News

ବିଜେପିର ସଫଳତା ଦେଖି ବିଦେଶରୁ ଛୁଟିଲା ଶୁଭେଚ୍ଛାର ସୁଅ

Wm

ଚୂଡ଼ାନ୍ତ ଫଳାଫଳ ପ୍ରକାଶ ପାଇବା ପୂର୍ବରୁ ହିଁ ବିଦେଶରୁ ବିଜେପି ଓ ନରେନ୍ଦ୍ର ମୋଦିଙ୍କ ପାଇଁ ଶୁଭେଚ୍ଛାର ସୁଅ ଛୁଟିବା ଆରମ୍ଭ ହୋଇଛି। ପ୍ରଶଂସକଙ୍କ ସମେତ ବିରୋଧୀମାନେ ମଧ୍ୟ ମୋଦୀଙ୍କୁ ଶୁଭେଛା ବାର୍ତ୍ତା  ପଠାଉଛନ୍ତି। ଏହି ପ୍ରକ୍ରିୟାରେ ସାମିଲ ଅଛନ୍ତି ଶ୍ରୀଲଙ୍କା, ଇସ୍ରାଏଲ, ମାଳଦ୍ୱୀପ,ଚାଇନା ଓ ରୁଷ।

ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ରାନିଲ ବିକ୍ରିମସିଂଘେ  ମଧ୍ୟ ଏହି ବିଶାଳ ବିଜୟ ପାଇଁ ମୋଦିଙ୍କୁ ଶୁଭେଚ୍ଛା ଜଣାଛନ୍ତି। ଏଥିସହ ଭାରତ ଓ ଶ୍ରୀଲଙ୍କା ସମ୍ପର୍କ ଆଗକୁ ଆହୁରି ମଜବୁତ୍‌ ହେବ ବୋଲି ସେ ଆଶା ପ୍ରକଟ କରିଛନ୍ତି।

Srilanka
Srilanka

ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନିତ୍ୟାନହୁ  କହିଛନ୍ତି, “ମୁଁ ହୃଦୟରୁ ମୋ ବନ୍ଧୁ ମୋଦିଙ୍କୁ ଶୁଭେଚ୍ଛା ଜଣାଉଛି। ନିର୍ବାଚନରେ ମୋଦି ଏକତରଫା ବିଜୟୀ ହେଉଛନ୍ତି। ଆପଣ କେଉଁଭଳି ଭାବେ ବିଶ୍ୱର ସବୁଠାରୁ ବଡ଼ ଗଣତାନ୍ତ୍ରିକ ରାଷ୍ଟ୍ରର ନେତୃତ୍ୱ ନେଉଛନ୍ତି, ତାହାର ପ୍ରମାଣ ଆଜି ନିର୍ବାଚନ ଫଳାଫଳ ପରେ ସାମ୍ନାକୁ ଆସିଛି। ଏବେ ଆମେ ଏକାଠି ହୋଇ ଭାରତ ଓ ଇସ୍ରାଏଲ୍‌ର ବନ୍ଧୁତାକୁ ଆଗକୁ ନେବା।”

Benjam
isral

ମାଳଦ୍ୱୀପ ବୈଦେଶିକ ମନ୍ତ୍ରୀ ଅବୁଦୁଲ୍ଲା ଶାହିଦ  ମଧ୍ୟ ମୋଦି ଓ ବିଜେପିକୁ ଏଭଳି ବିଜୟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି।

Maldip
Maldip

ଚାଇନା ରାଷ୍ଟ୍ରପତି ଜିନପିଙ୍ଗ  ଏକ ଚିଠି ଲେଖି ମୋଦିଙ୍କୁ ଶୁଭେଚ୍ଛା ଜଣାଇବା ସହ ମୋଦିଙ୍କ ନେତୃତ୍ୱରେ ଉଭୟ ଦେଶ ମଧ୍ୟରେ ସୁସମ୍ପର୍କ ଆହୁରି ବୃଦ୍ଧି ପାଇବ ବୋଲି କହିଛନ୍ତି। ଏଥିସହ ମୋଦିଙ୍କ ପାଇଁ ଭାରତ ଓ ଚାଇନା ସମ୍ପର୍କ ଶକ୍ତିଶାଳୀ ହୋଇପାରିଛି ବୋଲି ସେ କହିଛନ୍ତି।

Chaina
Chaina

ରୁଷ ରାଷ୍ଟ୍ରପତି ପୁଟିନ୍‌  ଏକ ଟେଲିଗ୍ରାମ ଦ୍ୱାରା ମୋଦିଙ୍କୁ ବିଜୟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି।

ସେହିପରି ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି  ମଧ୍ୟ ବିଜୟ ପାଇଁ ସମସ୍ତ ଶ୍ରେୟ ମୋଦିଙ୍କୁ ଦେଇ ସାଧୁବାଦ ଜଣାଇଛନ୍ତି।

Nepal
Nepal

ପଢନ୍ତୁ: ଟ୍ରେଣ୍ଡିଂ ରିପୋର୍ଟରେ ମୋଦିଙ୍କ ସଫଳତା ଦେଖି ଭାବବିହ୍ୱଳ ହେଲେ ମା’ ହୀରା ବେନ୍

Related posts

ମେଡିସିନ୍ ରେ ୨ ବୈଜ୍ଞାନିକଙ୍କୁ ନୋବେଲ

ENO Beuro

ଅଟୋରେ ବୁଲିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ତାଙ୍କ ପତ୍ନୀ

ENO Beuro

ମୁମ୍ବାଇରେ ଖୋଲିବ ଡ୍ୟାନ୍ସ୍‌ବାର୍‌,ସିସିଟିଭି ଓ ଟଙ୍କାବୃଷ୍ଟି ନିଷେଧ

ENO Beuro

Leave a Comment