Loading...

କାରୋନା ପରଠୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବଣ୍ଟନ ହେଉଥିବା ମାଗଣା ମହାପ୍ରସାଦ ବନ୍ଦ କଲା କିଏ!

କାରୋନା ପରଠୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବଣ୍ଟନ ହେଉଥିବା ମାଗଣା ମହାପ୍ରସାଦ ବନ୍ଦ କଲା କିଏ!

ଜଗାର ଟିକିଏ ଦର୍ଶନ ପାଇବା ପାଇଁ ଦୂରଦୂରାନ୍ତରରୁ ଧାଇଁ ଆସିଥାନ୍ତି ଭକ୍ତଗଣ ଆଉ ମହାପ୍ରସାଦ ପାଇ ଆତ୍ମା ତୃପ୍ତି କରି ଖୁସିରେ ଘରକୁ ଫେରିଯାନ୍ତି।

ଜଗାର ଟିକିଏ ଦର୍ଶନ ପାଇବା ପାଇଁ ଦୂରଦୂରାନ୍ତରରୁ ଧାଇଁ ଆସିଥାନ୍ତି ଭକ୍ତଗଣ ଆଉ ମହାପ୍ରସାଦ ପାଇ ଆତ୍ମା ତୃପ୍ତି କରି ଖୁସିରେ ଘରକୁ ଫେରିଯାନ୍ତି। ମଧ୍ୟମ ଓ ଧନୀ ଶ୍ରେଣୀର ଲୋକଙ୍କ ପାଇଁ ମହାପ୍ରସାଦ ଦର ବୃଦ୍ଧି ଦ୍ଵାରା ବିଶେଷ ଫରକ ପଡୁନଥିବାବେଳେ ଗରିବ ଶ୍ରେଣୀର ଲୋକଟିଏ କିନ୍ତୁ ମହାପ୍ରସାଦ ପାଇବାରୁ ବଞ୍ଚିତ ନହେଉ ସେଥିଲାଗି ଶ୍ରୀମନ୍ଦିର ପ୍ରଶାସନ ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତଙ୍କୁ ମାଗଣାରେ ମହାପ୍ରସାଦ ଦେବା ବ୍ୟବସ୍ଥା କାର୍ଯ୍ୟକାରୀ ହେଉଥିଲା। ଧନୀଙ୍କ ଭକ୍ତଙ୍କ ପାଇଁ ବି ମହାପ୍ରସାଦ ପାଇବା କ୍ଷେତ୍ରରେ ବାରଣ ନଥିଲା। ତେବେ କୋଭିଡ ପରଠୁ ଆଉ ଭକ୍ତଙ୍କୁ ମାଗଣା ମହାପ୍ରସାଦ ଦିଆଯାଉନି। ଯାହାକୁ ନେଇ ଭକ୍ତ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। 

ଶ୍ରୀମନ୍ଦିର ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଏହି ଯୋଜନା ଜନକଲ୍ୟାଶକାରୀ ହୋଇଥିଲେ ବି ଏହାର ଅପବ୍ୟବହାର ଆରମ୍ଭ ହୋଇଥିଲା। ଯେତିକି ମହାପ୍ରସାଦ ବଣ୍ଟନ ହେଲା, ତାର ଦୁଇଗୁଣା ମହାପ୍ରସାଦ ବଣ୍ଟନ ହୋଇଥିବା ଦର୍ଶାଗଲା। ଏଭଳି ଅନେକ ବାଦବିବାଦ ଭିତରେ ଏହି ଯୋଜନାକୁ ବନ୍ଦ କରି ଦିଆଗଲା। ଯାହାକୁ ଦୃଷ୍ଟିରେ ରଖି ଏହା ବନ୍ଦ କରିଦିଆଗଲା। 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.