ ଏସବୁ ପ୍ରତି ଆଦୌ ଦୃଷ୍ଟି ଦେଇନଥାନ୍ତି। ଏସବୁ କାରଣରୁ ମଧ୍ୟ ମୋବାଇଲ୍ ଶୀଘ୍ର ଖରାପ ହେଉଥିବାର ମତ।
  • ମୋବାଇଲ୍‌ର ବ୍ୟାଟେରି ୨୦%ରୁ କମ୍ ହେବା ପୂର୍ବରୁ ତାହାକୁ ଚାର୍ଜିଂରେ ବସାଇ ଦିଅନ୍ତୁ।
  • ଫ୍ରିଜ୍ ପାଖରେ, ରୋଷେ‌ଇ ଘର ନିକଟରେ କିମ୍ବା ଅନ୍ୟ କୌଣସି ଯନ୍ତ୍ର ପାଖରେ ମୋବାଇଲ୍ ରଖି ଚାର୍ଜ କରିବା ଅନୁଚିତ। ଏହା ମଧ୍ୟ ମୋବାଇଲ୍‌ର ବ୍ୟାଟେରିକୁ ଶୀଘ୍ର ଗରମ କରିଥାଏ।
  • ଲିଥିୟନ ଆୟନ ଯୁକ୍ତ ବ୍ୟାଟେରିକୁ ସମ୍ପୂର୍ଣ୍ଣ ଚାର୍ଜ କରନ୍ତୁ ନାହିଁ। କାରଣ ଏହି ବ୍ୟାଟେରି କମ୍ ଚାର୍ଜରେ ବି ଭଲ ଚାଲେ।
  • ଆଉ ହଁ ଫୋନ୍‌କୁ କଦାପି ୧୦୦ ପ୍ରତିଶତ ଚାର୍ଜ କରନ୍ତୁ ନାହିଁ। ଅଧିକ ଚାର୍ଜ ଫୋନ୍ ଫାଟିବାର ଗୋଟେ କାରଣ ହୋଇପାରେ।

ଫୋନ ଚାର୍ଜ କରିବା ସମୟରେ ସାବଧାନ ରୁହନ୍ତୁ,ନଚେତ୍ ହୋଇପାରେ ଅଘଟଣ ଫୋନ ଚାର୍ଜ କରିବା ସମୟରେ ସାବଧାନ ରୁହନ୍ତୁ,ନଚେତ୍ ହୋଇପାରେ ଅଘଟଣ phone

ପଢନ୍ତୁ; ୨୦୧୯ ନିର୍ବାଚନରେ ଏକାଠି ଲଢିବେ ଏସ୍‌ପି-ବିଏସ୍‌ପି

Related posts

ସାମ୍ବର ଖାଇବା ଦ୍ଵାରା କଣ ଉପକାର ମିଳିଥାଏ? ଆସନ୍ତୁ ଜାଣିବା ସେ ସମ୍ପର୍କରେ

Krishna Kumar Manoj

ଅମୃତଭଣ୍ଡାର ଜୁସ୍‌ ପିଇଲେ କ’ଣ କ’ଣ ଲାଭ ହୁଏ ଆସନ୍ତୁ ଜାଣିବା ?

Krishna Kumar Manoj

ଆପଣଙ୍କ ଦାନ୍ତ ହଳଦିଆ ପଡିଯାଉଛି କି ? ଦାନ୍ତରେ ନୂଆ ଚମକ ଆଣିବାକୁ ଆପଣାନ୍ତୁ ଏହି ଘରୋଇ ଟିପ୍ସ

Krishna Kumar Manoj

2 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More