• Home
  • Featured
  • ଆସନ୍ତୁ ଜାଣିବା, ପାଦର ଯତ୍ନ ପାଇଁ କିଛି ଘରୋଇ ଓ ପ୍ରାକୃତିକ ଉପଚାର ବିଷୟରେ
Featured

ଆସନ୍ତୁ ଜାଣିବା, ପାଦର ଯତ୍ନ ପାଇଁ କିଛି ଘରୋଇ ଓ ପ୍ରାକୃତିକ ଉପଚାର ବିଷୟରେ

ପାଦ ଫାଟିବା, ପାଦରୁ ଝାଳ ବାହାରିବା,  ପାଦରେ ଯନ୍ତ୍ରଣା ହବା, ପୁରୁଷ ଏବଂ ସ୍ତ୍ରୀ ମାନଙ୍କର ଏକ ସାଧାରଣ ରୋଗ । ପାଦ ଫାଟିବା ସାଧାରଣତଃ ଶୀତ ଦିନେ ହୋଇଥାଏ, କିନ୍ତୁ କିଛି ଲୋକଙ୍କର ସବୁ ଋତୁରେ ହୋଇଥାଏ ।  ସେହିପରି ଗ୍ରୀଷ୍ମ ଋତୁରେ ପ୍ରାୟ ଲୋକଙ୍କ ପଦରୁ ଝାଳ ବାହାରିବା ସାଧାରଣ କଥା ।  ପାଦ ଯନ୍ତ୍ରଣା ରେ ମଧ୍ୟ ଅନେକ ଅସୁବିଧା ଉପୁଜି ଥାଏ । ତେବେ ଆସନ୍ତୁ ଜାଣିବା ଏହି ସବୁ ସମସ୍ୟା ରୁ ମୁକ୍ତି ପାଇବା ର କିଛି ଘରୋଇ ଉପଚାର ବିଷୟରେ ।

A. ପାଦ ଫାଟିବା :

୧.ଝୁଣା :

ଶାଳ ଝୁଣାକୁ ଗୁଣ୍ଡ କରି ଘିଅ ସହ ମିଶାଇ ଫାଟିଥିବା ଜାଗାରେ ୫-୧୦ ମାରନ୍ତୁ । ଦିନକୁ ୨-୩ ଥର ଏମିତି କଲେ ପାଦ ଫଟା ପାଇଁ ଭଲ କାମ ଦିଏ ।

୨.ଆମ୍ବ ପତ୍ର :

କିଛି ଆମ୍ବ ପତ୍ରକୁ ବାଟି ରସ ସଂଗ୍ରହ କରନ୍ତୁ ଶୋଇବା ପୂର୍ବରୁ ଏହି ରସକୁ ପାଦ ଫାଟି ଥିବା ଜାଗାରେ ମାଲିସ କରି ଆମ୍ବ ପତ୍ରକୁ ପଟି କରି ତାଉପରେ ବାନ୍ଧି ଦିଅନ୍ତୁ |ସକାଳୁ ଏହାକୁ ବାହାର କରି ଟିକେ ଗରମ ପାଣିରେ ଧୋଇ ଦିଅନ୍ତୁ |

୩. ଅଣ୍ଡା କେଶର :

ଗୋଟେ ଅଣ୍ଡା ନେଇ ସେଇଥିରୁ ଅଣ୍ଡା କେଶରକୁ ଅଲଗା କରନ୍ତୁ |କେଶରକୁ ଟିକେ ଫେଣ୍ଟି ଫାଟିଥିବା ଜାଗାରେ ମାଲିସ କରନ୍ତୁ |୫ ମିନଟପରେ ଲେମ୍ବୁ ଚୋପରେ କିଛିଇ ଲୁଣ ଲଗାଇ ଏଥିରେ ମାଲିସ କରନ୍ତୁ |କିଛି ସମୟ ପରେ ଏହାକୁ ଧୋଇ ଦିଅନ୍ତୁ |

୪. ଭିନେଗାର :

ଭିନେଗାରରେ କିଛି ଦହି ମିଶାଇ ପାଦ ଫାଟିଥିବା ଜାଗାରେ ମାଲିସ କରନ୍ତୁ |୧୦ ମିନଟ ପରେ ଧୋଇ ଦିଅନ୍ତୁ |ଏହା ପଦଫଟା କୁ ଦୂର କରିବା ସହ ପାଦକୁ ନରମ ରଖେ |

B. ପାଦରୁ ଝାଳ ବହରିବା :

ଶୋଇବା ପୂର୍ବରୁ ପାଦକୁ ୧୫ -୨୦ ପର୍ଯ୍ୟନ୍ତ ଥଣ୍ଡା ପାଣିରେ ଡୁବାଇ ରଖନ୍ତୁ, ତାପରେ କିଛି ନଡ଼ିଆ ତେଲ ମାଲିସ କରନ୍ତୁ | ଶୋଇବାବେଳେ ପଦାକୁ କପଡା ଦ୍ଵାରା ଆବଦ୍ଧ କରି ସୋଆନ୍ତୁ|

C. ପାଦ ଯନ୍ତ୍ରଣା :

୧. କିଛି ଲେମ୍ବୁ ରସକୁ ପାଣିରେ ମିଶାଇ ୧୦-୧୫ ମିନଟ ପାଇଁ ପଦାକୁ ଡୁବାଇ ରଖନ୍ତୁ | ଏହା ପଦରୁ ଜୀବାଣୁ ଦୁରକରେ |

୨. ରସୁଣର କିଛି କୋଲାକୁ ସୋରିଷ ତେଲରେ ଫୁଟାନ୍ତୁ ଶୋଇବା ପୂର୍ବରୁ ସେହି ଗରମ ତେଲକୁ ପାଦ ଫଟା ଜାଗାରେ ମାଲିସ କଲେ ପଦଫଟାରୁ ଭଲ ଉପଶମ ମିଳେ ।

ଆସନ୍ତୁ ଜାଣିବା, ପାଦର ଯତ୍ନ ପାଇଁ କିଛି ଘରୋଇ ଓ ପ୍ରାକୃତିକ ଉପଚାର ବିଷୟରେ   ଆସନ୍ତୁ ଜାଣିବା, ପାଦର ଯତ୍ନ ପାଇଁ କିଛି ଘରୋଇ ଓ ପ୍ରାକୃତିକ ଉପଚାର ବିଷୟରେ

ଥଣ୍ଡା, କାଶ ଓ ଜର ପାଇଁ ଜାଣନ୍ତୁ ଘରୋଇ ଉପଚାର

 

Related posts

ଜାଣନ୍ତୁ ଶରୀର ପ୍ରତି ସୋରିଷ ତେଲ ର ଆବଶ୍ୟକତା ଓ ଉପକାରିତା ବିଷୟରେ

Krishna Kumar Manoj

Niladri Bije Is One Of The Holy Rituals Of Ratha Jatra

Krishna Kumar Manoj

ଆଜି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ୧୨୮ ତମ ଜୟନ୍ତୀ ବା ଶିଶୁ ଦିବସ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More