SPORTS

ବିସିସିଆଇର ପୂର୍ବତନ ମହାପ୍ରବନ୍ଧକ ଏମଭି ଶ୍ରୀଧର ଙ୍କର ହୃଦଘାତରେ ପରଲୋକ

ପୂର୍ବତନ ବିସିସିଆଇ ମହାପ୍ରବନ୍ଧକ ଏମଭି ଶ୍ରୀଧର ଙ୍କର ସୋମବାର ଅପରାହ୍ନରେ ହୃଦଘାତରେ ପରଲୋକ ହୋଇଯାଇଛି। ମୃତ୍ୟୁ ସମୟରେ ତାଙ୍କୁ ମାତ୍ର ୫୧ ବର୍ଷ ହୋଇଥିଲା। ଅନେକ ବିବାଦରେ ଛନ୍ଦି ହୋଇ ସେ ଗତ ସେପ୍ଟେମ୍ବର ମାସରେ ନିଜ ପଦରୁ ଇସ୍ତଫା ଦେଇଥିଲେ।

ପେସାରେ ଜଣେ ଡାକ୍ତର ଥିବା ଏମଭି ଶ୍ରୀଧରଙ୍କୁ ହାଇଦ୍ରାବାଦ ସୃଷ୍ଟି କରିଥିବା ସବୁଠାରୁ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନର ମାନ୍ୟତା ମିଳିଥିଲା । ମାତ୍ର ତାଙ୍କୁ କେବେ ଜାତୀୟ ଦଳରେ ଖେଳିବାକୁ ସୁଯୋଗ ମିଳିନଥିଲା । । ସେ ୯୭ ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳି ୨୧ ଶତକ ଏବଂ ୨୭ ଅର୍ଧଶତକ ସହାୟତାରେ ୬୭୦୧ ରନ୍‌ କରିଥିଲେ।

ନିଜ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ ପାଇଁ ଏମଭି ଶ୍ରୀଧର ଖୁବ ପରିଚିତ । ଶ୍ରୀଧର ନିଜ ପ୍ରଥମ ରଣଜୀ ମ୍ୟାଚରେ ହିଁ ଶତକ ଅର୍ଜନ କରିଥିଲେ। ଶ୍ରୀଧର ମଧ୍ୟ ୧୯୯୩-୯୪ରେ ଆନ୍ଧ୍ରପ୍ରଦେଶ  ବିପକ୍ଷରେ ୩୬୬ କରିଥିଲେ । ୨୦୦୦ ମସିହାରେ ସେ ସମସ୍ତ ପ୍ରକାର କ୍ରିକେଟ୍‌ରୁ ଅବସର ଘୋଷଣା କରିଥିଲେ। ସେତେବେଳେ ତାଙ୍କୁ ମାତ୍ର ୩୩ ବର୍ଷ ବୟସ ହୋଇଥିଲା  ୨୦୧୩ ମସିହାରେ ସେ ବିସିସିଆଇର ମହାପ୍ରବନ୍ଧକ ଭାବେ ନିଯୁକ୍ତ ହୋଇଥିଲେ। ଶ୍ରୀଧର ମଧ୍ୟ ଆଇସିସି ବୈଠକରେ ବିସିସିଆଇର ପ୍ରତିନିଧିତ୍ୱ କରିଥିଲେ।

ବିସିସିଆଇର ପୂର୍ବତନ ମହାପ୍ରବନ୍ଧକ ଏମଭି ଶ୍ରୀଧରଙ୍କର ହୃଦଘାତରେ ପରଲୋକ

ପଢନ୍ତୁ, ନ୍ୟୁଜିଲାଣ୍ଡ ବିପକ୍ଷରେ ଟି୨୦ ଶୃଙ୍ଖଳା ପୂର୍ବରୁ ହିଁ ଜସପ୍ରିତ ବୁମରାହଙ୍କୁ ମିଳିଲା ଫାଇଦା

Related posts

ଆହତ ପୃଥ୍ବୀ ସ’ପ୍ରଥମ ଟେଷ୍ଟରୁ ବାଦ୍

ENO Beuro

କଳିଙ୍ଗରେ ଗୋଲ ବର୍ଷା,ଚୀନ ବିପକ୍ଷରେ ୧୧-୦ ଗୋଲରେ ଜିତିଲା ଅଷ୍ଟ୍ରେଲିଆ

ENO Beuro

ଅନ୍ତର୍ଜାତୀୟ ଦୃଷ୍ଟିହିନ କ୍ରିକେଟ: ଆଜି ଭାରତ-ଶ୍ରୀଲଙ୍କା ଟକ୍କର

ENO Beuro

2 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More