EnewsOdia.Com

ମଧ୍ୟପ୍ରଦେଶରେ କାର୍‌ ଦୁର୍ଘଟଣାରେ ଜାତୀୟ ସ୍ତରର ୪ ହକି ଖେଳାଳିଙ୍କ ମୃତ୍ୟୁ

ମଧ୍ୟପ୍ରଦେଶର ହୋସଙ୍ଗାବାଦରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଯାତ୍ରା କରୁଥିବା କାର୍‌ ଦୁର୍ଘଟଣାଗ୍ରସ୍ତ ହେବାରୁ ସୋମବାର ଦିନ ଚାରି ଜଣ ଜାତୀୟସ୍ତରୀୟ ହକି ଖେଳାଳିଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ୟ ତିନି ଆହତ ହୋଇଥିବା କଥା ପୁଲିସ କହିଛି। ସେମାନେ ମଧ୍ୟପ୍ରଦେଶ ହକି ଏକାଡେମିର ଖେଳାଳି। ହୋସଙ୍ଗାବାଦରେ ହେବାକୁ ଯାଉଥିବା ମେଜର ଧ୍ୟାନଚାନ୍ଦ୍ ଟୁର୍ଣ୍ଣାମେଂଟରେ ସାମିଲ ହେବାକୁ ଏହି ଖେଳାଳିମାନେ ଏକ ସ୍ୱିଫ୍ଟ ଡିଜାୟର ଗାଡିରେ ଯାଉଥିଲେ । ଭାରସାମ୍ୟ ହରାଇ ଗାଡିଟି ଏକ ଗଛକୁ ଧକ୍କା ଦେଇଥିବା ଜଣାପଡିଛି । ତେବେ ଦୁର୍ଘଟଣା ସମୟରେ କାରର ବେଗ ଅଧିକ ଥିଲା ।

 

ମୃତକମାନେ ହେଲେ ଇନ୍ଦୋରର ଶାହନବାଜ ଖାନ୍‌, ଇଟାରସୀର ଆଦର୍ଶ ହରଦୁଆ, ଜବଲପୁରର ଆଶିଷ ଲାଲ୍‌ ଓ ଗ୍ୱାଲିୟରର ଅନିକେତ। ଅନ୍ୟ ୩ ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି କାରକୁ ଜବତ କରିବା ସହିତ ତଦନ୍ତ ଚଳାଇଛି।

ପଢନ୍ତୁ: ବିଷାକ୍ତ କେମିକାଲରେ ତିଆର ହେଉଛି ‘ମଦ’, ଢ଼ୋକେ ପିଇଲେ ପାଞ୍ଚ ମିନିଟରେ ହେବ ମୃତ୍ୟୁ

ସମ୍ବନ୍ଧିତ ଖବର

୨୩ରୁ ପୁଣି ଲେଉଟିବ ଶୀତ

Ratnamani Maharana

ରାଜଧାନୀରେ ଚାଲିବନି ଅଟୋ ଚାଳକଙ୍କ ମନମାନି

Ratnamani Maharana

ପାକିସ୍ତାନ ଯୁଦ୍ଧ ସଂଗ୍ରାହଳୟରେ ଭାରତୀୟ ବାୟୁସେନାର ଓ୍ବିଙ୍ଗ୍ କମାଣ୍ଡର ଅଭିନନ୍ଦନଙ୍କ ଷ୍ଟାଚ୍ୟୁ

Ratnamani Maharana

ବଟେଶ୍ବର ବେଳାଭୂମିରେ ଲାଗିଲା ୩୦ ଫୁଟ ଲମ୍ବର ମୃତ ତିମି

Ratnamani Maharana

ଅଭିନବ ଉପାୟରେ ଯୁବକଙ୍କ ପ୍ରତିବାଦ

Ratnamani Maharana

ଷ୍ଟୁଡ଼ିଓରେ ଗୀତ ଗାଇଲେ ପରିବହନ ମନ୍ତ୍ରୀ

Ratnamani Maharana