• Home
  • LIFESTYLE
  • ବିମାନରେ ଦୀର୍ଘ ଯାତ୍ରା ସମୟରେ ନିଅନ୍ତୁ ନାହିଁ ଏହି ୪ଟି ଜିନିଷ ? ନଚେତ ପଡ଼ିପାରନ୍ତି ଅସୁବିଧାରେ !
LIFESTYLE

ବିମାନରେ ଦୀର୍ଘ ଯାତ୍ରା ସମୟରେ ନିଅନ୍ତୁ ନାହିଁ ଏହି ୪ଟି ଜିନିଷ ? ନଚେତ ପଡ଼ିପାରନ୍ତି ଅସୁବିଧାରେ !

ଅଧିକାଂଶ ଲୋକେମାନେ ଦୂରଭ୍ରମଣ କରିବାକୁ ପସନ୍ଦ କରୁଛନ୍ତି। ନିଜର ବେପାର ପାଇଁ ଦୂର ଦେଶକୁ ଯାତ୍ରା କରୁଛନ୍ତି। ଦୂର ସ୍ଥାନକୁ ଯିବା ପାଇଁ ଦୀଘ ସମୟମଧ୍ୟ ବିମାନରେ କଟେଇବାକୁ ପଡିଥାଏ । ଏହା ଗୋଟିଏ ସ୍ଥାନରେ ଅଧିକ ସମୟ ବସିରହିବାକୁ ପଡିଥାଏ ।ଏହା ଭିତରେ ଯାତ୍ରୀମାନେ ସାଥିରେ ନେଇଥିବା ଖାଦ୍ୟମଧ୍ୟ ଖାଇଥାନ୍ତି । କିନ୍ତୁ ବିଶେଷଜ୍ଞଙ୍କ ମତ ଅନୁଯାୟୀ ବିମାନରେ ଖାଇବା ବିଷୟରେ କିଛି ଜାଣିବା ଦରକାର ।

ଆସନ୍ତୁ ଜାଣିବା ବିମାନରେ ଯାତ୍ରାବେଳେ କଣ ସତର୍କତା ଅବଲମ୍ବନ କରିବା ଏବଂ କେଉଁ ଜିନିଷକୁ ନିଜ ସହ ନେବା ଉଚିତ୍ ନୁହେଁ-

  • ବିମାନରେ ଦୀର୍ଘଯାତ୍ରା କଲାବେଳେ ପନିପରିବା ଜାତୀୟ ଜିନିଷକୁ ମଧ୍ୟ ଦୂରେଇ ଦିଅନ୍ତୁ । କାରଣ ଏହି ଭଳି ଜିନିଷ ଗ୍ୟାଷ୍ଟ୍ରୋ ଇଂଟେଷ୍ଟାଇନଲ୍ ସମସ୍ୟା ସୃଷ୍ଟି କରେ । ଏଣୁ ଯେତେବେଳେ ବି ବିମାନରେ ଯାଉଛନ୍ତି ତ ଗ୍ୟାସ୍ ସୃଷ୍ଟିକାରୀ ପନିପରିବା ଯଥା-ବ୍ରୋକଲି ,ବନ୍ଧାକୋବି, ଓ ଗଜା ଜାତୀୟ ଶସ୍ୟ ଆଦି ଖାଆନ୍ତୁ ନାହିଁ । କାରଣ ଏହା ଦ୍ୱାରା ସ୍ୱାସ୍ଥ୍ୟ ଖରାପ ହୋଇପାରେ।
  • ଚା ପତ୍ର ଓ କଫି ମଂଜିରେ ଥିବା ପଦାର୍ଥ ଠାରୁ ଦୂରରେ ରୁହନ୍ତୁ। ଏହା ଏକ ମୁତ୍ରବର୍ଦ୍ଧକ ଜିନିଷ ଅଟେ । ଏହାକୁ ଯଦି ସେବନ କରୁଛନ୍ତି ତ ଆପଣଙ୍କୁ ବାରମ୍ବାର ପରିସ୍ରା ଲାଗିପାରେ। ଏଥିପାଇଁ ଦୀର୍ଘ ସମୟ ଧରି ବିମାନ ଯାତ୍ରାରେ ଥିଲେ କଫି ପିଇବା ଠାରୁ ଦୂରେଇ ଦିଅନ୍ତୁ।
  • ବିମାନରେ ସୁପ୍ ଓ ନୁଡୁଲ୍ସର ସେବନ କରନ୍ତୁ ନାହିଁ ।ଏହା କ୍ଷତିକାରକ ହୋଇପାରେ । କାରଣ ଏହା ପ୍ରଥମରୁ ପ୍ୟାକିଂ ହୋଇଥାଏ ଏବଂ ଏଥିରେ ଥିବା ସୋଡିୟମର ମାତ୍ରା ଆପଣଙ୍କର ଦୈନିକ ସୋଡିୟମର ଦରକାରୀ ଠାରୁ କମ୍ ହୋଇଥାଏ । ଖାଦ୍ୟରେ ସୋଡିୟମର ଅଦିକ ମାତ୍ରା ହେବା ଦ୍ୱାରା ପେଟ ଫୁଲିବାର ସସମ୍ୟାହୋଇପାରେ।
  • ଦୀର୍ଘ ଯାତ୍ରାରେ ଯାଉଥିବା ଲୋକମାନେ ସାଧାରଣତଃ ବିୟର ପିଇବାକୁ ପସନ୍ଦ ହୋଇଥାଏ । କିନ୍ତୁ ଆଲକହଲର କାରଣରୁ ଡିହାଇଡ୍ରେସନ ହୋଇପାରେ ଏବଂ ବିମାନରେ ଏମିତି ବି ଡିହାଇଡ୍ରେସନ ଅନୁଭବ ହୋଇଥାଏ । ଏଥିପଇଁ ସେଠାରେ ଆଲକହଲର ବ୍ୟବହାର ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ।

ବିମାନରେ ଦୀର୍ଘ ଯାତ୍ରା ସମୟରେ ନିଅନ୍ତୁ ନାହିଁ ଏହି ୪ଟି ଜିନିଷ ? ନଚେତ ପଡ଼ିପାରନ୍ତି ଅସୁବିଧାରେ ! long journey

ପଢନ୍ତୁ;

ଆପଣ ପିଆଜ ଚା’ ପିଇଛନ୍ତି କି ? ଜାଣନ୍ତୁ ଏହି ଚା’ର ଉପକାରୀ ଗୁଣ ସମ୍ପର୍କରେ

Related posts

ଜାଣନ୍ତୁ ବର୍ଷା ଋତୁ ସମୟରେ କଣ କରିବେ ଓ କେମିତି ନେବେ ଶରୀରର ଯତ୍ନ

Krishna Kumar Manoj

ଶ୍ୱାସ ଜନିତ ସମସ୍ୟାରୁ ରକ୍ଷା ଦେଇଥାଏ “ହେଙ୍ଗୁ” ,ଆସନ୍ତୁ ଜାଣିବା ଏହାର କିଛି ଔଷଧୀୟ ଗୁଣ ସଂପର୍କରେ

Krishna Kumar Manoj

ଆସନ୍ତୁ ଜାଣିବା ଆଲୋବେରାର ଉପକାରିତା ବିଷୟରେ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More