• Home
  • SPORTS
  • ଫୋର୍ବସ ଧନୀ ତାଲିକା: ସର୍ବାଧିକ ଆୟକାରୀ ମହିଳା କ୍ରୀଡ଼ାବିତ୍‍ ତାଲିକାର ସପ୍ତମ ସ୍ଥାନରେ ସିନ୍ଧୁ
SPORTS

ଫୋର୍ବସ ଧନୀ ତାଲିକା: ସର୍ବାଧିକ ଆୟକାରୀ ମହିଳା କ୍ରୀଡ଼ାବିତ୍‍ ତାଲିକାର ସପ୍ତମ ସ୍ଥାନରେ ସିନ୍ଧୁ

ପ୍ରଖ୍ୟାତ ପତ୍ରିକା ଫୋର୍ବସ ତରଫରୁ ଜାରି ସର୍ବାଧିକ ଆୟକାରୀ ମହିଳା କ୍ରୀଡ଼ାବିତ୍‍ ତାଲିକାର ସପ୍ତମ ସ୍ଥାନରେ ରହିଛନ୍ତି ଭାରତୀୟ ବ୍ୟାଡମିଣ୍ଟନ ତାରକା ପିଭି ସିନ୍ଧୁ। ୨୩ ବର୍ଷୀୟ ସିନ୍ଧୁଙ୍କ ମୋଟ ଆୟ ୮.୫ ନିୟୁତ ଡଲାର (ଭାରତୀୟ ମୁଦ୍ରାରେ ୫୯ କୋଟି ୪୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା) ବୋଲି ଜଣାପଡ଼ିଛି। ଏଥିରେ ବିଭିନ୍ନ ବ୍ୟାଡମିଣ୍ଟନ ପ୍ରତିଯୋଗିତାରୁ ଜିତିଥିବା ପୁରସ୍କାର ରାଶି ଓ ବିଜ୍ଞାପନ ବାବଦକୁ ମିଳିଥିବା ଅର୍ଥ ରହିଛି।

sindhu ସିନ୍ଧୁ ଫୋର୍ବସ ଧନୀ ତାଲିକା: ସର୍ବାଧିକ ଆୟକାରୀ ମହିଳା କ୍ରୀଡ଼ାବିତ୍‍ ତାଲିକାର ସପ୍ତମ ସ୍ଥାନରେ ସିନ୍ଧୁ sindhu 1

ତାଲିକାର ୧ ନଂ ସ୍ଥାନରେ ଥିବା ସେରେନାଙ୍କ ବାର୍ଷିକ ଆୟ ହେଉଛି ୧୮.୧ ମିଲିୟନ୍‌ ଡଲାର୍। ଟପ୍‌ ୧୦ରେ ଥିବା ପ୍ରାୟ ସମସ୍ତ ମହିଳା ଆଥ୍‌ଲେଟ୍‌ ଟେନିସ୍‌ ଖେଳାଳି ହୋଇଥିବା ବେଳେ କେବଳ ୭ମ ସ୍ଥାନରେ ଥିବା ସିନ୍ଧୁ ବ୍ୟାଡ୍‌ମିଣ୍ଟନ ଓ ନବମ ସ୍ଥାନରେ ଥିବା ଡ୍ୟାନିକା ପ୍ୟାଟ୍ରିକ୍‌ କାର୍‌ ରେସର୍‌। ଡ୍ୟାନିକାଙ୍କ ବାର୍ଷିକ ଆୟ ହେଉଛି ୭.୫ ମିଲିୟନ୍‌ ଡଲାର।

ସୂଚନାଯୋଗ୍ୟ, ଗତ ଜୁନ୍‌ ମାସରେ ଫୋର୍ବସ୍‌ ପକ୍ଷରୁ ପ୍ରକାଶିତ ବିଶ୍ୱର ୧୦୦ ଧନୀ ଆଥ୍‌ଲେଟ୍‌ଙ୍କ ମାନ୍ୟତା ତାଲିକାରେ ଜଣେ ହେଲେ ମହିଳା ସାମିଲ ନଥିଲେ। ସେତେବେଳେ ମାତୃତ୍ୱ ଲାଭ ପାଇଁ ବିଶ୍ରାମ ନେଉଥିବା ସେରେନା ତାଲିକାରୁ ବାଦ୍‌ ପଡ଼ିଥିଲେ।

ପଢନ୍ତୁ;ବରିଷ୍ଠ ସାମ୍ବାଦିକ କୁଳଦୀପ ନାୟାରଙ୍କ ୯୫ ବର୍ଷ ବୟସରେ ପରଲୋକ

Related posts

ଓଡ଼ିଆ ଝିଅ ପୂର୍ଣ୍ଣିମା ହେମ୍ବ୍ରମ୍‌ ଏସୀୟ ଇନ୍‌ଡୋର୍‌ ଦୌଡ଼କୁଦରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି

Krishna Kumar Manoj

ଆଇସିସି ଟେଷ୍ଟ ମାନ୍ୟତା:ଶୀର୍ଷକୁ ଫେରିଲେ କୋହଲି

Krishna Kumar Manoj

ଜାତୀୟ ମହିଳା ଫୁଟବଲ୍‌ ପ୍ରତିଯୋଗିତାରେ ଓଡ଼ିଶାର ବିଜୟ ଅଭିଯାନ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More