Loading...

୩ ମାସ ବଢିଲା ମାଗଣାରେ ଆଧାର ବିବରଣୀ ଅପ୍‌ଡେଟ୍‌

୩  ମାସ ବଢିଲା ମାଗଣାରେ ଆଧାର ବିବରଣୀ ଅପ୍‌ଡେଟ୍‌

ଯେଉଁମାନଙ୍କ ପାଖରେ ୧୦ ବର୍ଷରୁ ଅଧିକ ପୁରୁଣା ଆଧାର କାର୍ଡ ରହିଛି ତାହାର ବିବରଣୀକୁ ଅପ୍‌ଡେଟ୍‌ କରାଇବା ଲାଗି ୟୁଆଇଡିଏଆଇ ପକ୍ଷରୁ ଲୋକମାନଙ୍କୁ ଆହ୍ବାନ ଦିଆଯାଇଛି।

ଭାରତୀୟ ସ୍ବତନ୍ତ୍ର ପରିଚୟପତ୍ର କର୍ତ୍ତୃପକ୍ଷ (ୟୁଆଇଡିଏଆଇ) ମାଗଣାରେ ଆଧାର ବିବରଣୀ ଅପ୍‌ଡେଟ୍‌ କରିବାର ମହଲତକୁ ୨୦୨୪ ମାର୍ଚ୍ଚ ୧୪ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ମାଇଁ ଆଧାର ପୋର୍ଟାଲ୍ ଜରିଆରେ ଲୋକମାନେ ଆଧାର ବିବରଣୀକୁ ମାଗଣାରେ ଅପ୍‌ଡେଟ୍ କରିପାରିବେ। ଅନ୍‌ଲାଇନ୍‌ରେ ଆଧାର ଅପ୍‌ଡେଟ୍‌ ମାଗଣା ଥିବା ବେଳେ କୌଣସି ଆଧାର କେନ୍ଦ୍ରରେ ସେହି କାର୍ଯ୍ୟ କରାଇବା ଲାଗି ୨୫ ଟଙ୍କାର ଫି’ ଅସୁଲ କରାଯାଉଛି।
ଯେଉଁମାନଙ୍କ ପାଖରେ ୧୦ ବର୍ଷରୁ ଅଧିକ ପୁରୁଣା ଆଧାର କାର୍ଡ ରହିଛି ତାହାର ବିବରଣୀକୁ ଅପ୍‌ଡେଟ୍‌ କରାଇବା ଲାଗି ୟୁଆଇଡିଏଆଇ ପକ୍ଷରୁ ଲୋକମାନଙ୍କୁ ଆହ୍ବାନ ଦିଆଯାଇଛି। ଆଧାର ସମ୍ପର୍କିତ ଠକେଇ ରୋକିବା ଲାଗି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଲୋକମାନେ ଅନ୍‌ଲାଇନ୍‌ରେ ନିଜ ନାମ, ଠିକଣା, ଜନ୍ମ ତାରିଖ, ଲିଙ୍ଗ, ଫୋନ୍ ନମ୍ବର, ଇ-ମେଲ୍ ଠିକଣା, ଫଟୋ, ନେତ୍ରପିତୁଳା ଏବଂ ବାୟୋମେଟ୍ରିକ୍ ତଥ୍ୟକୁ ଅପ୍‌ଡେଟ୍‌ କରିପାରିବେ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.