VASTU

ପୂର୍ଣ୍ଣିମା ଦିନ ଆପଣାନ୍ତୁ ଏହି ଉପାୟ ,ହେବ ମା ଲକ୍ଷ୍ମୀଙ୍କ କୃପା

ଶାସ୍ତ୍ରଅନୁଯାୟୀ ପୂର୍ଣ୍ଣିମା ଦିନ ମା ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ । ଏହି ଦିନ ସକାଳୁ ଉଠି  ଅଶ୍ବଥ୍ ଗଛ ମୂଳରେ କିଛି ମିଠା ପଦାର୍ଥ ଚଢାଇ  ,ଏଠାରେ ଜଳ ଅର୍ପଣ କରନ୍ତୁ । ଏହା ଦ୍ଵାରା  ଆପଣ ମା ଲକ୍ଷ୍ମୀଙ୍କ କୃପା ଲାଭ କରି ପାରିବେ ।

ପୂର୍ଣ୍ଣିମା ଦିନ ମା ଲକ୍ଷ୍ମୀଙ୍କ ଫଟୋଚିତ୍ର ନିକଟରେ ୧୧ଟି କୋଉଡି ରଖି ସେଥିରେ ହଳଦୀ ତିଳକ ଲଗାଇ ସାରା ରାତି ରଖି ଦିଅନ୍ତୁ । ତା’ପର ଦିନ ଏହି କୋଉଡିକୁ ନେଇ ଏକ  ନାଲି କପଡାରେ ଗୁଡାଇ ଆପଣ ଟଙ୍କା ରଖୁଥିବା ସ୍ଥାନରେ ରଖି ଦିଅନ୍ତୁ । ଏପରି କରିବା ଦ୍ଵାରା ଅଭାବ ରହିବା ନାହିଁ ।

ସଫଳ ଦାମ୍ପତ୍ୟ ଜୀବନ ଜାପନ  ପାଇଁ ପ୍ରତ୍ୟେକ ଦିନ ପତି-ପତ୍ନୀ ବା ଦୁଇ ଜଣଙ୍କ ମଧ୍ୟରୁ କେହି ଜଣେ କ୍ଷୀର ଅର୍ପଣ କରନ୍ତୁ । ଏଥିରେ ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ।

ପୂର୍ଣ୍ଣିମାରେ ରାତିରେ ପ୍ରାୟ ୧୫ରୁ ୨୦ ମିନିଟ୍ ଚନ୍ଦ୍ରମାକୁ ଚାହିଁ ରୁହନ୍ତୁ । ଏପରି କରିବା  ଦ୍ଵାରା ଆଖିର ଜ୍ୟୋତି ବୃଦ୍ଧି ପାଇଥାଏ । ଏହା ଚନ୍ଦ୍ର ଆଲୋକରେ ଛୁଞ୍ଚିରେ ସୂତା ପୁରାଇବା ଅଭ୍ୟାସ କରିବା ଦ୍ଵାରା ନେତ୍ର ଜ୍ୟୋତି ବୃଦ୍ଧି ପାଇଥାଏ ।

ଚନ୍ଦ୍ର ଆଲୋକ ଆମ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ଚନ୍ଦ୍ର ଆଲୋକ ଗର୍ଭବତୀ ମହିଳାଙ୍କ ନାଭି ଉପରେ ପଡିବା ଦ୍ଵାରା ଗର୍ଭସ୍ଥ ଶିଶୁ ସୁସ୍ଥ ରହିଥାଏ । ତେଣୁ ଗର୍ଭବତୀ ସ୍ତ୍ରୀ କିଛି ସମୟ ଚନ୍ଦ୍ର ଆଲୋକରେ ରହିବା ଅତ୍ୟନ୍ତ ଜରୁରୀ ଅଟେ । ଏହା ଶରୀର ପାଇଁ ଲାଭଦାୟକ ଅଟେ ।

ପଢନ୍ତୁ ;

କେମିତି କଟିବ ଆଜିର ଦିନ ,ଆସନ୍ତୁ ଜାଣିବା

Related posts

ଦୁର୍ଭାଗ୍ୟ ପିଛା ଛାଡୁନି ,ଏହି ଗଛର ପତ୍ରର ଉପାୟ ଫିଟାଇ ଦେଇପାରେ ଆପଣଙ୍କ ଭାଗ୍ୟ

ENO Beuro

ପେଙ୍ଗସୁଇ ର ଏହି ଉପାୟକୁ ଅନୁସରଣ କରି ବ୍ୟବସାୟରେ ମାଲାମାଲ ହୁଅନ୍ତୁ

ENO Beuro

ବାସ୍ତୁଶାସ୍ତ୍ର ଅନୁସାରେ ସକାଳୁ ଉଠି କରନ୍ତୁ ନାହିଁ ଏହି ସବୁ କାମ, ଆପଣଙ୍କ ଦିନତି ହୋଇପାରେ ଅଶୁଭ !

ENO Beuro

Leave a Comment