EnewsOdia.Com

ବିଜୁବାବୁଙ୍କ ଜୟନ୍ତୀରେ ୨୦୦୦ ଲୋକଙ୍କୁ ମାଗଣା ଚା’ ବାଣ୍ଟିଲେ ବ୍ରଜଭାଇ

ବସଷ୍ଟାଣ୍ଡ୍‌ରେ ଚା’ ଦୋକାନ କରିଥିବା ବ୍ରଜଭାଇ ଗତକାଲି  ପ୍ରବାଦ ପୁରୁଷ ବିଜୁବାବୁଙ୍କ ଜୟନ୍ତୀରେ ମାଗଣା ଚା’ ବାଣ୍ଟିଛନ୍ତି। କାଲି ସକାଳେ ୨ ହଜାରୁ ଅଧିକ ଲୋକଙ୍କୁ ସେ ଏହି ମାଗଣା ଚା’ ବାଣ୍ଟିଛନ୍ତି। ଏହି ଅବସରରେ ବିଜେଡିର ବରିଷ୍ଠ ନେତା ଓ କର୍ମୀମାନେ ବି ବ୍ରଜଭାଇଙ୍କ ସହ ସାମିଲ୍ ହୋଇ ବସ୍‌ଷ୍ଟାଣ୍ଡ୍‌ରେ ଯାତ୍ରୀଙ୍କ ସହ ଅନ୍ୟମାନଙ୍କୁ ଚା’ ବାଣ୍ଟିଥିଲେ। ବ୍ରଜଭାଇଙ୍କ ପୂରା ନାଁ ହେଲା ବ୍ରଜକିଶୋର ନାୟକ। ସେ ବହୁଦିନରୁ ବସ‌ଷ୍ଟାଣ୍ଡ୍‌ ନିକଟରେ ଏକ ଛୋଟିଆ ଚା’ ଦୋକାନ କରିଛନ୍ତି। ଯେଉଁଠି ପ୍ରତିଦିନ ଶହ ଶହ ଲୋକଙ୍କ ଭିଡ଼ ଲାଗେ। ବ୍ରଜଭାଇଙ୍କ ଆଚାର ବ୍ୟବହାର ସାଙ୍ଗକୁ ଚା’ର ପ୍ରସ୍ତୁତି ଶୈଳୀ ଓ ସ୍ବାଦ ଭିନ୍ନ ଥିବାରୁ ସମସ୍ତେ ଏହାକୁ ପସନ୍ଦ କରନ୍ତି।

ବିଜୁ ବାବୁଙ୍କ ଜୟନ୍ତୀରେ ମାଗଣା ଚା’ ବାଣ୍ଟିବା ସଂପର୍କରେ ବ୍ରଜଭାଇ କୁହନ୍ତି, ସେ ୬ ବର୍ଷ ହେବ ବିଜୁ ବାବୁଙ୍କ ଜୟନ୍ତୀରେ ଏଭଳି ମାଗଣା ଚା’ ବାଣ୍ଟି ଆସୁଛନ୍ତି। ଏହାର ପ୍ରମୁଖ ଉଦ୍ଦେଶ୍ୟ ଜନମାନସରେ ‌ବିଜୁବାବୁଙ୍କ ସ୍ମୃତିକୁ ସତେଜ କରି ରଖିବା। ବିଜୁବାବୁଙ୍କୁ ସେ ବହୁ ଭଲ ପାଆନ୍ତି। ତାଙ୍କ ଆଦର୍ଶର ସେ ଅନୁଗାମୀ। ଅନୁଗାମୀ ଭାବେ ପ୍ରତିବର୍ଷ ଏଭଳି ମାଗଣା ଚା’ ବାଣ୍ଟି ଆସୁଛି ବୋଲି ସେ କହିଛନ୍ତି।

ପଢନ୍ତୁ: ହୋଲିକୁ ଆଉ ମାତ୍ର କେଇଟା ଦିନ, ଭୁବନେଶ୍ଵରରେ ଖୋଲିଲାଣି ରଙ୍ଗର ପସରା

ସମ୍ବନ୍ଧିତ ଖବର

କରୋନା ସଂକ୍ରମଣର ଭୟ ଥିବାରୁ ସ୍ଥଗିତ ହେଲା ଆଇଫା ଆୱାର୍ଡ ୨୦୨୦

Ratnamani Maharana

ବାହାରେ ମଳ ତ୍ୟାଗ କରିବାରୁ ବନ୍ଦ ହେଲା ୨୪ ପରିବାରର ରାସନ୍‌ ସାମଗ୍ରୀ

Ratnamani Maharana

ଭୋଡାଫୋନ୍‌ ଆଇଡିଆରେ ଫ୍ରି ରହିବ ଅନ୍‌ ଲିମିଟେଡ୍‌ କଲ୍‌

Ratnamani Maharana

କରୋନା ପାଇଁ ଗ୍ଲୋବାଲ ଇମର୍ଜେନ୍ସି ଘୋଷଣା କଲା WHO

Ratnamani Maharana

ଅସ୍ତରଙ୍ଗ ବେଳାଭୂମିରେ ପଡିଛି ୪୮ ଫୁଟର ମୃତ ତିମି

Ratnamani Maharana

ରାଜ୍ୟରେ ବଢିବ ବର୍ଷା, ତିନି ଦିନ ପାଇଁ ୧୮ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

Ratnamani Maharana