News

ଝାରସୁଗଡ଼ା:ଟ୍ରେନ୍‌ ଧକ୍କାରେ ୪ ହାତୀ ମୃତ

ଝାରସୁଗୁଡ଼ା ଜିଲ୍ଲା ବାଘଡ଼ିହି ରେଞ୍ଜରେ ଟ୍ରେନ୍ ଧକ୍କାରେ ୪ ହାତୀଙ୍କ ମୃତ୍ୟୁ ଘଟିଛି। ଆଜି ଭୋରରୁ ତେଲଡିହି- ଅଗରିଆ ବାଗଡିହି ଫାଟକ  ନିକଟରେ ଏହି ଦୁର୍ଘଟଣା ଘଟିଛି। ଟ୍ରେନ୍‌ ଯିବା ସମୟରେ ହାତୀ ପଲ ରେଳ ଲାଇନ୍ ପାର ହେଉଥିବା ବେଳେ ଧକ୍କା ହୋଇଛି।

ଟ୍ରେନ୍‌ରେ କଟିଯାଇଥିବା ହାତୀଙ୍କ ମଧ୍ୟରେ ୨ଟି ବୟସ୍କ ହାତୀ ଥିବା ବେଳେ ୨ଟି ଛୋଟ ହାତୀ ଅଛନ୍ତି।

ପରେ କିଛି ସମୟ ପାଇଁ ଏହି ଲାଇନରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। କିଛି ଟ୍ରେନ୍ ଉଭୟ ଲାଇନରେ ଅଟକି ରହିଥିଲା ପରେ ରେଳ ଚଳାଚଳ ସ୍ୱାଭାବିକ ହୋଇଛି।

ସୂଚନାଯୋଗ୍ୟ ଯେ, ଗତ ୨୦୧୨ ମସିହାରେ ମଧ୍ୟ ଗଞ୍ଜାମ ଜିଲ୍ଲା ରମ୍ଭା ନିକଟରେ ରେଳ ଲାଇନ ପାର ହେଉଥିବା ବେଳେ ଟ୍ରେନରେ କଟି ୬ଟି ହାତୀଙ୍କର ମୃତ୍ୟୁ ଘଟିଥିଲା। ସେତେବେଳେ ଟ୍ରେନ୍ରେ ଯେମିତି ହାତୀ କଟି ମୃତ୍ୟୁ ବରଣ ନ କରନ୍ତି ସେଥିପାଇଁ ରେଳବାଇ ଓ ବନ ବିଭାଗ ମଧ୍ୟରେ ସମନ୍ଵୟ ରକ୍ଷା କରାଯାଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି ନିଷ୍ପତି ହୋଇଥିଲା।

ପଢନ୍ତୁ; ରାତ୍ରିଭୋଜନ ପରେ କରନ୍ତୁ ନାହିଁ ଏହି ସବୁ କାମ,ନଚେତ ହୋଇପାରନ୍ତି ଅସୁବିଧାର ସମ୍ମୁଖୀନ!

Related posts

ଲାଲୁଙ୍କ ପୁଅ ତେଜ ପ୍ରତାପଙ୍କ ବିବାହ ବିଚ୍ଛେଦ ଆବେଦନ

ENO Beuro

ମହମ୍ମଦ ସାମିଙ୍କ ଦୁର୍ଘଟଣା ପରେ ଶାନ୍ତ ପଡିଲେ ହସିନ୍ ଜହାଁ

ENO Beuro

ଭାରତୀୟ ସେନାରେ ନିଯୁକ୍ତି ପରୀକ୍ଷା ଦେଉଥିଲେ ୭ ନକଲି ପରୀକ୍ଷାର୍ଥୀ

Ratnamani Moharana

1 comment

Leave a Comment