News

ମୁମ୍ବାଇରେ ଭୁଶୁଡ଼ିଲା ଫୁଟ୍ ଓଭରବ୍ରିଜ:୫ ମୃତ, ୪୦ରୁ ଅଧିକ ଆହତ

bmc

ଭୁଶୁଡ଼ିଲା ଫୁଟ୍‌ ଓଭରବ୍ରିଜ୍‌

ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ୍‌ ରେଲୱେ ଷ୍ଟେସନ୍‌ ନିକଟରେ ଏକ ଫୁଟ୍‌ ଓଭରବ୍ରିଜ୍‌ ଭୁଶୁଡ଼ିଥିବା ସୂଚନା ମିଳିଛି। ଏଥିରେ ୫ ଜଣ ପ୍ରାଣ ହରାଇଥିବାବେଳେ ୪୦ରୁ ଅଧିକ ଲୋକ ଆହତ ହୋଇଥିବା ଜଣାପଡ଼ିଛି।

ଦୁର୍ଘଟଣାରେ ଆହତଙ୍କୁ ନିକଟସ୍ଥ ସେଣ୍ଟ ଜର୍ଜ ଓ ଜିଟି ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଆହତଙ୍କ ଅବସ୍ଥା ସାଙ୍ଘାତିକ ହୋଇଥିବାରୁ ମୃତକଙ୍କ ସଂଖ୍ୟା ବଢ଼ିବା ନେଇ ଆଶଙ୍କା କରାଯାଉଛି। ବ୍ରିଜ୍‌ ତଳେ ଦବି ରହିଥିବା ଲୋକମାନଙ୍କୁ ଉଦ୍ଧାର କରାଯାଇଛି। ଅଗ୍ନିଶମ ବାହିନୀ ଓ ପୋଲିସ୍‌ କର୍ମୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

ସୂଚନାଯୋଗ୍ୟ, ଗତ ବର୍ଷ ଅନ୍ଧେରୀଠାରେ ଏଭଳି ଏକ ଘଟଣା ଘଟିବା ପରେ ବିଭିନ୍ନ ଫୁଟ୍‌ ଓଭର ବ୍ରିଜ୍‌ର ଅଡିଟ୍‌ କରାଯାଇଥିଲା। କିନ୍ତୁ ଏହି ଓଭରବ୍ରିଜ୍‌ ଏଥିରେ ସାମିଲ ନଥିଲା। ଏହାର ୯ ମାସ ଆଗରୁ ଏଲ୍‌ଫିନ୍‌ଷ୍ଟୋନ୍‌ ଫୁଟ୍‌ ଓଭର ବ୍ରିଜ୍‌ଠାରେ ଦଳାଚକଟା କାରଣରୁ ୨୩ ଜଣଙ୍କର ଜୀବନ ଯାଇଥିଲା।

ପଢନ୍ତୁ; ଆଜି ରାହୁଲଙ୍କ ବରଗଡ ଗସ୍ତ

Related posts

କେନ୍ଦ୍ର ସରକାରଙ୍କୁ ବଡ ଝଟ୍‌କା ଦେଲା ସୁପ୍ରିମକୋର୍ଟ: ରାଫେଲ୍ ମାମଲାରେ ପୁଣି ଥରେ ହେବ ଶୁଣାଣି

Ratnamani Moharana

ମଝି ଚିଲିକାରେ ଅଟକିଲା ଡଙ୍ଗା,ବର୍ତ୍ତିଲେ ୬୦ ଯାତ୍ରୀ

ENO Beuro

ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲା: ଥରୁରଙ୍କ ଆଗୁଆ ଜାମିନ ଆବେଦନ

ENO Beuro

Leave a Comment