Loading...

ବିଜେପିରେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କିରଣ ରେଡ୍ଡୀ

ବିଜେପିରେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କିରଣ ରେଡ୍ଡୀ

ଅବିଭାଜିତ ଆନ୍ଧ୍ରପ୍ରଦେଶର ପୂର୍ବତନ ତଥା ଶେଷ ମୁଖ୍ୟମନ୍ତ୍ରୀ କିରଣ କୁମାର ରେଡ୍ଡୀ ଆଜି ବିଜେପିରେ ଯୋଗ ଦେଇଛନ୍ତି।ସଂସଦୀୟ କାର୍ଯ୍ୟମନ୍ତ୍ରୀ ପହ୍ଲାଦ ଜୋଶୀ ତାଙ୍କୁ ଦଳର ସଦସ୍ୟତା ପ୍ରଦାନ କରିଛନ୍ତି ।

ଅବିଭାଜିତ ଆନ୍ଧ୍ରପ୍ରଦେଶର ପୂର୍ବତନ ତଥା ଶେଷ ମୁଖ୍ୟମନ୍ତ୍ରୀ କିରଣ କୁମାର ରେଡ୍ଡୀ ଆଜି ବିଜେପିରେ ଯୋଗ ଦେଇଛନ୍ତି।ସଂସଦୀୟ କାର୍ଯ୍ୟମନ୍ତ୍ରୀ ପହ୍ଲାଦ ଜୋଶୀ ତାଙ୍କୁ ଦଳର ସଦସ୍ୟତା ପ୍ରଦାନ କରିଛନ୍ତି । ଶୁକ୍ରବାର ସକାଳେ ଏନ କୀରଣ ରେଡ୍ଡୀ ପ୍ରଥମେ ବିଜେପି କାର୍ଯ୍ୟାଳୟରେ ପହଂଚିଥିଲେ । ଏହାପରେ ସେଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବିଜେପିର ମହାସଚିବ ଅରୁଣ ସିଂଙ୍କ ସମେତ ଅନ୍ୟ ବରିଷ୍ଠ ନେତାମାନେ ମଧ୍ୟ ଉପସ୍ଥିତ ଥିଲେ ।

ସୂଚନାନୁସାରେ, ଆନ୍ଧ୍ରପ୍ରଦେଶର ବିଭାଜନ ନେଇ ତତ୍କାଳୀନ ୟୁପିଏ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି ରେଡ୍ଡୀ ୧୦ ମାର୍ଚ୍ଚ ୨୦୧୪ରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ କିରଣ କୁମାର ରେଡ୍ଡୀ କଂଗ୍ରେସ ଠାରୁ ଅଲଗା ହୋଇଥିଲେ। ୨୦୧୪ ମସିହାରେ ସେ ‘ଜୟ ସାମିକ୍ୟ ଆନ୍ଧ୍ର’ ନାମରେ ନିଜର ଏକ ଦଳ ଗଠନ କରି ଲୋକସଭା ନିର୍ବାଚନ ଲଢ଼ିଥିଲେ । ତେବେ ସେଭଳି ସଫଳତା ନ ମିଳିବାରୁ କିରଣ କୁମାର ୨୦୧୮ରେ ପୁଣି କଂଗ୍ରେସକୁ ଫେରିଥିଲେ ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.