Movie News

ପୁଣିଥରେ ଆସୁଛି ଏହି ଯୋଡି, ଦ୍ୱିତୀୟ ଥର ପାଇଁ ପରଦାରେ ଦେଖିବେ ଦର୍ଶକ

By Krishna Kumar Manoj

November 22, 2017

ଲୋକପ୍ରିୟ ସିନେ ପ୍ରଯୋଜକ ରବୀନ୍ଦ୍ର କୁମାର ପଣ୍ଡା ତାଙ୍କ ପ୍ରଯୋଜିତ ଓଡିଆ ସିନେମା “ସପନର ନାୟିକା” ଚଳଚ୍ଚିତ୍ର ପାଇଁ ଗୋଟେ ନୂଆ ଯୋଡି ବାଛିଥିଲେ । ସେମାନେ ହେଲେ ହେଲେ ଦୀପକ-ପିଙ୍କି ପ୍ରିୟଦର୍ଶିନୀ । ଏହି ଯୋଡିକୁ ଦର୍ଶକ ଦ୍ୱିତୀୟ ଥର ପାଇଁ ପରଦାରେ ଦେଖିବାକୁ ସୁଯୋଗ ପାଇନାହାନ୍ତି ।

ପୁଣି ଥରେ ଦୀପକ- ପିଙ୍କି ଯୋଡିକୁ ପରଦାକୁ ଆଣୁଛନ୍ତି ନିର୍ମାତା ରବୀନ୍ଦ୍ର କୁମାର ପଣ୍ଡା ।  ରବୀନ୍ଦ୍ର କୁମାରଙ୍କ ପ୍ରଯୋଜିତ ଏକ ଭିନ୍ନ ଧରଣର ପ୍ରେମ କାହାଣୀ ଆଧାରିତ “ଲଭ୍‌ ଟ୍ଵଣ୍ଟି” ସିନେମାରେ ଏହି ଯୋଡି ଅଭିନୟ କରୁଥିବାର ଜଣାଯାଇଛି ।

ଦୀପକ ଓ ପିଙ୍କିଙ୍କ ବ୍ୟତୀତ ମିହିର ଦାସ, ପ୍ରଜ୍ଞା ଓ ସଲିଳ ମିତ୍ର ପ୍ରମୁଖଙ୍କୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ । ‘ଲଭ୍‌ ଟ୍ଵଣ୍ଟି’ ର ସଂଳାପ ଲେଖିଛନ୍ତି ଦେବୀଦତ୍ତ ମହାନ୍ତି ଓ ଅଭିଜିତ ମଜୁମଦାର ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ।

ଏହାର ନିର୍ଦ୍ଦେଶକ ହେଲେ ମୃତ୍ୟୁଞ୍ଜୟ ସାହୁ(ବାପି), ଯିଏ କି ଆଗରୁ ବ୍ୟାଚେଲର୍‌, ଯିଏ ଯାହା କହୁ ମୋର ଢୋ, ଗୋଟେ ଶୁଆ ଗୋଟେ ଶାରୀ, ଛାତି ତଳେ ଡି.ଡଙ୍ଗ୍‌ ଓ ଭୈରବ ଭଳି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି । ମୃତ୍ୟୁଞ୍ଜୟ ସାହୁଙ୍କ ନିର୍ଦ୍ଦେଶନାରେ ଏହି ଯୋଡି ପ୍ରଥମ ଥର ପାଇଁ କାମ କରୁଛନ୍ତି ।

ଅନାମ ଚରଣ ସାହୁଙ୍କ ପ୍ରଯୋଜିତ ତଥା ରଞ୍ଜନ ମିଶ୍ରଙ୍କ ନିର୍ଦ୍ଦେଶିତ “ମନ ମୋର ପ୍ରଜାପତି” ସିନେମାରୁ ନାୟକ ଭାବେ କ୍ୟାରିଅର୍‌ ଆରମ୍ଭ କରିଥିଲେ ଓଡିଆ ନାୟକ ଦୀପକ । ଏହାପରେ ତାଙ୍କୁ “ଚାନ୍ଦ ନା ତୁମେ ତାରା”, “ଗଳ୍ପ ନୁହେଁ ଅଳ୍ପ ଦିନର”, “ସପନର ନାୟିକା” ଏବଂ “ଆଖି ଖୋଲିଲେ ତୁ ହି ତୁ” ଆଦି ଓଡ଼ିଆ ଛବିରେ ନାୟକ ଭୂମିକାରେ ଦେଖିଛନ୍ତି ଦର୍ଶକ । ଅପର ପକ୍ଷରେ ଜଣାଶୁଣା ନାୟିକା ପିଙ୍କି ପ୍ରିୟଦର୍ଶିନୀ ”ସପନର ନାୟିକା”, “ତୁ ମୋ ଆରମ୍ଭ ତୁ ମୋ ଶେଷ”, “ଲେଖିଛି ନାଆଁ ତୋ’ର”, “ଦିଲ୍‌କା ରାଜା”, ଭଳି ବେଶ୍‌ କେତୋଟି ସିନେମାରେ ନଜର ଆସିଛନ୍ତି ମୁଖ୍ୟ ନାୟିକା ଭାବରେ ।

ପଢନ୍ତୁ, ଚଳଚ୍ଚିତ୍ର ଅପେକ୍ଷା ଆଇଟମ ଗୀତ ରେ ଭିର୍ଣ୍ଣ ପରିଚୟ ମିଳେ – ବିଦୂସ୍ମିତା ମନ୍ତ୍ରୀ