LIFESTYLE

ଆସନ୍ତୁ ଜାଣିବା କେଉଁ ଖାଦ୍ୟ ଖାଇଲେ କିଡ୍‌ନିରେ ଜମିରହିଥାଏ ଷ୍ଟୋନ୍‌!

ଆଜିକାଲିର ଯୁବପିଢିମାନେ ଅଳ୍ପ ବୟସରୁ ବିଭିନ୍ନରୋଗରେ ଶିକାର ହେଉଛନ୍ତି। ସାଧାରଣତଃ କିଡ୍‌ନି ଏବଂ ହାର୍ଟ ସମସ୍ୟା ବହୁଳ ଭାବରେ ଦେଖାଗଲାଣି। ପାଣି କମ୍‌ ପିଇବା, ମାତ୍ରାଧିକ ମଦ୍ୟପାନ, ବଂଶଗତ, ମାତ୍ରାଧିକ ଓଜନ, ହଜମକ୍ରିୟା ସମସ୍ୟା ଏବଂ ଅନୁଚିତ ଖାଦ୍ୟ ଭକ୍ଷଣ ଏପରି କରିବା ଦ୍ଵାରା ଏହି ରୋଗ ଦେଖାଦେଇଥାଏ। ଏହି କିଡ୍‌ନି ରୋଗର ଅନ୍ୟ ଏକ ଲକ୍ଷଣ ହେଲା ସବୁବେଳେ ପରିସ୍ରା ଲାଗିବା, ପରିସ୍ରାରେ ରକ୍ତ ପଡ଼ିବା, ବାନ୍ତିଭାବ ଲାଗିବା, ଜ୍ୱର ହେବା ଓ କ୍ଳାନ୍ତ ଲାଗିବା ଭଳି ସାଧାରଣ ଲକ୍ଷଣ ଦେଖାଦେଇଥାଏ।

ଜାଣନ୍ତୁ କେଉଁ ଖାଦ୍ୟ ଖାଇଲେ କିଡ୍‌ନିରେ ଷ୍ଟୋନ୍‌ ବା ପଥୁରିଆ ରୋଗ ହୋଇଥାଏ-

  • ସୋଡ଼ା, କୋଲା ଏବଂ ଅନ୍ୟାନ୍ୟ ଏନର୍ଜି ଡ୍ରିଙ୍କ୍‌ ନିୟମିତ ପିଇଲେ ଷ୍ଟୋନ୍‌ ହେବାର ବିପଦ୍‌ ଥାଏ। କୋଲାରେ ଫସ୍‌ଫରିକ୍‌ ଏସିଡ୍‌ ଥିବାରୁ ତାହା କିଡ୍‌ନି ଷ୍ଟୋନ୍‌ ବୃଦ୍ଧିରେ ସହାୟକ ହେବା ସହ ଅନ୍ୟାନ୍ୟ ବୃକ୍କ ରୋଗ ସୃଷ୍ଟି କରିଥାଏ।
  • ଅଧିକ ପରିମାଣ କ୍ୟାଫିନ୍‌ ଖାଇବା ଦ୍ୱାରା ପରିସ୍ରାରେ କାଲ୍‌ସିୟମ୍‌ କ୍ଷରଣ ହୋଇ କିଡ୍‌ନିରେ ପଥୁରିଆ ରୋଗ ପାଇଁ ପଥ ପରିଷ୍କାର ହୋଇଥାଏ। କ୍ୟାଫିନ୍‌ ଜଳଶୁଷ୍କତା ପାଇଁ ଦାୟୀ ଏବଂ ପଥୁରି ହେବାର ଅନ୍ୟତମ ମୁଖ୍ୟ କାରଣ।
  • ମାତ୍ରାଧିକ ମଦ ପିଇବା ଦ୍ୱାରା ବୃକ୍କ ସହ ଯକୃତ୍‌ ମଧ୍ୟ ନଷ୍ଟ ହୋଇଯାଏ। ଏହା ଜଳଶୁଷ୍କତା କରାଇ ବୃକ୍କ୍‌ର ସ୍ୱାଭାବିକ କାର୍ଯ୍ୟଧାରାରେ ବ୍ୟାଘାତ ସୃଷ୍ଟି କରୁଥିବାରୁ ପଥୁରିଆ ରୋଗ ହେବାର ଆଶଙ୍କା ଥାଏ।
  • ଚିନି, ମଇଦା,ଧଳା ଚାଉଳ ଆଦି ପରିଷ୍କୃତ ଶ୍ୱେତସାର ଇନ୍‌ସୁଲିନ୍‌ର ମାତ୍ରା ବଢ଼ାଇ ଦେଉଥିବାରୁ ମୂତ୍ରନଳୀ ସଂକ୍ରମଣ ହୋଇଥାଏ। ପରେ ଏହା ବୃକ୍କରେ ପଥୁରିଆ ରୋଗ କରାଇଥାଏ।
  • ଗୋରୁ ହରିଣଆଦି ମାଂସକୁ ରେଡ୍‌ମିଟ୍‌ ବା ଲୋହିତ ମାଂସ କୁହାଯାଏ। ଏଥିରେ ଅଧିକମାତ୍ରାରେ ୟୁରିକ୍‌ ଏସିଡ୍‌ ଥିବାରୁ ଏହା ପଥୁରିଆ ରୋଗ କରାଇଥାଏ।

ପଢନ୍ତୁ;

କିପରି ଜାଣିବେ ଆପଣଙ୍କ ଶରୀରରେ ଜଳର ଅଭାବ ରହିଛି ? ଜାଣନ୍ତୁ ଏହାର ଲକ୍ଷଣ

Related posts

ଦାନ୍ତ ଜନିତ ସମସ୍ୟା ପାଇଁ ଚିନ୍ତିତ କି ? ଏଥିରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ କିଛି ଘରୋଇ ଉପାୟ

ENO Beuro

ଖାଲି ପେଟରେ ଲେମ୍ବୁ ପାଣି ପିଇବା ଦ୍ଵାରା ମିଳିଥାଏ ଏହିସବୁ ଫାଇଦା! ଜାଣନ୍ତୁ

ENO Beuro

ସ୍ୱାସ୍ଥ୍ୟ ପାଇଁ ହିତକର ଅଟେ ମିଠା ପାନ: ଜାଣି ରଖନ୍ତୁ ଫାଇଦା ବିଷୟରେ

Ratnamani Moharana

3 comments

Leave a Comment