SPORTS

ଚତୁର୍ଥ ଦିନିକିଆ: ପ୍ରଥମେ ବ୍ୟାଟିଂ କରିବ ଭାରତ

ଆଜି ଭାରତ-ୱେଷ୍ଟଇଣ୍ଡିଜ ଚତୁର୍ଥ ଦିନିକିଆ । ମୁମ୍ବାଇର ବ୍ରାବର୍ଣ୍ଣ ଷ୍ଟାଡିୟମରେ ଦିନ ସାଢ଼େ ଗୋଟାଏରେ ଏହି ମ୍ୟାଚ୍‌ ଖେଳାଯିବ । ପୁଣେରେ ତୃତୀୟ ଦିନିକିଆରେ ଭାରତ ୪୩ ରନ୍‌ରେ ୱେଷ୍ଟଇଣ୍ଡିଜଠାରୁ ହାରିଥିଲା।

ଭାରତୀୟ ଅଧିନାୟକ ବିରାଟ କୋହଲି ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ଏକ ହାଇ ସ୍କୋରିଂ ଗ୍ରାଉଣ୍ଡ। ରାତିରେ କାକର ପଡ଼ିବାର ବିଶେଷ ସମ୍ଭାବନା ନ ଥିବାରୁ ଏହି ନିଷ୍ପତ୍ତି ନେଇଥିବା କହିଛନ୍ତି କୋହଲି। ପୂର୍ବ ମ୍ୟାଚ୍‌ରେ ଖେଳିଥିବା ଭାରତୀୟ ଦଳରେ ଦୁଇ ପରିବର୍ତ୍ତନ କରାଯାଇଛି। ୟୁଜଭେନ୍ଦ୍ର ଚହଲ ଓ ରିଶଭ ପନ୍ତ ଦଳରୁ ବାଦ୍‌ ପଡ଼ିଛନ୍ତି। ଏମାନଙ୍କ ସ୍ଥାନରେ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଓ କେଦାର ଯାଦବଙ୍କୁ ଦଳରେ ସ୍ଥାନ ମିଳିଛି। ଭ୍ରମଣକାରୀ ଦଳରେ ଗୋଟିଏ ପରିବର୍ତ୍ତନ କରାଯାଇଛି।

india

ୱେଷ୍ଟଇଣ୍ଡିଜ ଗତ ମ୍ୟାଚ୍‌କୁ ଜିତିଥିବାରୁ ମନୋବଳ ଦୃଢ଼ ରହିଛି । ବିଜୟ ଧାରା ବଜାର ରଖିବା ଲକ୍ଷ୍ୟରେ ରଣନୀତି ସହ ପଡ଼ିଆକୁ ଓହ୍ଲାଇବ ଭ୍ରମଣକାରୀ ଦଳ । ତେଣୁର ଆଜିର ମୁକାବିଲା ଜୋରଦାର ହେବ ବୋଲି ଆଶା କରାଯାଉଛି । ପାଞ୍ଚ ଟିକିଆ ସିରିଜ ବର୍ତ୍ତମାନ ୧-୧ରେ ବରାବର ରହିଛି ।

ପଢନ୍ତୁ; ‘ମଦରକପ୍’ ଅର୍ଚ୍ଚନା , ଡ୍ୟୁଟି ସହ କରିବାକୁ ପଡୁଛି ମା’ର କର୍ତ୍ତବ୍ୟ

Related posts

ଆଇପିଏଲ ନିଲାମୀ ବିଷୟରେ ସମସ୍ତେ ଜାଣନ୍ତି ! ହେଲେ ନିଲାମ କିଏ କରୁଛନ୍ତି ଜାଣନ୍ତି କି ? ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ଅଜଣା କଥା

ENO Beuro

ହକି ମହାସମର : ଆଜି ଭାରତ-ଦକ୍ଷିଣ ଆଫ୍ରିକା ଭେଟ

ENO Beuro

ମହିଳା ହକି : ୩-୧ରେ ସିରିଜ ଜିତିଲା ଭାରତ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More