SPORTS

ଫିଫା ବିଶ୍ୱକପ: ଫାଇନାଲରେ ଫ୍ରାନ୍ସ ,ବେଲ୍‌ଜିୟମ୍‌କୁ ୧-୦ ରେ ହରାଇଲା

ଫିଫା ବିଶ୍ୱକପର ପ୍ରଥମ ସେମିଫାଇନାଲରେ ଫ୍ରାନ୍ସ ୧-୦ରେ ବେଲଜିୟମକୁ ହରାଇ ଫାଇନାଲରେ ପ୍ରବେଶ କରିଛି । ତୃତୀୟ ଥର ପାଇଁ ଫାଇନାଲରେ ପ୍ରବେଶ କରିଥିବା ଫ୍ରାନ୍ସ ବୁଧବାର କ୍ରୋଏସିଆ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚର ବିଜେତାକୁ ଫାଇନାଲରେ ଭେଟିବ।

ଫ୍ରାନ୍ସ ଦ୍ୱିତୀୟ ଥର ପାଇଁ ଫିଫା ବିଶ୍ୱକପ୍ ଜିତିବାକୁ ଦଳ ସୁଯୋଗ ପାଇଛି। ଏହା ପୂର୍ବରୁ ୧୯୯୮ ମସିହାରେ ଫ୍ରାନ୍‌ସ ବିଶ୍ୱ ବିଜୟୀ ହୋଇଥିଲା। ମ୍ୟାଚ୍‌ର ପ୍ରଥମାର୍ଦ୍ଧରେ କୌଣସି ଗୋଲ୍ ହୋଇ ନ ଥିଲା। ତେବେ ୫୧ତମ ମିନିଟ୍‌ରେ ଫ୍ରାନ୍‌ସ ଏକ ଗୋଲ୍‌ ଦେବାରେ ସଫଳ ହୋଇଥିଲା। ଆଣ୍ଟୋନି ଗ୍ରୀଜ୍‌ମ୍ୟାନ୍‌ଙ୍କ କର୍ନର ବଲ୍‌କୁ ହେଡର୍‌ ଜରିଆରେ ଗୋଲ୍‌ରେ ପରିଣତ କରିଥିଲେ ଡିଫେଣ୍ଡର ସାମୁଏଲ୍ ଉଁତିତି।

ଆଜି ଦ୍ୱିତୀୟ ସେମି ଫାଇନାଲ୍ ମ୍ୟାଚ୍ ଖେଳା ଯିବ। ଇଂଲଣ୍ଡ ଓ କ୍ରୋଏସିଆ ମଧ୍ୟରେ ଏହି ମ୍ୟାଚ୍ ଖେଳାଯିବ। ରବିବାର ଫାଇନାଲ୍‌ ମ୍ୟାଚ୍ ଖେଳାଯିବ।

ପଢନ୍ତୁ; ବାସ୍ତୁଶାସ୍ତ୍ର ଅନୁସାରେ ସୂର୍ଯ୍ୟଦୋୟ ପରେ ଗୃହଣୀ ମାନେ କଣ କଲେ ଶୁଭ ଫଳ ମିଳିଥାଏ? ଜାଣନ୍ତୁ ସେ ସମ୍ପର୍କରେ

Related posts

ବିଶ୍ୱ ମାନ୍ୟତାର ଶୀର୍ଷରେ ମେରିକମ୍‌

ENO Beuro

ସାଇନା ନେହ୍ଵାଲ ହେଲେ ଚମ୍ପିୟାନ, ପ୍ରଣୟ ପ୍ରଥମ ଥର ଲାଗି ଜାତୀୟ ବିଜେତା

ENO Beuro

ବେଙ୍ଗାଲୁରୁକୁ ୪୬ ରନରେ ହରାଇ ପ୍ରଥମ ବିଜୟ ହାସଲ କଲା ମୁମ୍ବାଇ!

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More