ଫ୍ରାନ୍ସର ବଡ଼ ନିଷ୍ପତି: ଜବତ କରିବ ମାସୁଦର ସମ୍ପତ୍ତି

masu

 ମସୁଦ ଅଜହରଙ୍କ ସମ୍ପତ୍ତି ବାଜ୍ୟାପ୍ତ କରିବ ଫ୍ରାନ୍ସ ସରକାର

ଫ୍ରାନ୍ସ ସରକାର ଜୈଶ ଏ ମହମ୍ମଦ ଆତଙ୍କବାଦ ସଙ୍ଗଠନର ମୁଖ୍ୟ ମାସୁଦ ଅଜହର ଉପରେ ପଦକ୍ଷେପ ନିଆଯାଉଛି। ଫ୍ରାନ୍ସରେ ଥିବା ମାସୁଦର ସମସ୍ତ ସମ୍ପତ୍ତିକୁ ଜବତ କରିବା ପାଇଁ ଫ୍ରାନ୍ସ ସରକାର ନିଷ୍ପତ୍ତି ନେଇଛନ୍ତି।

ଏହା ପୂର୍ବରୁ ଫ୍ରାନ୍ସ,ଆମେରିକା ଏବଂ ବ୍ରିଟେନ୍ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦରେ ମସୁଦକୁ ବିଶ୍ବର ଆତଙ୍କବାଦୀ ଘୋଷଣା କରିବାକୁ ପ୍ରସ୍ତାବ ଜାରି କରିଥିଲେ କିନ୍ତୁ ଚୀନ ଚତୁର୍ଥ ଥର ଏଥିରେ ବାଧା ସୃଷ୍ଟି କରିଥିଲା।

ଶୁକ୍ରବାର ଆଭ୍ୟନ୍ତରଣୀୟ ବ୍ୟାପାର ମନ୍ତ୍ରାଳୟ, ଅର୍ଥ ମନ୍ତ୍ରାଳୟ ଏବଂ ବିଦେଶ ମନ୍ତ୍ରାଳୟ ମିଳିତ ଭାବରେ ଏକ ବୟାନ ଜାରି କରି, ମାସୁଦ୍‌ ଆଝାରକୁ ୟୁରୋପିୟନ ସଂଘର ସୂଚୀରେ ସାମିଲ କରିବା ନେଇ ଆଲୋଚନା କରାଯିବ ବୋଲି କହିଛନ୍ତି । ଯେଉଁ ଲୋକମାନେ ଆତଙ୍କବାଦ ସହ ଜଡ଼ିତ ଥିବାର ସୂଚନା ମିଳେ ସେମାନଙ୍କୁ ୟୁରୋପିୟନ ସଂଘର ସୂଚୀରେ ସାମିଲ କରାଯାଇଥାଏ ।

ସୂଚନାଯୋଗ୍ୟ,ମାସୁଦ ଆଝାରକୁ ଆତଙ୍କବାଦ କାର୍ଯ୍ୟକଳାପରେ ସାମିଲ ଥିବା ସନ୍ଦେହରେ ୟୁରୋପିଆନ୍‌ ୟୁନିଅନର ବ୍ୟାନ୍ ତାଲିକାରେ ସାମିଲ କରାଯାଉଛି। ଏହି କାରଣରୁ ଫ୍ରାନ୍ସରେ ମାସୁଦର ଥିବା ସମସ୍ତ ସମ୍ପତ୍ତି ଜବତ କରାଯିବାକୁ ନିଷ୍ପତ୍ତି ହୋଇଛି।”

ପଢନ୍ତୁ; ଏପ୍ରିଲ ୧୨ରେ ରିଲିଜ୍‌ ହେବ ମୋଷ୍ଟ ଆୱେଟେଡ୍‌ ଫିଲ୍ମ ‘ପିଏମ୍‌ ନରେନ୍ଦ୍ର ମୋଦି’

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More