EnewsOdia.Com

ପିଲାଙ୍କ ପାଇଁ ଭାତ-ଡାଲି, ସାରଙ୍କ ପାଇଁ ଚିକେନ

ପିଲାଙ୍କ ପାଇଁ କେବଳ ଭାତ ଓ ଡାଲି, କିନ୍ତୁ ସାରଙ୍କ ପାଇଁ ଚିକେନ ସାଙ୍ଗକୁ ସାଲାଡ଼ | ସୁନ୍ଦରଗଡ଼ ଜିଲ୍ଲା ବଣେଇ ବ୍ଲକ ତିଲେଇମାଲ ପ୍ରୋଜେକ୍ଟ ସ୍କୁଲରେ ମଧ୍ୟାହ୍ନ ଭୋଜନ ମାନ ଯାଞ୍ଚ ବେଳେ କିଛି ଏଭଳି ଦୃଶ୍ୟ ସାମ୍ନାକୁ ଆସିଛି | ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଦିଆଯାଉଥିବା ମଧ୍ୟାହ୍ନ ଭୋଜନର ମାନ ଯାଞ୍ଚ ପାଇଁ ଯାଇଥିବା ଅଧିକାରୀ ସୁସ୍ୱାଦୁ ବ୍ୟଞ୍ଜନ ଖାଇଥିବାବେଳେ ତାଙ୍କ ସାମ୍ନାରେ ହିଁ ପିଲାମାନେ କେବଳ ଭାତ ସାଙ୍ଗରେ ଡାଲି ଖାଇଥିବାର ଦେଖିବାକୁ ମିଳିଛି ।

ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ସ୍କୁଲରେ ଦିଆଯାଉଥିବା ମଧ୍ୟାହ୍ନ ଭୋଜନର ମାନ ଯାଞ୍ଚ ପାଇଁ ବଣେଇ ବ୍ଲକ ଶିକ୍ଷାଧିକାରୀ ବିନୟ ପ୍ରକାଶ ସଏ ତିଲେଇମାଲ ସ୍କୁଲକୁ ଯାଇଥିଲେ । ବିଦ୍ୟାଳୟର ପ୍ରଧାନଶିକ୍ଷକ ତୁପି ଚନ୍ଦନ କିସାନ ତାଙ୍କୁ ସ୍ୱାଗତ କରିଥିଲେ । ତ’ପରେ ଆରମ୍ଭ ହୋଇଥିଲା ମଧ୍ୟାହ୍ନ ଭୋଜନର ମାନ ଯାଞ୍ଚ ପ୍ରକ୍ରିୟା । ଛାତ୍ରଛାତ୍ରୀ, ପ୍ରଧାନଶିକ୍ଷକଙ୍କ ସହ ତଳେ ବସି ଖାଇଥିଲେ ବିଇଓ । ହେଲେ ଏହି ସମୟରେ ପିଲା ଏବଂ ବିଇଓଙ୍କ ମଧ୍ୟରେ ଭେଦଭାବ ଦେଖିବାକୁ ମିଳିଥିଲା । ପିଲାଙ୍କ ଥାଳିରେ ଭାତ-ଡାଲି ଥିବାବେଳେ ଉଭୟ ସାରଙ୍କ ଥାଳିରେ ଥିଲା ଭାତ, ଡାଲି, ସହିତ ସାଲାଡ୍ ଓ ଚିକେନ । ସେହି ସମୟର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ପଢନ୍ତୁ:  ଏବେ ନିଜ ସମ୍ପତ୍ତି ସହିତ କରିବାକୁ ପଡିବ ଆଧାର ଲିଙ୍କ୍

ସମ୍ବନ୍ଧିତ ଖବର

ମୁଣ୍ଡରେ କାଗଜ ପେଟି ଲଗାଇ ପରୀକ୍ଷା ହଲରେ ବସିଲେ ଛାତ୍ରଛାତ୍ରୀ

Ratnamani Maharana

ପିଏମ୍‌ ମୋଦିଙ୍କ ପରେ ‘Man vs Wild’ରେ ନଜର ଆସିବେ ରଜନୀକାନ୍ତ

Ratnamani Maharana

ଓଡ଼ିଶା ଅଣାଯିବ ବିଜୁ ବାବୁଙ୍କ ଡାକୋଟା ବିମାନ

Ratnamani Maharana

କରୋନା ଭାଇରସ୍‌ର ନାଁ ‘କୋଭିଡ୍‌-୧୯’ ଦେଲା ଡବ୍ଲ୍ୟୁଏଚ୍‌ଓ

Ratnamani Maharana

ନୂଆବର୍ଷକୁ ଧୋଇଦେବ ବର୍ଷା

Ratnamani Maharana

ମୋଦି ଲେଖିଲେ କବିତା, ହେ ସା‌ଗର!!! ତୁମ୍‌ହେ ମେରା ପ୍ରଣାମ!

Ratnamani Maharana