News

ସୁପ୍ରିମକୋର୍ଟରେ ୪ ନୂଅା ବିଚାରପତି ନିଯୁକ୍ତ

sc

ଗୁରୁବାର ୪ଜଣ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ସୁପ୍ରିମ୍‌କୋର୍ଟରେ ନିଯୁକ୍ତି ମିଳିଛି। ଷ୍ଟ୍ରପତି ଭବନରୁ ଗତକାଲି ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ମଧ୍ୟପ୍ରଦେଶ, ଗୁଜରାଟ, ପାଟନା, ଓ ତ୍ରିପୁରା ହାଇକୋର୍ଟର ମୁଖ୍ୟ ବିଚାରପତି ଯଥାକ୍ରମେ ଜଷ୍ଟିସ ହେମନ୍ତ ଗୁପ୍ତା, ଜଷ୍ଟିସ ଆର.ସୁବାସ ରେଡ୍ଡୀ, ଜଷ୍ଟିସ ଏମଆର ଶାହ ଓ ଜଷ୍ଟିସ ଅଜୟ ରସ୍ତୋଗୀଙ୍କୁ ସୁପ୍ରିମକୋର୍ଟର ବିଚାରପତି ଭାବେ ପଦୋନ୍ନତି ମିଳିଛି । ଏହି ବିଚାରପତିମାନେ ଆଜି ସୁପ୍ରିମକୋର୍ଟର ବିଚାରପତି ଭାବେ ଶପଥ ନେବେ ।

sc

ସୂଚନାଯୋଗ୍ୟ ,ଏହି ୪ଜଣ ନୂଆ ବିଚାରପତିଙ୍କୁ ମିଶାଇ ସୁପ୍ରିମକୋର୍ଟ ବିଚାରପତିଙ୍କ ସଂଖ୍ୟା ୨୮ରେ ପହଞ୍ଚିଛି । ଏବର ନିୟମ ଅନୁସାରେ ସୁପ୍ରିମକୋର୍ଟରେ ବିଚାରପତି ପଦ ପାଇଁ ୩୧ଟି ପଦ ରହିଛି । ଅକ୍ଟୋବର ୩୦ତାରିଖରେ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗେଇଙ୍କ ଅଧ୍ୟକ୍ଷତାରେ ଗଠିତ ସୁପ୍ରିମକୋର୍ଟ କଲେଜିୟମ ଏହି ବିଚାରପତିମାନଙ୍କୁ ପଦୋନ୍ନତି ଦେବା ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିସ୍ କରିଥିଲେ।

ପଢନ୍ତୁ; ରଣଜୀ ଟ୍ରଫି: ଅନୁରାଗଙ୍କ ଶତକ,ଓଡ଼ିଶା ୬/୨୩୨

Related posts

The Odisha Government Has Decided To Open 30 New Courts To Solve Pending Cases

ENO Beuro

ଆଜି ରାଜ୍ୟବ୍ୟାପି ବସ୍ ଧର୍ମଘଟ : ଯାତ୍ରୀ ହନ୍ତସନ୍ତ

ENO Beuro

ରାମ ମନ୍ଦିର ନିର୍ମାଣ ପାଇଁ ସଂକଳ୍ପ ନେଲେ : ଡିଜି ,ୟୁପି ପ୍ରଶାସନ ଉପରେ କ’ଣ ପଡିବ ପ୍ରଭାବ ?

ENO Beuro

Leave a Comment