News

ଆଜିଠୁ ରାଜଧାନୀରେ ମାଗଣା ୱାଇଫାଇ

bbsr

ସଚିବାଳୟରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର ହେଲା ୱାଇଫାଇ ସିଟି । ଦୀର୍ଘଦିନର ଏହି ସ୍ଵପ୍ନ ପୁରା ହୋଇଛି। ଆଜିଠୁ ରାଜଧାନୀରେ ମାଗଣା ୱାଇଫାଇ ସୁବିଧା ମିଳିବ। ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ହକି ବିଶ୍ୱକପକୁ ଆଖି ଆଗରେ ରଖି ଏହି ଡ୍ରିମ ପ୍ରୋଜେକ୍ଟ ଆରମ୍ଭ ହୋଇଛି । ଭୁବନେଶ୍ୱର ସ୍ମାର୍ଟ ସିଟି ଲିଃ(ବିଏସସିଏଲ) ପକ୍ଷରୁ ସ୍ମାର୍ଟ ସିଟି ମିଶନ ଅଧୀନରେ ଏହି ପ୍ରକଳ୍ପ ଚାଲୁ ହେବ।

bbsr

ପ୍ରଥମ ପର୍ଯ୍ୟାୟରେ ୧୦୦ଟି ୱାଇଫାଇ ସ୍ପଟ୍ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିରେ କିଟ୍ ଛକରୁ ରାଜଭବନ, ଆଚାର୍ଯ୍ୟବିହାରରୁ ଏଜି ଛକ, ଶିଶୁଭବନରୁ ବାଣୀବିହାର, ନାଲକୋ ଛକରୁ ଆଚାର୍ଯ୍ୟବିହାର ପର୍ଯ୍ୟନ୍ତ ୱାଇଫାଇ ସେବା ଉପଲବ୍ଧ ହେବ। ଏବେ ଦିନକୁ ମାଗଣାରେ ୨୫୦ ଏମ୍ବି ଇଣ୍ଟରନେଟ୍ ଉପଲବ୍ଧ ହେବ। ଅଧିକ ଇଣ୍ଟରନେଟ୍ ବ୍ୟବହାର କରିବାକୁ ଚାହୁଁଥିଲେ ଟପ୍ ଅପ୍ ରିଚାର୍ଜ କରିବାକୁ ପଡ଼ିବ।

ସୂଚନା ଅନୁଯାୟୀ,ୱାଇଫାଇ ସୁବିଧାରେ ପ୍ରଥମ ଅଧ ଘଣ୍ଟା ଯାଏ ମାଗଣା ବ୍ୟବହାର କରିବାକୁ ସୁଯୋଗ ମିଳିବ । ତା’ ପରେ ଡାଟା ବ୍ୟବହାର ପାଇଁ ଦେୟ ଦେବାକୁ ପଡ଼ିବ । ଏଥିପାଇଁ ନିର୍ଦ୍ଧିଷ୍ଟ ଦେୟ ଧାର୍ଯ୍ୟ କରାଯିବ।  କେତେ ଦେୟ ପଡ଼ିବ, ଏବେ ଯାଏ ତାହା ନିଷ୍ପତ୍ତି ହୋଇନି । ଖୁବଶୀଘ୍ର ଏହା ଘୋଷଣା କରାଯିବ । ତେବେ ଟପ ଅପ ପ୍ଲାନ ବହୁତ କମ ରହିବ ।

ପଢନ୍ତୁ; ସିଲସିଲା ବଦଲତେ ରିସ୍ତୋଁ କା: ଦ୍ରଷ୍ଟିଙ୍କ ପରେ ଶୋ’ରୁ ବିଦାୟ ନେଲେ ଏହି ଆକ୍ଟର

Related posts

ଗିରଫ ହେଲେ ବିଜେଡ଼ି ନେତା ପ୍ରଦୀପ ମହାରଥୀ

Ratnamani Moharana

ଓଡିଶାରେ ୩ ହଜାର କୋଟିର ପୁଞ୍ଜି ନିବେଶ କରିବ ରିଲାଏନ୍ସ

ENO Beuro

ମୁମ୍ବାଇରେ ଚାର୍ଟର୍ଡ ବିମାନ ଦୁର୍ଘଟଣା ଗ୍ରସ୍ତ,ଚାଲିଗଲା ୫ ଜୀବନ

ENO Beuro

Leave a Comment