• Home
  • News
  • ଓଡ଼ିଶାରେ ପୁଞ୍ଜି ନିବେଶ କରିବାକୁ ଫ୍ରାନ୍ସ କମ୍ପାନୀଗୁଡ଼ିକ ବେଶ ଆଗ୍ରହୀ
News

ଓଡ଼ିଶାରେ ପୁଞ୍ଜି ନିବେଶ କରିବାକୁ ଫ୍ରାନ୍ସ କମ୍ପାନୀଗୁଡ଼ିକ ବେଶ ଆଗ୍ରହୀ

ଓଡ଼ିଶାରେ ହେବାକୁ ଥିବା ମେକ ଇନ ଓଡ଼ିଶାରେ ଫ୍ରାନ୍ସ ଭାଗ ନେବ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଆଲୋଚନା କରିଛନ୍ତି ଫ୍ରାନ୍ସ ରାଷ୍ଟ୍ରଦୂତ ଆଲେକଜାଣ୍ଡର ଜିଏଗ୍ଲର । ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟ ସଚିବାଳୟରେ ସାକ୍ଷାତ କରିବା ପରେ ଓଡ଼ିଶାରେ ଫ୍ରାନ୍ସ ପୁଞ୍ଜି ନିବେଶ କରିବ ବୋଲି ଜିଏଗ୍ଲର କହିଛନ୍ତି ।

ଫ୍ରାନ୍ସ ରାଷ୍ଟ୍ରଦୂତ ଓ ତାଙ୍କ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କ ସହିତ ଏକ ଉଚ୍ଚସ୍ତରୀୟ ଆଲୋଚନା କରିଛନ୍ତି । ଓଡ଼ିଶା ପୁଞ୍ଜିନିବେଶ ପାଇଁ ଏକ ଆକର୍ଷଣୀୟ ସ୍ଥାନ ହୋଇପାରିଛି । ଏହା ଦ୍ୱାରା ଭାରତ ଓ ଫ୍ରାନ୍ସ ମଧ୍ୟରେ ସାମାଜିକ, ଅର୍ଥନୈତିକ ଓ ବାଣିଜ୍ୟିକ ସଂପର୍କ ସ୍ଥାପିତ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ସମୟରେ ମୁଖ୍ୟମନ୍ତ୍ରୀ ଓଡ଼ିଶାର ଶିଳ୍ପ ସ୍ଥିତି ନେଇ ବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ ।

france ଫ୍ରାନ୍ସ ଓଡ଼ିଶାରେ ପୁଞ୍ଜି ନିବେଶ କରିବାକୁ ଫ୍ରାନ୍ସ କମ୍ପାନୀଗୁଡ଼ିକ ବେଶ ଆଗ୍ରହୀ france

ମୁଖମନ୍ତ୍ରୀ କହିଛନ୍ତି ଯେ ଦେଶର ମୋଟ ୫୪ ପ୍ରତିଶତ ଉତ୍ପାଦନ କରି ଓଡ଼ିଶା ଦକ୍ଷିଣ ଏସିଆର ଆଲୁମିନିୟମ କ୍ୟାପିଟାଲ ଭାବରେ ପରିଗଣିତ ହୋଇପାରିଛି । ବର୍ତ୍ତମାନ ଓଡ଼ିଶା ଦେଶର ଏକ ଷ୍ଟିଲ୍‌ ହବ୍‌ ହେବାକୁ ଯାଉଛି । ସେହିପରି ଧାତୁ କ୍ଷେତ୍ରରେ ଅନୁପ୍ରବାହ ଓ ଆନୁସଙ୍ଗିତ ଶିଳ୍ପର ବିକାଶ ପାଇଁ ଭିଜନ୍‌-୨୦୩୦ କରାଯାଇଛି । ସେହିପରି ପ୍ରତିରକ୍ଷା ଓ ଏରୋସ୍ପେଶ କ୍ଷେତ୍ରରେ ମଧ୍ୟ ଖୁବ ଶୀଘ୍ର ଏକ ନୀତି ପ୍ରସ୍ତୁତ କରାଯାଉଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।

ସୂଚନଯୋଗ୍ୟ,କିଛି ଦିନ ପୂର୍ବେ ଦିଲ୍ଲୀ ଏବଂ ଏହା ପୂର୍ବରୁ ମୁମ୍ବାଇରେ ମଧ୍ୟ ରୋଡ ସୋ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚଳିତ ମାସ ଶେଷ ସପ୍ତାହରେ ଚେନ୍ନାଇରେ ବି ରୋଡ ସୋ ଆୟୋଜନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ଚୀନ, ଜାପାନ ଓ ଦକ୍ଷିଣକୋରିଆରେ ବି ରୋଡ ସୋ ମଧ୍ୟ ଅୟୋଜନ କରାଯାଇଛି।

ପଢନ୍ତୁ;ମୁଖ୍ୟମନ୍ତ୍ରୀ ପଦ ଛାଡିପାରନ୍ତି ମନୋହର ପାରିକର

Related posts

ବ୍ରାହ୍ମଣୀ ସେତୁ ଯାତ୍ରୀଙ୍କ ପାଇଁ ପାଲଟିଛି ମରଣ ଜନ୍ତା, ନଭେମ୍ବର ୨ରୁ ବ୍ରାହ୍ମଣୀ ସେତୁ ବଂଚାଅ ଆନ୍ଦୋଳନ

Krishna Kumar Manoj

ଦୁଷ୍କର୍ମ ଅଭିଯୋଗରେ ଆତ୍ମଘୋଷିତ ବାବା ଆଶୁ ମହାରାଜ ଗିରଫ

Krishna Kumar Manoj

ଶ୍ରୀମନ୍ଦିର : ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ଗଜପତି ମହାରାଜା ଆଜି ମୁହଁ ଖୋଲିଛନ୍ତି

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More