ଶଙ୍ଖ ଧରିବେ ଅବସରପ୍ରାପ୍ତ ଆଇପିଏସ୍‌ ଅଫିସର ଅରୂପ ପଟ୍ଟନାୟକ

୬୩ ବର୍ଷୀୟ ଅରୂପ ପଟ୍ଟନାୟକ ମହାରାଷ୍ଟ୍ର ଆଇପିଏସ କ୍ୟାଡରର ଜଣେ ଜଣାଶୁଣା ଅଫିସର ଅରୂପ ପଟ୍ଟନାୟକ

ପ୍ରଶାସନିକ କ୍ଷେତ୍ରରୁ ଅବସର ନେବା ପରେ ଏବେ ରାଜନୀତିରେ ପାଦ ଥାପିବାକୁ ମନ ବଳାଇଛନ୍ତି ବରିଷ୍ଠ ଆଇପିଏସ ଅଫିସର ଅରୂପ ପଟ୍ଟନାୟକ।ବିଜେଡିରେ ଯୋଗଦେବା ନେଇ ସେ ସ୍ପଷ୍ଟ କରିଛନ୍ତି । ବୁଧବାର ଅପରାହ୍ନରେ ସେ ବିଜୁ ଜନତା ଦଳରେ ବିଧିବଦ୍ଧ ଭାବେ ଯୋଗଦେବେ ବୋଲି ସୂଚନା ମିଳିଛି ।

ଦିନକୁ ଦିନ ଅନେକ ପ୍ରଭାବଶାଳୀ ଲୋକ ବିଜେଡିରେ ଯୋଗ ଦେଉଥିବା ବେଳେ ଅରୂପ ପଟ୍ଟନାୟକଙ୍କ ଏଭଳି ନିଷ୍ପତ୍ତି ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ୬୩ ବର୍ଷୀୟ ଅରୂପ ପଟ୍ଟନାୟକ ମହାରାଷ୍ଟ୍ର ଆଇପିଏସ କ୍ୟାଡରର ଜଣେ ଜଣାଶୁଣା ଅଫିସର ଥିଲେ । ମୁମ୍ବାଇର ପୋଲିସ କମିଶନର ଥିବାବେଳେ ଅରୂପ ଅନେକ ପ୍ରଂଶସନୀୟ କାମ କରିଥିଲେ । ମୁମ୍ବାଇର ପୋଲିସ କମିଶନର ହେବାରେ ସେ ଥିଲେ ପ୍ରଥମ ଓଡିଆ ।

ନିଜର ଦକ୍ଷତା ପାଇଁ ତାଙ୍କୁ ୨୦୦୩ରେ ରାଷ୍ଟ୍ରପତି ପଦକ ପ୍ରଦାନ କରାଯାଇଥିଲା ।  ୨୦୧୧ରେ ତାଙ୍କୁ ମୁମ୍ବାଇ ପୋଲିସ କମିଶନର ଭାବେ ନିଯୁକ୍ତି ଦିଆଯାଇଥିଲା । ୧୯୯୪ରେ ମଧ୍ୟ ସେ ଇଣ୍ଡିଆନ ପୋଲିସ ମେଡାଲ ହାସଲ କରିଥିଲେ । ସେପ୍ଟେମ୍ବର ୩୦ ୨୦୧୫ରେ ସେ ନିଜର ଚାକିରୀ ଜୀବନରୁ ଅବସର ଗ୍ରହଣ କରିଛନ୍ତି ।

ବିଜେଡିରେ ମିଶିବା ପ୍ରସଙ୍ଗରେ ଅରୂପ ପଟ୍ଟନାୟକ କହିଛନ୍ତି ଯେ, ସୁଯୋଗ ମିଳିଥିବାରୁ ଲୋକଙ୍କ ସହ ଅଧିକ ମିଶି ହେବ । ନୂଆ ଜୀବନ ନୂଆ ଅଧ୍ୟାୟ ଆରମ୍ଭ କରିବେ ବୋଲି କହିଛନ୍ତି ଏହି ପୂର୍ବତନ ଆଇପିଏସ ଅଧିକାରୀ ତଥା ପୂର୍ବତନ ପୋଲିସ କମିଶନର ଅରୂପ ପଟ୍ଟନାୟକ ।

ପଢନ୍ତୁ ;

‘ରାଇଜିଙ୍ଗ ଷ୍ଟାର-୨’ ସୋ’ର ବିଜେତା ହେଲେ ହେମନ୍ତ ବ୍ରିଜବାସ

 ୬୩ ବର୍ଷୀୟ ଅରୂପ ପଟ୍ଟନାୟକ ମହାରାଷ୍ଟ୍ର ଆଇପିଏସ କ୍ୟାଡରର ଜଣେ ଜଣାଶୁଣା ଅଫିସର ଥିଲେ - 92%

92%

ନୂଆ ଜୀବନ ନୂଆ ଅଧ୍ୟାୟ ଆରମ୍ଭ କରିବେ ବୋଲି କହିଛନ୍ତି ଏହି ପୂର୍ବତନ ଆଇପିଏସ ଅଧିକାରୀ ତଥା ପୂର୍ବତନ ପୋଲିସ କମିଶନର ଅରୂପ ପଟ୍ଟନାୟକ - 90%

90%
91%

Excellent!

ଶଙ୍ଖ ଧରିବେ ଅବସରପ୍ରାପ୍ତ ଆଇପିଏସ୍‌ ଅଫିସର ଅରୂପ ପଟ୍ଟନାୟକ

ପ୍ରଶାସନିକ କ୍ଷେତ୍ରରୁ ଅବସର ନେବା ପରେ ଏବେ ରାଜନୀତିରେ ପାଦ ଥାପିବାକୁ ମନ ବଳାଇଛନ୍ତି ବରିଷ୍ଠ ଆଇପିଏସ ଅଫିସର ଅରୂପ ପଟ୍ଟନାୟକ। ବିଜେଡିରେ ଯୋଗଦେବା ନେଇ ସେ ସ୍ପଷ୍ଟ କରିଛନ୍ତି । ବୁଧବାର ଅପରାହ୍ନରେ ସେ ବିଜୁ ଜନତା ଦଳରେ ବିଧିବଦ୍ଧ ଭାବେ ଯୋଗଦେବେ ବୋଲି ସୂଚନା ମିଳିଛି ।

No Votes Yet

You're not rated yet