LIFESTYLE

କେଶରେ ଅଧିକ ରୁପି ପାଇଁ ଚିନ୍ତିତ ଅଛନ୍ତି କି ? କେତୋଟି ଖାଦ୍ୟ ପ୍ରତି ଗୁରୁତ୍ୱ ଦିଅନ୍ତୁ ଏବଂ ପ୍ରାକୃତିକ ଉପାୟରେ ଏହି ସମସ୍ୟା ଦୂର କରନ୍ତୁ

ଅଧିକାଂଶ ଯୁବ ପିଢିଙ୍କ ପାଇଁ ଶୀତଦିନେ କେଶମୂଳେ ରୁପି ଏକ ପ୍ରମୁଖ ସମସ୍ୟା ହୋଇଅଛି  । ସେଥିପାଇଁ ସେମାନେ ବିଭିନ୍ନ ପ୍ରକାର ତେଲ, ଶାମ୍ପୁ କିମ୍ବା ମେଡିସିନ ବ୍ୟବହାର କରିବାକୁ ପଛାଇନଥାନ୍ତି । ହେଲେ ଜାଣନ୍ତି କି ଏସବୁରେ ଥିବା କେମିକାଲ ପ୍ରଭାବରେ କେଶ ଝଡିଥାଏ । ତେଣୁ ଆପଣ ଚାହିଁଲେ କେତୋଟି ଖାଦ୍ୟ ପ୍ରତି ଗୁରୁତ୍ୱ ଦେଇ ପ୍ରାକୃତିକ ଉପାୟରେ ଏହି ସମସ୍ୟା ଦୂର କରି ପାରିବେ , ଆସନ୍ତୁ ଜାଣିବା ସେ ସମ୍ପର୍କ ରେ ;

    1.  ଆପଣଙ୍କର ଯଦି ରୁପି ସମସ୍ୟା ଥିଲେ ଦୁଗ୍ଧଜାତ ଖାଦ୍ୟ ଖାଇବା ଅନୁଚିତ।
    2.   ବୁଟରେ ଅଧିକ ପରିମାଣରରେ ଭିଟାମିନ ବି୬ ଏବଂ ଜିଙ୍କ ଥାଏ ଯାହା ରୁପି ଦୂର  କରିବାରେ ସାହାଯ୍ୟ କରିଥାଏ । ଏହାକୁ ଖାଇବା ସହିତ ପ୍ୟାକ ପ୍ରସ୍ତୁତ କରି କେଶମୂଳରେ ଲଗାଇଲେ ଉପଶମ ମିଳିଥାଏ।
    3. ଅଦା ଏବଂ ରସୁଣକୁ ଖାଦ୍ୟ ତାଲିକାରେ ସାମିଲ କରନ୍ତୁ । କାରଣ ଅଦାରେ ଭରି ରହିଥିବା ଆଣ୍ଟିବ୍ୟାକଟେରିଆଲ ଓ ଆଣ୍ଟିଫଙ୍ଗାଲ ଉପାଦାନ ଏବଂ ରସୁଣରେ ଥିବା ଆଲିସିନ ନାମକ ଆଣ୍ଟିଫଙ୍ଗାଲ ଉପାଦନ ରୁପି ନଷ୍ଟ କରିଥାଏ ।
    4. ମାଛ ତେଲ ଖାଇବା ଦ୍ୱାରା ଶୀତଦିନେ ତ୍ୱଚା ଶୁଷ୍କ ହେବା ପରିବର୍ତ୍ତେ ନରମ ରହିଥାଏ ଏବଂ ରୁପି ହେବାକୁ ଦେଇ ନଥାଏ।
    5.  ଏହା ଛଡା ଶୀତଦିନେ ବାରମ୍ବାର କେଶ ଧୁଅନ୍ତୁ ନାହିଁ । ନିୟମିତ ସମୟ ଅନ୍ତରାଳରେ କେଶରେ ତେଲ ମସାଜ କରନ୍ତୁ । ବାହାରକୁ ଯାଉଥିଲେ କେଶକୁ ମଫଲର, କ୍ୟାପ କିମ୍ବା ସ୍କାର୍ଫ ସାହାଯ୍ୟରେ ଘୋଡାଇ ରଖନ୍ତୁ ଯେପରି ଥଣ୍ଡା ପବନ ସଂସ୍ପର୍ଶରେ ନ ଆସିବ । କାରଣ ଏହାଦ୍ୱାରା ରୁପି ସମସ୍ୟା ଦେଖାଦେବାର ଆଶଙ୍କା ରହିଥାଏ  ।

ପଢନ୍ତୁ ;

ପୂର୍ଣ୍ଣିମା ଦିନ ଆପଣାନ୍ତୁ ଏହି ଉପାୟ ,ହେବ ମା ଲକ୍ଷ୍ମୀଙ୍କ କୃପା

Related posts

ଆପଣ ଆରେଞ୍ଜ ମ୍ୟାରେଜ କରୁଛନ୍ତି କି ?ତେବେ ଜାଣିରଖନ୍ତୁ ଏହି ୬ଟି କଥା

ENO Beuro

ଦାମ୍ପତ୍ୟ ଜୀବନରେ ସୁଖ ଶାନ୍ତି ଚାହୁଁଛନ୍ତି କି? ତେବେ ଘରେ ରଖନ୍ତୁ ନାହିଁ ଏହି ସବୁ ଜିନିଷ !

ENO Beuro

ଲିଫ୍ଟ ବ୍ୟବହାର କରିବା ଶରୀର ପାଇଁ ହୋଇପାରେ କ୍ଷତିକାରକ ! ଆସନ୍ତୁ ଜାଣିବା ଏହାର କାରଣ

ENO Beuro

Leave a Comment