Featured

ଯାଣନ୍ତୁ କେଉଁ କେଉଁ ଖାଦ୍ୟ ରାତ୍ରି ସମୟରେ ଭୋଜନ କଲେ ସୁନିଦ୍ରା ହୋଇଥାଏ

ଯାଣନ୍ତୁ କେଉଁ କେଉଁ ଖାଦ୍ୟ ରାତ୍ରି ସମୟରେ ଭୋଜନ କଲେ ସୁନିଦ୍ରା ହୋଇଥାଏ

ସାଧାରଣତଃ ରାତି ଭୋଜନ ସମୟରେ କେଉଁ ଖାଦ୍ୟ ଖାଇବା ଉଚିତ୍ ଆଉ କଣ ଖାଇବା ଅନୁଚିତ୍ ସେଥିପ୍ରତି କେହି ଧ୍ୟାନ ଦିଅନ୍ତି ନାହିଁ । ଫଳରେ ଏହି ସମୟରେ ଆମେ ଏମିତି କିଛି ଖାଦ୍ୟ ଗ୍ରହଣ କରିଥାଉ ଯାହାଦ୍ୱାରା ଠିକ୍ ଭାବରେ ନିଦ ହୋଇନଥାଏ । ଯାହାର ସିଧା ପ୍ରଭାବ ଆମ ସ୍ୱାସ୍ଥ୍ୟ ଉପରେ ପଡିଥାଏ । ଯେତେ ସମ୍ଭବ ହାଲକା ଖାଦ୍ୟ ଖାଇବାକୁ ଚେଷ୍ଟା କରନ୍ତୁ ।  ତେବେ ଯାଣନ୍ତୁ କେଉଁ କେଉଁ ଖାଦ୍ୟ ରାତ୍ରି ସମୟରେ ଭୋଜନ କଲେ ସୁନିଦ୍ରା ହୋଇଥାଏ  ।

• ପିଜା ଓ ପାସ୍ତାରେ ବ୍ୟବହାର ହେଉଥିବା ଚିଜରେ ମାତ୍ରାଧିକ କ୍ୟାଲୋରୀ ଥାଏ । ଆଉ ଏହାକୁ ରାତିରେ ଖାଇଲେ ପେଟ କାଟିବାର ସମ୍ଭାବନା ଥାଏ ।

• ଅନେକ ଲୋକ ଶୋଇବା ପୂର୍ବରୁ କଫି କିମ୍ବା ଚା ପିଇ ଶୋଇଥାନ୍ତି । ହେଲେ ଏଥିରେ ଥିବା କଫିନ୍ ନିଦ ଉପରେ ପ୍ରଭାବ ପକାଇଥାଏ ।

• ସେହିପରି ରାତିରେ ତେଲ ମସାଲା ଯୁକ୍ତ ଖାଦ୍ୟ ଖାଇଲେ ଏସିଡିଟି ହୋଇଥାଏ । ଫଳରେ ଠିକ୍ ଭାବରେ ନିଦ ହୋଇନଥାଏ ।

• ଶୋଇବା ପୂର୍ବରୁ ଆଲକୋହଲ୍ ନେଲେ ଯଦିଓ ଶୀଘ୍ର ନିଦ ଆସିଥାଏ ହେଲେ ନିଦ ଭଲ ଭାବରେ ହୋଇ ନଥାଏ । କାରଣ ଏହା ପିଇଲେ ବାରମ୍ବାର ପରିସ୍ରା ଲାଗିଥାଏ ଏହାସହ ସକାଳୁ ମଧ୍ୟ ଶୀଘ୍ର ନିଦ ଭାଙ୍ଗିଯାଏ ।

• ସେହିପରି ରାତିରେ କମଳା ଜୁସ୍ ପିଇ ଶୋଇଲେ ଭଲ ଭାବରେ ନିଦ ହୋଇ ନଥାଏ । କାରଣ କମଳାରେ ସାଇଟ୍ରିକ୍ ଏସିଡ୍ ଥାଏ ଯାହା ନିଦ ଉପରେ ପ୍ରଭାବ ପକାଇଥାଏ ।

• ଆଇସ୍ କ୍ରିମରେ ମାତ୍ରାଧିକ ଫ୍ୟାଟ୍ ଓ ସୁଗାର୍ ଥାଏ । ଯାହା ହଜମ ହେବାରେ ସମୟ ଲାଗିଥାଏ ଏବଂ ମୋଟାପଣ ମଧ୍ୟ ବଢାଇଥାଏ ।

• ସେହିପରି ମାତ୍ରାଧିକ ପ୍ରୋଟିନ୍ ଥିବାରୁ ରାତିରେ ମାଂସ ଖାଇଲେ ନିଦ ହୋଇ ନଥାଏ ।

 

ଯାଣନ୍ତୁ କେଉଁ କେଉଁ ଖାଦ୍ୟ ରାତ୍ରି ସମୟରେ ଭୋଜନ କଲେ ସୁନିଦ୍ରା ହୋଇଥାଏ

ଅଭିନେତ୍ରୀ ଅୟେଶା ଜୁଲକା ଏବେ ଛୋଟ ପରଦାରେ ନଜର ଆସିବେ

Related posts

Ollywood Superstar Sabyasachi Chosen As The Brand Ambassador Of Green Chillyz

ENO Beuro

ଅଚଳ ହୋଇଛି ଏୟାରସେଲ ନେଟଓ୍ଵର୍କ ! ଏହି ସମସ୍ୟାକୁ ନେଇ ଗ୍ରାହକଙ୍କ ମଧ୍ୟରେ ଦେଖାଦେଇଛି ତୀବ୍ର ଅସନ୍ତୋଷ

ENO Beuro

ଏସବିଆଇ ଗ୍ରାହକଙ୍କୁ ଆଶ୍ୱସ୍ତି ,ସର୍ବନିମ୍ନ ଜମା ରାଶି ଚାର୍ଜ ୭୫ ପ୍ରତିଶତ କମିଲା!

ENO Beuro

1 comment

Leave a Comment