News

ଆଜି ‘ମିସାଇଲ ମ୍ୟାନ’ଏ.ପି.ଜେ ଅବଦୁଲ୍ କଲାମ୍ ଙ୍କ ପୁଣ୍ୟତିଥି

Untitled 1

“ମିସାଇଲ୍ ମ୍ୟାନ୍” ନାମରେ ପରିଚିତ ଭାରତର ପୂର୍ବ ରାଷ୍ଟ୍ରପତି ଡ. ଏ.ପି.ଜେ ଅବଦୁଲ୍ କଲାମ୍  ଙ୍କର ଆଜି ହେଉଛି ପୁଣ୍ୟତିଥି । ଆଜକୁ ଠିକ୍ ୪ ବର୍ଷ ତଳେ ଦୁନିଆକୁ ବିଦାୟ କହି ସେ ଇହଧାମ ତ୍ୟାଗ କରିଥିଲେ ଏବଂ ପଛରେ ଛାଡିଯାଇଥିଲେ ତାଙ୍କର କୋଟି କୋଟି ଅନୁଗାମୀଙ୍କୁ । ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ୍ କଲାମ୍ ନିଜର ପ୍ରେରଣାଦାୟୀ କଥାକୁ ନେଇ ଆଜି ବି ଲୋକଙ୍କ ହୃଦୟ ଏବଂ ମସ୍ତିଷ୍କରେ ଜୀବିତ ରହିଛନ୍ତି । ଯଦି କୁହାଯାଏ ଯେ ଭାରତର ସେହି ପିଢିଙ୍କ ପାଇଁ ଏକ ବଡ ଉପଲବ୍ଧିର ସମୟ ଥିଲା ଯେତେବେଳେ ଏପିଜେ ଅବଦୁଲ୍ କଲାମଙ୍କ ସ୍ୱପ୍ନ ଏବଂ ଉକ୍ରୃଷ୍ଟ ପ୍ରଦର୍ଶନର କଥା ସେମାନଙ୍କ କାନରେ ପଡିଥିଲା କହିଲେ କିଛି ଭୁଲ୍ ହେବ ନାହିଁ ।

ତାଙ୍କର ଗୋଟିଏ ଗୋଟିଏ ପଂକ୍ତି  ଜୀବନର ପଙ୍କିଳ ରାସ୍ତାରେ କମଳ ସଦୃଶ ପ୍ରଷ୍ଫୁଟିତ ହେଉଥିଲା । ସେ କହୁଥିଲେ , “ସ୍ୱପ୍ନ ତାହା ନୁହେଁ ଯାହା ଶୋଇଲାବେଳେ ନିଦରେ ଦେଖାଯାଏ , ସ୍ୱପ୍ନ ତାହା ଯାହା ଶୋଇବାକୁ ହିଁ ଦିଏନାହିଁ ।” ନିଜର ଉଚ୍ଚକୋଟିର ଭାବନା , କଠୋର ପରିଶ୍ରମ ଏବଂ ସଚ୍ଚୋଟ କାର୍ଯ୍ୟଦକ୍ଷତାକୁ ନେଇ ଦୁନିଆରେ ପରିଚିତ ହୋଇଥିବା ଏହି ମହାନାୟକ ଯେତେବେଳେ ଦେଶର ୧୧ ତମ ରାଷ୍ଟ୍ରପତି  ଆସନରେ ଅଭିଷିିକ୍ତ ହେଲେ ସେତେବେଳେ ଘରେ ଘରେ ଦୀପାବଳି ଭଳି ବାତାବରଣ ସୃଷ୍ଟି ହୋଇଥିଲା ।

ପଢନ୍ତୁ: ସପ୍ତାହେ ପର୍ଯ୍ୟନ୍ତ ଲଗାଣ ବର୍ଷାରୁ ରାଜ୍ୟବାସୀଙ୍କୁ ନିସ୍ତାର ନାହିଁ

Related posts

ତାମିଲନାଡୁର ଆଇପିଏସ ଅଧିକାରୀ ସଫୀର କରିମ ଗିରଫ, କାରଣଟି ବଡ ନିନ୍ଦନୀୟ

ENO Beuro

ବ୍ରାହ୍ମଣୀ ସେତୁ ଯାତ୍ରୀଙ୍କ ପାଇଁ ପାଲଟିଛି ମରଣ ଜନ୍ତା, ନଭେମ୍ବର ୨ରୁ ବ୍ରାହ୍ମଣୀ ସେତୁ ବଂଚାଅ ଆନ୍ଦୋଳନ

ENO Beuro

ଫିଲ୍ମ ନିର୍ମାତା ଦିଲ୍ଲୀପ ପଟ୍ଟନାୟକଙ୍କ ପରଲୋକ

ENO Beuro

Leave a Comment