Movie News

ପ୍ରଥମ ଥର ପାଇଁ ଓଲିଉଡ୍‍ର ଲୋକପ୍ରିୟ ୩ ହାସ୍ୟ ଅଭିନେତା ଙ୍କୁ, ଏକାଠି କରୁଚି ନୂଆ ଓଡିଆ ସିନେମା “କାବୁଲା ବାରବୁଲା”

ପ୍ରଥମ ଥର ପାଇଁ ଓଲିଉଡ୍‍ର ଲୋକପ୍ରିୟ ୩ ହାସ୍ୟ ଅଭିନେତାଙ୍କ ଜବରଦସ୍ତ କମେଡ଼ି ଆଣୂଛି ନୂଆ ଓଡିଆ ସିନେମା “କାବୁଲା ବାରବୁଲା” । ଆଜ୍ଞା ହଁ, କଥାଟି ଏକଦମ ସତ । ହରିହର ମହାପାତ୍ର, ପପୁ ପମ୍‌ପମ୍‌ ଓ ପ୍ରଜ୍ଞା ଖଟୁଆ ପ୍ରଥମ ଥର ପାଇଁ ସଂପ୍ରତି ସୁଟିଂ ଚାଲୁଥିବା ନୂଆ ସିନେମା ‘କାବୁଲା ବାରବୁଲା -ସର୍ଚ୍ଚିଂ ଫର୍‌ ଲୈଲା’ରେ । ଏହି ଫିଲ୍ମରେ ହରି, ପପୁ ଓ ପ୍ରଜ୍ଞାଙ୍କ ଜବରଦସ୍ତ କମେଡ଼ି ଦେଖିବାକୁ ପାଇବେ ଦର୍ଶକ। ରମେଶ ରାଉତଙ୍କ ଏହି ଫିଲ୍ମର ନିର୍ଦ୍ଦେଶକ ଓ ବସନ୍ତ ରାଜ୍‌ ସାମଲ ଏହାର ସଂଳାପ ଲେଖିଛନ୍ତି।

ଏମାନେ ସମସ୍ତେ ଏକୁ ଆରେକ ବଳି । ଏ ତିନିଜଣ ହାସ୍ୟାଭିନେତା ସମବୟସ୍କ ନୁହନ୍ତି,ମାତ୍ର ସେମାନେ ଗତ କିଛିବର୍ଷ ହେବ ଓଲିଉଡ଼୍‍ରେ ରାଜ୍‌ କରୁଛନ୍ତି। ଆଉ ସବୁଠୁ ବଡ଼ କଥା ହେଲା ଯେ,ଏଯାବତ୍‌ ଏହି ତିନି ନାମୀ କଳାକାରଙ୍କୁ କେହି ପ୍ରଯୋଜକ/ନିର୍ଦ୍ଦେଶକ ଏକାଠି ବଡ଼ପରଦାରେ ଆଣିବାର ଉଦ୍ୟମ କରି ନ ଥିଲେ। ହେଲେ ଏବେ ଜଣେ ନୂଆ ପ୍ରଯୋଜକ ଏହି କାମ କରିବାରେ ସଫଳ ହୋଇଛନ୍ତି ।

ହରି ରାଜୁ ମିଶ୍ରଙ୍କ ନିର୍ଦ୍ଦେଶିତ ‘ସତମିଛ’ଜରିଆରେ ଓଲିଉଡ୍‍ରେ ଏଣ୍ଟ୍ରି କରିଥିବା ବେଳେ,ପପୁ ସଞ୍ଜୟ ନାୟକଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଦେ ମା ଶକ୍ତି ଦେ’ରୁ କ୍ୟାରିଅର୍‌ ଆରମ୍ଭ କରିଛନ୍ତି। ଅପରପକ୍ଷରେ  ପ୍ରଜ୍ଞା ଏ ଦୁଇ ନାମୀ ହାସ୍ୟାଭିନେତାଙ୍କ ସହ ଆଗରୁ କେତୋଟି ସିନେମାରେ ନଜର ଆସିଛନ୍ତି। ସେ ହରିଙ୍କ ସହ କାମ କରିଛନ୍ତି ପୁଣି ପପୁ ପମ୍‌ପମ୍‌ଙ୍କ ସହ ବି ସ୍କ୍ରିନ୍‌ ସେଆର୍‌ କରିଛନ୍ତି।

ଏହି ଛବି ଟି ରେ ଅନୁଭବ ମହାନ୍ତି ଓ ଏଲିନା ଲୀଡ ରୋଲ ରେ ଅଛନ୍ତି ଓ ଏହା ଚଳିତ ବର୍ଷ ଦୁର୍ଗ ପୂଜା ରେ ପରଦା ଉପରକୁ ଆସିବାକୁ ପ୍ରସ୍ତୁତି ହଉଛି।  ଦର୍ଶକେ ଏଥର ପୂଜା ବଜାର ରେ ହସି ହସି ବେଦମ ହେବେ ଓ ସିନେମା କାହାଣୀ ର ମଜା ମଧ୍ୟ ନେବେ। ଏଥରୁ ଜଣାପଡୁଛି ଯେ ଚଳିତ ବର୍ଷର ମଜା ତ ଟିକେ ଭିରଣା ହେବ।

ଆଉ ଗୋଟେ ଦମଦାର ଯୋଡି ଅରଚିତା ଓ ଅରିନ୍ଦମ ଙ୍କ ଏକ ନୂଆ ସିନେମା ମଧ୍ୟ ଏହି ସମୟରେ ଆସିବ ବୋଲି ପ୍ରସ୍ତୁତ ହଉଛି।

ପ୍ରଥମ ଥର ପାଇଁ ଓଲିଉଡ୍‍ର ଲୋକପ୍ରିୟ ୩ ହାସ୍ୟ ଅଭିନେତାଙ୍କ ଜବରଦସ୍ତ କମେଡ଼ି  ପ୍ରଥମ ଥର ପାଇଁ ଓଲିଉଡ୍‍ର ଲୋକପ୍ରିୟ ୩ ହାସ୍ୟ ଅଭିନେତା ଙ୍କୁ, ଏକାଠି କରୁଚି ନୂଆ ଓଡିଆ ସିନେମା “କାବୁଲା ବାରବୁଲା”

Related posts

ପୁଣିଥରେ ଆସୁଛି ଏହି ଯୋଡି, ଦ୍ୱିତୀୟ ଥର ପାଇଁ ପରଦାରେ ଦେଖିବେ ଦର୍ଶକ

ENO Beuro

Katha Deli Matha Chhuin Upcoming Odia Movie

Jitendra

Sata Janamara Sathi Odia Movie

Jitendra

3 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More