Loading...

ମଙ୍ଗଳ ଗ୍ରହରେ ମିଳିଲା ଜଳର ସନ୍ଧାନ

ମଙ୍ଗଳ ଗ୍ରହରେ ମିଳିଲା ଜଳର ସନ୍ଧାନ

ବିଶ୍ବର ବୈଜ୍ଞାନିକମାନେ ଦୀର୍ଘ ଦିନ ଧରି ମଙ୍ଗଳ ଗ୍ରହରେ ଜୀବନର ସମ୍ଭାବନା ଖୋଜୁଥିଲେ। ଏହି ପର୍ଯ୍ୟାୟରେ,  ଏକ ଆନ୍ତର୍ଜାତୀୟ ଅନୁସନ୍ଧାନକାରୀ ଦଳ ମଙ୍ଗଳ ଗ୍ରହର ଦକ୍ଷିଣ ମେରୁରେ ବରଫ ଆସ୍ତରଣ ତଳେ ଜଳର ସନ୍ଧାନ ପାଇଛନ୍ତି ।

ବିଶ୍ବର ବୈଜ୍ଞାନିକମାନେ ଦୀର୍ଘ ଦିନ ଧରି ମଙ୍ଗଳ ଗ୍ରହରେ ଜୀବନର ସମ୍ଭାବନା ଖୋଜୁଥିଲେ। ଏହି ପର୍ଯ୍ୟାୟରେ,  ଏକ ଆନ୍ତର୍ଜାତୀୟ ଅନୁସନ୍ଧାନକାରୀ ଦଳ ମଙ୍ଗଳ ଗ୍ରହର ଦକ୍ଷିଣ ମେରୁରେ ବରଫ ଆସ୍ତରଣ ତଳେ ଜଳର ସନ୍ଧାନ ପାଇଛନ୍ତି । ସେମାନେ ତରଳ ଅବସ୍ଥାରେ ଥିବା ଜଳର ସମ୍ଭାବ୍ୟ ଅସ୍ତିତ୍ୱର ନୂତନ ପ୍ରମାଣ ପାଇଛନ୍ତି ।ବୈଜ୍ଞାନିକ ଗବେଷଣା ସଂପର୍କରେ ପ୍ରକାଶ କରୁଥିବା ଏକ ଅନ୍ତର୍ଜାତୀୟ ପତ୍ରିକା ନେଚର ଆଷ୍ଟ୍ରୋନୋମୀରେ ପ୍ରକାଶିତ ରିପୋର୍ଟ ଅନୁସାରେ, ମଙ୍ଗଳ ଗ୍ରହର ଦକ୍ଷିଣ ମେରୁ ତଳେ ତରଳ ଜଳର ସଂଧାନ ପାଇଁ ରାଡାର ବ୍ୟତୀତ ଅନ୍ୟ ପଦ୍ଧତିର ବ୍ୟବହାର କରାଯାଇଥିଲା । କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟ ଓ ଶେଫିଲ୍ଡ ବିଶ୍ୱବିଦ୍ୟାଳୟର ସହଯୋଗରେ  ଏହି ଗବେଷଣା କରାଯାଇଥିଲା । ଗବେଷକମାନେ ବରଫ କ୍ୟାପର ଉପର ପୃଷ୍ଠର ଉପରେ ଲେଜର ଆଲ୍ଟିମିଟର ମାପ ବ୍ୟବହାର କରି ଏହାର ଉଚ୍ଚତାରେ ସୂକ୍ଷ୍ମ ଆସ୍ତରଣ ଚିହ୍ନଟ କରିଥିଲେ । ଏହା ପରେ ସେମାନେ ଦେଖାଇଲେ ଯେ ଏହି ଆସ୍ତରଣଗୁଡ଼ିକ କମ୍ପ୍ୟୁଟର ମଡେଲ ପୂର୍ବାନୁମାନ ସହିତ ମେଳ ଖାଉଛି । ସେମାନଙ୍କର ଫଳାଫଳ ପୂର୍ବ ବରଫ ଭିତରକୁ ପ୍ରବେଶ କରୁଥିବା ରାଡାର ମାପ ସହିତ ସମାନ, ଯାହା ବରଫ ତଳେ ତରଳ ଆକାରରେ ଜଳର ସମ୍ଭାବ୍ୟ କ୍ଷେତ୍ର ଦେଖାଇବାକୁ ବ୍ୟାଖ୍ୟା କରାଯାଇଥିଲା । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ବରଫର ଆଚ୍ଛାଦିତ ଗ୍ରହର ଉଚ୍ଚ ଅକ୍ଷାଂଶ ଅଞ୍ଚଳକୁ ଆଇସ୍ କ୍ୟାପ୍  ବା ବରଫ ଆସ୍ତରଣ କୁହାଯାଏ ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.