News

ଭାରତ ପହଞ୍ଚିଲେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ, ପ୍ରୋଟୋକଲ ଭାଙ୍ଗି ସ୍ଵାଗତ କଲେ ମୋଦି

୪ ଦିନିଆ ଭାରତଗସ୍ତରେ ଫ୍ରାନ୍ସ ରାଷ୍ଟ୍ରପତି

ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମ୍ୟାକରୋନ୍‌ ଗତକାଲି ଭାରତରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ପ୍ରୋଟୋକଲ ଭାଙ୍ଗି ସ୍ଵାଗତ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଏହି ସ୍ଵାଗତ ସମ୍ବର୍ଦ୍ଧନାକୁ ସମାଲୋଚନା କରିଛି କଂଗ୍ରେସ। ଫ୍ରାନ୍ସ ରାଷ୍ଟ୍ରପତିଙ୍କ ଏହି ଭାରତ ଗସ୍ତ କାର୍ଯ୍ୟକ୍ରମରେ ଆଜି ନୂଆଦିଲ୍ଲୀଠାରେ ପ୍ରତିନିଧି ସ୍ତରୀୟ କଥାବାର୍ତ୍ତା ହେବାର କାର୍ଯ୍ୟକ୍ରମ ରହିଛି।

ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପତ୍ନୀ ସବିତା କୋବିନ୍ଦଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମେକ୍ରୋଙ୍କୁ ଗାର୍ଡ ଅଫ ଅନର ଦିଆଯାଇଛି । ଗତକାଲି ରାତିରେ ଦିଲ୍ଲୀରେ ପହଂଚିଥିଲେ ଇମାନୁଏଲ । ପ୍ରୋଟୋକଲ ଭାଙ୍ଗି ପ୍ରଧାନମନ୍ତ୍ରୀ ମୋଦି ନିଜେ ବିମାନବନ୍ଦରରେ ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଥିଲେ । ଇମାନୁଏଲ ମେକ୍ରୋଙ୍କୁ ଆଲିଙ୍ଗନ କରି ସ୍ୱାଗତ ଜଣାଇଥିଲୋ ମୋଦି । ମାକ୍ରୋଙ୍କ ଏହି ଗସ୍ତ କାଳରେ ଉଭୟ ଦେଶ ମଧ୍ୟରେ ଗୁରୁତ୍ୱପୂର୍ଣ ଚୁକ୍ତି ସ୍ୱାକ୍ଷରିତ ହେବାର କାର୍ଯ୍ୟକ୍ରମ ରହିଛି । ବିଶେଷ କରି ଭାରତ ଓ ଫ୍ରାନ୍ସ ମଧ୍ୟରେ ସାମୁଦ୍ରିକ ସୁରକ୍ଷା ଓ ଆତଙ୍କବାଦ ପ୍ରସଙ୍ଗରେ ଦ୍ୱିପାକ୍ଷିକ ଆଲୋଚନା ହେବାର ସମ୍ଭାବନା ରହିଛି।

୪ ଦିନିଆ ଭାରତ ଯାତ୍ରାରେ ଇମାନୁଏଲ ମାର୍ଚ୍ଚ ୧୨ରେ ପିଏମ ମୋଦୀଙ୍କ ସଂସଦୀୟ କ୍ଷେତ୍ର ବାରଣାସୀ ଯିବେ। ସେଠାରେ ସେ ୬ ଘଣ୍ଟା ସମୟ ଅତିବାହିତ କରିବେ ଏବଂ ତୁଳସୀଘାଟରେ ଭଗବାନ ରାମଙ୍କ ରାଜ୍ୟାଭିଷେକ ଦେଖିବେ। ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ମୀରଜାପୁରରେ ୭୫ ମେଗାଓ୍ଵାଟର ସୋଲାର ଶକ୍ତି ପ୍ଲାଣ୍ଟର ଶୁଭାରମ୍ଭ କରିବେ। ଏହା ପରେ ସବୁଠୁ ଟ୍ରେଡ ଫେସିଲିଟି ସେଣ୍ଟର ଦେଖିବାକୁ ଯିବେ। ଏଠାରୁ ଯେବେ ପିଏମ ମୋଦୀଙ୍କ ସହ ଇମାନୁଏଲ ଅସି ଘାଟ ଯିବେ ସେହି ସମୟରେ ପାଞ୍ଚ କିଲୋମିଟରର ଲମ୍ବା ରାସ୍ତାରେ ୧୫୦ ସ୍କୁଲର ୧୦ ହଜାର ଛାତ୍ର-ଛାତ୍ରୀ ସଡକ ଉପରେ ସ୍ଵାଗତ କରିବାକୁ ପ୍ରସ୍ତୁତ ରହିବେ।

ଭାରତ ପହଞ୍ଚିଲେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ, ପ୍ରୋଟୋକଲ ଭାଙ୍ଗି ସ୍ଵାଗତ କଲେ ମୋଦି modi macron india france

ପଢନ୍ତୁ;

୧୯୯୦ରେ ଆସିଥିବା ଗାଇଡ଼ଲାଇନ୍‌ ଅନୁସାରେ ଏବେ ଅନ୍ୟକୁ ଦେଇ ପାରିବେ ନିଜ ରେଳ ଟିକେଟ୍‌

Related posts

ବହୁ ଦିନର ବାଦ ବିବାଦ ପରେ ଶେଷରେ ହାରିଗଲା ଓଡ଼ିଶା, ପଶ୍ଚିମବଙ୍ଗକୁ ମିଳିଲା ଜିଆଇ ଟାଗ୍

Krishna Kumar Manoj

ପାକ୍ ବିଦେଶ ମନ୍ତ୍ରୀଙ୍କ ବିବାଦୀୟ ବୟାନ: ମୁସଲମାନ ହୋଇଥିବାରୁ ଦଣ୍ଡିତ ହେଲେ ସଲମାନ!

Krishna Kumar Manoj

ଆଜିଠୁ ଗୌହାଟୀରେ ଦୁଇ ଦିନିଆ ଜିଏସଟି କାଉନସିଲ ବୈଠକ ; ହ୍ରାସ ହୋଇପାରେ ବହୁ ସାମଗ୍ରୀର ଶୁଳ୍କ ହାର

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More