News

ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ

Atala Bihari 00047

ଆଜି ଅଜାତ ଶତ୍ରୁ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ । ଏହି ଅବସରରେ ଦିଲ୍ଲୀରେ ବାଜପେୟୀଙ୍କ ସମାଧୀ ସ୍ଥଳରେ ଆୟୋଜନ ହୋଇଛି ବିଶାଳ ଶ୍ରଦ୍ଧାଂଜଳି କାର୍ଯ୍ୟକ୍ରମ । ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହ ମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କ ସହ ବିଭିନ୍ନ ରାଜନୈତିକ ଦଳର ନେତା ବାଜପେୟୀଙ୍କୁ ଶ୍ରଦ୍ଧାଂଜଳି ପ୍ରଦାନ କରିଛନ୍ତି ।

Atala Vihari

ଏହି ଅବସରରେ ବାଜପେୟୀଙ୍କ ସ୍ମୃତି ଚାରଣ କରିଛନ୍ତି ସଭିଏଁ । ୨୦୧୮ମସିହା ଆଜିର ଦିନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୯୩ ବର୍ଷ ବୟସରେ ପରଲୋକ ଘଟିଥିଲା।  ଅଟଳ ବିହାରୀଙ୍କ ପରଲୋକ ପରେ ତାଙ୍କର ପବିତ୍ର ଅସ୍ଥି  ଦେଶର ୧୦୦ଟି ନଦୀରେ ପ୍ରବାହିତ କରାଯାଇଥିଲା।

ପ୍ରଥମଥର ଲାଗି ୧୯୯୬ରେ ଦେଶର ପ୍ରଧାନମନ୍ତ୍ରୀ  ଦାୟିତ୍ୱ ସମ୍ଭାଳିଥିଲେ ବାଜପେୟୀ। ମାତ୍ର ୧୩ ଦିନରେ ଭାଂଗିଥିଲା ବାଜପେୟୀ ନେତୃତ୍ୱାଧୀନ ସରକାର।  ଏହାପରେ ୧୯୯୮ରେ ଦ୍ୱିତୀୟଥର ଲାଗି ସେ ପ୍ରଧାନମନ୍ତ୍ରୀ ହୋଇଥିଲେ। ଏହି ସରକାର ୧୩ ମାସରେ ଭାଂଗିଥିଲା। ୧୯୯୯ରେ ତୃତୀୟ ଥର ପ୍ରଧାନମନ୍ତ୍ରୀ ପଦ ସମ୍ଭାଳି ୫ ବର୍ଷ କାର୍ଯ୍ୟକାଳ ପୂର୍ଣ୍ଣ କରିଥିଲେ ଅଟଳ ବିହାରୀ ବାଜୟେୟୀ।୨୦୧୪ମସିହାରେ ଅଟଳ ବିହାରୀ ବାଜପେୟୀଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନ ଭାରତ ରତ୍ନରେ ସମ୍ମାନିତ କରାଯାଇଥିଲା। ଦେଶର ସେ ଜଣେ ଦୂରଦର୍ଶୀ ରାଷ୍ଟ୍ରନେତା  ଥିଲେ ।

ପଢନ୍ତୁ: ସ୍ୱାଧୀନତା ଦିବସ ଅବସରରେ ଓଡ଼ିଶାରୁ ୧୧ ଜଣଙ୍କୁ ମିଳିବ ରାଷ୍ଟ୍ରପତି ପଦକ

Related posts

ରୁଷୀୟ ସଂଘ ସହ ଭାରତୀୟ ରେଳବାଇର ସହଯୋଗ ଓ ବୁଝାମଣା ସ୍ୱାକ୍ଷରିତ

ENO Beuro

ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ENO Beuro

୧୫୦ତମ ଗାନ୍ଧୀ ଜୟନ୍ତୀରେ କାଏଦିଙ୍କୁ ସ୍ଵତନ୍ତ୍ର କ୍ଷମା ପ୍ରଦାନ ଉପରେ କ୍ୟାବିନେଟ ମୋହର

ENO Beuro

Leave a Comment