• Home
  • News
  • ରେଳବାଇର ନୂତନ ସ୍କିମ୍‌: ‘ଭିମ’ ଆପ୍‌ ଜରିଆରେ ଯାତ୍ରୀଙ୍କୁ ମିଳିପାରେ ମାଗଣାରେ ଯାତ୍ରା କରିବା ସୁଯୋଗ
News

ରେଳବାଇର ନୂତନ ସ୍କିମ୍‌: ‘ଭିମ’ ଆପ୍‌ ଜରିଆରେ ଯାତ୍ରୀଙ୍କୁ ମିଳିପାରେ ମାଗଣାରେ ଯାତ୍ରା କରିବା ସୁଯୋଗ

ରେଳବାଇ ମନ୍ତ୍ରାଳୟ ନିକଟରେ ଟ୍ରେନ୍‌ର ସମୟ ସାରଣୀଠାରୁ ଆରମ୍ଭ କରି ନମ୍ବର ପରିବର୍ତ୍ତନ ପ୍ରକ୍ରିୟା ନେଇ ଘୋଷଣା କରିଥିଲା। ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ରେଳବାଇ କେତେକ ଟ୍ରେନ୍‌ର ବେଗକୁ ବୃଦ୍ଧି କରିବା ସହିତ ଟିକେଟ ବୁକିଂ ପାଇଁ ମଧ୍ୟ ନୂତନ ସ୍କିମ୍‌ ବା ନୂଆ ଯୋଜନା ଆରମ୍ଭ କରିଛି।

ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ରେଳବାଇ ଯାତ୍ରୀଙ୍କ ସୁବିଧା ପାଇଁ କିଛି ପରିବର୍ତ୍ତନ ଆଣିଛି। ଏହି ପରିବର୍ତ୍ତନ ଅନୁଯାୟୀ କିଛି ନିର୍ଦ୍ଦିଷ୍ଟ ଯାତ୍ରୀଙ୍କୁ ମାଗଣାରେ ଯାତ୍ରା କରିବାର  ସୁବିଧା ମିଳିବ । ଏହି ଯୋଜନା ମୁତବକ ଯଦି ଆପଣ ‘ଭିମ୍‌ ଆପ୍‌’ ଜରିଆରେ ଟିକେଟ ବୁକ୍‌ କରୁଛନ୍ତି ତେବେ ଆପଣଙ୍କୁ ମାଗଣା ଯାତ୍ରା କରିବାର ସୁବିଧା ମିଳିପାରିବ । କାରଣ ଭିମ୍‌ ଆପ୍‌ରେ ଟିକେଟ କାଟିଥିବା ଯାତ୍ରୀଙ୍କ ମଧ୍ୟରୁ ଲକି ଡ୍ର କରାଯାଇ ମାଗଣା ଯାତ୍ରୀଙ୍କୁ ଚୟନ କରାଯିବ। ଏହି ଲିକି ଡ୍ର ଜରିଆରେ ୫ଜଣ ଯାତ୍ରୀଙ୍କୁ ‘ମାଗଣା ଯାତ୍ରା’ ସୁବିଧା ଦିଆଯାଇ ପୁରସ୍କୃତ କରାଯିବ । ରେଳବାଇ ତରଫରୁ ଏହି ଯାତ୍ରୀଙ୍କୁ ସେମାନଙ୍କ ମନପସନ୍ଦ ସ୍ଥାନକୁ ଯାତ୍ରା କରାଯିବାର ସୁବିଧା ଯୋଗାଇ ଦିଆଯିବ।

ତେବେ ଏଥିରେ ଏକ ସର୍ତ୍ତ ରହିଛି ଆପଣଙ୍କୁ ଟିକେଟ ଭିମ୍‌ ଆପ୍‌ ଜରିଆରେ ହିଁ କାଟିବାକୁ ହେବ । ରେଳବାଇରେ କ୍ୟାସ୍‌ଲେସ୍‌ ଟିକେଟିଙ୍ଗକୁ ବୃଦ୍ଧି କରିବା ପାଇଁ ଏହି ଯୋଜନା ଆରମ୍ଭ କରାଯାଇଛି।

ରେଳବାଇର ନୂତନ ସ୍କିମ୍‌: ‘ଭିମ’ ଆପ୍‌ ଜରିଆରେ ଯାତ୍ରୀଙ୍କୁ ମିଳିପାରେ ମାଗଣାରେ ଯାତ୍ରା କରିବା ସୁଯୋଗ  ରେଳବାଇର ନୂତନ ସ୍କିମ୍‌: ‘ଭିମ’ ଆପ୍‌ ଜରିଆରେ ଯାତ୍ରୀଙ୍କୁ ମିଳିପାରେ ମାଗଣାରେ ଯାତ୍ରା କରିବା ସୁଯୋଗ

ପଢନ୍ତୁ, ଏବେ ସେନାବାହିନୀରେ ସାମିଲ ହେବେ ଦେଶୀ କୁକୁର, ଦିଆଯାଉଛି ତାଲିମ

Related posts

ଭାରତୀୟ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ : ଏ ବର୍ଷ ସ୍ୱାଭାବିକ ବର୍ଷା

Krishna Kumar Manoj

ମାହାଙ୍ଗାରେ ଅଗ୍ନିକାଣ୍ଡ: ବାପା-ମା’ଙ୍କ ଆଗରେ ଜଲିଗଲା ପୁଅ

Krishna Kumar Manoj

ଶିଶୁ ଯୌନ ଶୋଷଣ, ଦୁଷ୍କର୍ମ ଓ ନିର୍ଯାତନା ରୋକିବାକୁ ଡବ୍ଲ୍ୟୁଭିଆଇ ପକ୍ଷରୁ ଜାତୀୟ ଅଭିଯାନ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More