ସମ୍ବଲପୁରରେ ଆନ୍ଧ୍ର ମାଛରୁ ଫର୍ମାଲିନ ମିଳିଛି। ସମ୍ବଲପୁରରେ ଯାଞ୍ଚ ସମୟରେ ୨ଟି ମାଛରେ ଫର୍ମାଲିନ ଥିବା ଜଣା ପଡିଛି। କୁଲୁଥକାନିରେ ଥିବା ମାଛ ମାର୍କେଟରୁ ଏହି ଫର୍ମାଲିନ ମାଛ ମିଳିଥିବା ସୂଚନା ମିଳିଛି। ଅଧିକ ପରୀକ୍ଷା ପାଇଁ ମାଛକୁ ଭୁବନେଶ୍ୱର ପଠାଯିବ ବୋଲି ଅଧିକାରୀ ମାନେ ସୂଚନା ଦେଇଛନ୍ତି।
ତେବେ ଯେଉଁ ମାଛରୁ ଫର୍ମାଲିନ୍ ମିଶିଥିିବାର ସୂଚନା ମିଳିଛି ତାହା ଆନ୍ଧ୍ରପ୍ରଦେଶରୁ ଆମଦାନୀ ହୋଇଥିବା ମାଛ କିମ୍ବା ସ୍ଥାନୀୟ ମାଛ ତାହା ସ୍ପଷ୍ଟ ହୋଇ ନାହିଁ। ଅପରପକ୍ଷେ ଆସାମସରକାର ୧୦ଦିନ ପାଇଁ ରାଜ୍ୟ ବାହାରୁ ମାଛ ଆମଦାନୀ ଉପରେ ସରକାରୀ କଟକଣା ଜାରି କରିବା ପରେ ଆଜି ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର ଗୋଆକୁ କୌଣସି ପରିସ୍ଥିତିରେ ୧୫ ଦିନ ମଧ୍ୟରେ ରାଜ୍ୟ ବାହାରୁ ମାଛ ଆସି ପାରିବ ନାହିଁ ବୋଲି ଘୋଷଣା କରିଛନ୍ତି।