ଆଜିଠୁ ଜୁନ ୬ ଯାଏଁ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
Loading...
ଉତ୍ତର କୋରିଆର ଫଟୋ ସାମ୍ବାଦିକ ପାର୍କ ସାଙ୍ଗ ମ୍ୟୁ(୩୦) ଡୁମୁଡୁମା ଛକରେ ଥିବା ୱେଲ୍କମ୍ ହୋଟେଲରେ ରହୁଥିଲେ। ବୁଧବାର କଟକରେ ଉଦ୍ଘାଟନୀ ମ୍ୟାଚ୍ରେ ତାଙ୍କର ଯୋଗଦେବାର ଥିଲା।
ବିଶ୍ବକପ୍ ହକି ପାଇଁ ରାଜ୍ୟ ସରକାର ବଡ଼ ଆୟାଜନ କରିଛନ୍ତି । ବିଦେଶୀ ଖେଳାଳି ଓ ସେମାନଙ୍କ ସହ ଆସିଥିବା ଟିମ୍ ଓଡିଶାରୁ କିପରି ଏକ ଭଲ ଅନୁଭୂତି ନେଇ ଫେରିବେ ସେଥିପାଇଁ ବ୍ୟାପକ ଆଡ଼ମ୍ବର ପୂର୍ଣ୍ଣ କାର୍ଯ୍ୟକ୍ରମ କରିଛନ୍ତି। ହେଲେ ଏହାରି ଭିତରେ ଏକ ଚକିତ କଲା ଭଳି ଘଟଣା ସାମ୍ନାକୁ ଆସିଛି। ମୁକୁଳା ଡ୍ରେନରେ ଖସି ପଡ଼ି ଆଜି ଜଣେ ବିଦେଶୀ ଫଟୋ ସାମ୍ବାଦିକ ଆହତ ହୋଇଛନ୍ତି। ୧୨ ବର୍ଷର ତପ ଶୁଖୁଆ ପୋଡ଼ାରେ ଚାଲିଗଲା ଭଳି ସ୍ଥିତି ସୃଷ୍ଟି କରିଛି। ହକି ପାଇଁ ସମଗ୍ର ବିଶ୍ବରୁ ପ୍ରଶଂସା ସାଉଁଟିଥିବା ଏହି ଘଟଣାଟି ଏବେ ସବୁଠି ଭିନ୍ନ ଚର୍ଚ୍ଚାର ବିଷୟ ହୋଇଛି।
ଉତ୍ତର କୋରିଆର ଫଟୋ ସାମ୍ବାଦିକ ପାର୍କ ସାଙ୍ଗ ମ୍ୟୁ(୩୦) ଡୁମୁଡୁମା ଛକରେ ଥିବା ୱେଲ୍କମ୍ ହୋଟେଲରେ ରହୁଥିଲେ। ବୁଧବାର କଟକରେ ଉଦ୍ଘାଟନୀ ମ୍ୟାଚ୍ରେ ତାଙ୍କର ଯୋଗଦେବାର ଥିଲା। ମଙ୍ଗଳବାର ରାତି ୮ଟା ବେଳେ ସେ ହୋଟେଲରୁ ବାହାରି ତାଙ୍କ ମହିଳା ବନ୍ଧୁଙ୍କ ସହ ବୁଲୁଥିବା ବେଳେ ହୋଟେଲ କଡ଼ରେ ଥିବା ଏକ ଚା’ ଦୋକାନ ଉପରେ ତାଙ୍କର ନଜର ପଡ଼ିଥିଲା। ସେଠାରେ ଜଣେ ମହିଳା ଚା’ ବିକ୍ରି କରୁଥଲେ। ଏଣୁ ଏହି ସ୍ବାବଲମ୍ବୀ ମହିଳାଙ୍କର ଫଟୋ ଉଠାଇବା ପାଇଁ ସେ ଡ୍ରେନ୍ ଉପରକୁ ଚଢ଼ି ଯାଇଥିଲେ। ଫଟୋ ଉଠାଇବା ପାଇଁ ସେ ଟିକେ ପଛେଇ ପଛେଇ ଆସିବା ବେଳେ ମୁକୁଳା ଡ୍ରେନ୍ରେ ଗଳି ପଡ଼ିଥିଲେ। ତାଙ୍କ ଗୋଡ଼ରେ ଆଘାତ ଲାଗିଥିଲା। ମହିଳା ବନ୍ଧୁ ଜଣକ ‘ହେଲ୍ପ ହେଲ୍ପ’ ବୋଲି ପାଟି କରିବାରୁ ସ୍ଥାନୀୟ ଲୋକମାନେ ରୁଣ୍ଡ ହୋଇ ତାଙ୍କୁ ଉଦ୍ଧାର କରିଥିଲେ। ଲୋକମାନେ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ। ହେଲେ ୧ ଘଣ୍ଟା ୪୦ ମିନିଟ୍ ବିତି ଯାଇଥିଲେ ମଧ୍ୟ ଆମ୍ବୁଲାନ୍ସ ଆସିନଥିଲା। ରାତି ପ୍ରାୟ ୯ଟା ୪୦ ବେଳକୁ ତାଙ୍କୁ ଏକ ଘରୋଇ ଗାଡ଼ିରେ ଖଣ୍ଡଗିରି ସ୍ଥିତ ଆମ୍ରି ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ତାଙ୍କ ଚିକିତ୍ସା କରାଯିବା ପରେ ବର୍ତ୍ତମାନ ସେ ସୁସ୍ଥ ଥିବା ଡାକ୍ତରଖାନା ପକ୍ଷରୁ ସୂଚନା ମିଳିଛି।
Shakespeare, in the beautiful garden, among the party. Some of the hall: in fact she was ever to.
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
ବରଯାତ୍ରୀ ସହ ବାଜା, ରୋଷଣି ନେଇ ବର ବେଶରେ ବାହାରିବେ ମହାପ୍ରଭୁ। କେଦାରଗୌରୀ ମନ୍ଦିରରେ ମା’ ପାର୍ବତୀଙ୍କ ସହ ପ୍ରଭୁ ଲିଙ୍ଗରାଜଙ୍କ ହାତଗଣ୍ଠି ପଡ଼ିବ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ।
ପଞ୍ଚମ ଆଇପିଏଲ୍ ଟ୍ରଫିଠାରୁ ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ଆଉ ମାତ୍ର ଗୋଟିଏ ବିଜୟ ଦୂରରେ ରହିଛି। ଗୁଜରାଟ ଟାଇଟନ୍ସକୁ ୧୫ ରନ୍ରେ ପରାସ୍ତ କରି ଚେନ୍ନାଇ ସୁପର୍ କିଙ୍ଗ୍ସ ସିଧାସଳଖ ଫାଇନାଲ୍ରେ ପ୍ରବେଶ କରିଛି ଧୋନୀ ବାହିନୀ।