26.1 C
Bhubaneswar
September 28, 2021
EnewsOdia.Com
ଦେଶ ବିଦେଶ ନ୍ୟୁଜ୍ ରାଜନୀତି

ଏଣିକି ମିଳିବ ମାଗଣା WiFi

ଆଗକୁ ଆସୁଛି ୟୁପି ବିଧାନସଭା ନିର୍ବାଚନ । ଏନେଇ ଲୋକଙ୍କୁ ଉତ୍ତମ ଜୀବନ ଶୈଳୀ ମିଳିବା ନେଇ ପ୍ରତିଶ୍ରୃତି ଦେଉଛନ୍ତି ଯୋଗୀ ସରକାର । ଆଉ ଏହାରି ମଧ୍ୟରେ ମାଗଣା ଓ୍ବାଇଫାଇ ସୁବିଧା ଯୋଗାଇ ଦେବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ରାଜ୍ୟର ୨୧୭ ସ୍ଥାନ ସହ ୧୭ ମ୍ୟୁନସିପାଲଟିରେ ମାଗଣା ଓ୍ବାଇଫାଇ ସେବା ମିଳିବ । ଯାହା ଲୋକଙ୍କ ଜୀବନ ଶୈଳୀକୁ ଅଧିକ ଉନ୍ନତ କରିବ । ଲକ୍ଷ୍ନୌ, କାନପୁର, ଆଗ୍ରା, ଆଲିଗଡ, ବାରାଣାସୀ, ପ୍ରୟାଗରାଜ, ଝାନ୍ସି, ବରେଲି, ସାହାରନପୁର, ମୋରଦାବାଦ, ଗୋରଖପୁର, ଅଯୋଧ୍ୟା, ମେରଟ, ଶାହାଜାହାନପୁର, ଗାଜିଆବାଦ, ମଥୁରା-ବୃନ୍ଦାବନରେ ମାଗଣା ୱାଇଫାଇ ସେବା ଯୋଗାଇବେ ସରକାର। ଫିରୋଜାବାହ ୨୦୦ ମ୍ୟୁନିସିପାଲିଟି ପରିଷଦରେ ମଧ୍ୟ ଏ ସେବା ଉପଲବ୍ଧ ହେବ । ବିଶେଷକରି ବସଷ୍ଟାଣ୍ଡ, ରେଳଷ୍ଟେସନ, ତହସିଲ, କୋର୍ଟ, ବ୍ଲକ ଏବଂ ରେଜିଷ୍ଟ୍ରାର କାର୍ଯ୍ୟାଳୟ ପରିସରରେ ଏହି ସୁବିଧା ଯୋଗାଇ ଦିଆଯିବ।

ଏହାବ୍ୟତୀତ ଆମେଥୀରେ ଜିଲ୍ଲା ଡାକ୍ତରଖାନା ପାଇଁ ଅର୍ଥ କମିଟି ଦେଇଥିବା ବଜେଟର ଅନୁମୋଦନ ୟୁପି କ୍ୟାବିନେଟ ବୈଠକରେ ପାରିତ ହୋଇଛି । ରାଜ୍ୟର ୬ମାସ ମଧ୍ୟରେ ୫୮,୧୮୯ ଗ୍ରାମ ପଞ୍ଚାୟତରେ ନୂତନ ପଞ୍ଚାୟତ ଘର ନିର୍ମାଣ ଏବଂ ପୁରୁଣା ପଞ୍ଚାୟତ ଘର ମରାମତି ପାଇଁ ପ୍ରସ୍ତାବ ଅନୁମୋଦନ ହୋଇଛି । ଗ୍ରାମ ପଞ୍ଚାୟତରେ ଜଣେ ପଞ୍ଚାୟତ ସହାୟକ ଏବଂ କମ୍ପ୍ୟୁଟର ଅପରେଟର ଭାବେ ନିଯୁକ୍ତି କରାଯିବ। ଏହା ୧.୨୫ ଲକ୍ଷ ଲୋକଙ୍କୁ ରୋଜଗାର ଦେବ ।

ପଢନ୍ତୁ: ଅଗଷ୍ଟ ୧୬କୁ ‘ଖେଲା ହୋବେ ଦିବସ’ ଭାବେ ପାଳନ କରିବେ ମମତା

Related posts

କରୋନା ପାଇଁ ଦିଲ୍ଲୀରେ ଅନୁକୂଳ ପାଗ

Ratnamani Maharana

ଅଷ୍ଟମ ଥର ଲାଗି ବିଜେଡିର ସଭାପତି ହେଲେ ନବୀନ ପଟ୍ଟନାୟକ

Ratnamani Maharana

ଆଜି ରାତି ୮ରୁ ପୁରୀରେ କର୍ଫ୍ୟୁ, ଅମାନିଆଙ୍କ ପାଇଁ ସ୍ଵତନ୍ତ୍ର ବ୍ୟବସ୍ତା

Ratnamani Maharana

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More