• Home
  • News
  • ଆଜି ଆଦିବାସୀ ଜନନାୟକ ମହାବିପ୍ଲବୀ ବିର୍ସା ମୁଣ୍ଡା ଙ୍କ ପବିତ୍ର ଜନ୍ମଦିବସ
News

ଆଜି ଆଦିବାସୀ ଜନନାୟକ ମହାବିପ୍ଲବୀ ବିର୍ସା ମୁଣ୍ଡା ଙ୍କ ପବିତ୍ର ଜନ୍ମଦିବସ

ଉନବିଂଶ ଶତାବ୍ଦର ପ୍ରମୁଖ ଆଦିବାସୀ ଜନନାୟକ ବିର୍ସା ମୁଣ୍ଡା । ଅନ୍ୟ ସ୍ଵାଧୀନତା ସଂଗ୍ରାମୀମାନଙ୍କ ମଧ୍ୟରେ ବୀର ବିର୍ସା ମୁଣ୍ଡାଙ୍କ ନାମ ମଧ୍ୟ ଭାରତୀୟ ଇତିହାରସରେ ସ୍ଵର୍ଣ୍ଣାକ୍ଷରରେ ଲିପିବଧ । ମୁଣ୍ଡା ସମ୍ପ୍ରଦାୟର ଲୋକଙ୍କ ପାଇଁ  ସେ ଜଣେ ଧର୍ମଗୁରୁ ଓ ବୀର ନାୟକ । ତାଙ୍କ ନେତୃତ୍ୱରେ ମୁଣ୍ଡା ଆଦିବାସୀମାନେ ଉନବିଂଶ ଶତାବ୍ଦୀର ଶେଷ ଭାଗରେ ମୁଣ୍ଡାଙ୍କ ମହାବିପ୍ଲବ ଉଲଗୁଲାନ ର ବହ୍ନି ଜାଳିଥିଲେ । ତାଙ୍କୁ ୨୫ ବର୍ଷ ହେବା ପୂର୍ବରୁ ହିଁ ଅନେକ ବିଶିଷ୍ଟ ସଫଳତା ହାସଲ କରିସାରିଥିଲେ । ବିର୍ସା ଙ୍କୁ ମୁଣ୍ଡା ସମାଜ ଭଗବାନଙ୍କ ରୂପରେ ପୂଜା କରିଥାଏ ।

ବୀର ବିର୍ସା ମୁଣ୍ଡା ୧୮୭୫ ନଭେମ୍ବର ୧୫ ତାରିଖରେ ଝାଡ଼ଖଣ୍ଡ ରାଜ୍ୟର ରାଞ୍ଚି ନିକଟସ୍ଥ ଉଲିହାଡ଼ୁରେ ଜନ୍ମ ଗ୍ରହଣ କରିଥିଲେ ।  ତାଙ୍କ ପିତାଙ୍କ ନାଁ ଥିଲା ସୁଗନା ମୁଣ୍ଡା ଓ ମାତାଙ୍କ ନାମ କରମୀ ହାଟୁ । ତାଙ୍କ ନାମ ମୁଣ୍ଡା ପ୍ରଥା ଅନୁସାରେ ରଖାଯାଇଥିଲା । ସାଲଗା ଗାଁରେ ପ୍ରାଥମିକ ଶିକ୍ଷା ପରେ ବିର୍ସା ଜର୍ମନ ମିଶନ ସ୍କୁଲରେ ଭର୍ତି ହୋଇଥିଲେ ଯେଉଁଥି ପାଇଁ ତାଙ୍କୁ ଇସାଇ ଧର୍ମ ଅବଲମ୍ବନ କରିବାକୁ ପଡିଥିଲା । ବିର୍ସା ମୁଣ୍ଡା ପାଲଟିଥିଲେ ବିର୍ସା ଦେବିଡ । କିଛି ବର୍ଷ ପଢିଲା ପାରେ ସେ ସ୍କୁଲ ଛାଡି ପ୍ରସିଦ୍ଧ ବୈଷ୍ଣବ ଭକ୍ତ ଆନନ୍ଦ ପାଣ୍ଡେଙ୍କ ସଂସ୍ପର୍ଶରେ ଆସିଥିଲେ । ଏହି ସମୟରେ ସେ ରାମାୟଣ , ମହାଭାରତ ଓ ଆହୁରି ଅନେକ ହିନ୍ଦୁ ଧର୍ମର ଗ୍ରନ୍ଥ ପଢିଥିଲେ । ସେ  ମାତ୍ର ସେ ସବୁବେଳେ ବ୍ରିଟିଶ ଶାସକମାନଙ୍କ ଦ୍ୱାରା ଗାଁର ଗରିବମାନଙ୍କ ଦୁର୍ଦ୍ଦଶା କଥା ଚିନ୍ତା କରୁଥିଲା ।

ବ୍ରିଟିଶ ଶାସନ ବିରୁଦ୍ଧରେ ତାଙ୍କ ହୃଦୟ ଭିତରୁ ସୃଷ୍ଟି ହୋଇଥିଲା ବିପ୍ଲବର ନିଆଁ । ୧ ଅକ୍ଟୋବର ୧୮୯୪ରେ ମୁଣ୍ଡାମାନଙ୍କୁ ଏକାଠି କରି ସେ ମହାବିପ୍ଳବର ଡାକରା ଦେଇଥିଲେ । ୧୮୯୫ରେ ତାଙ୍କୁ ଗିରଫ କରାଯାଇ ହଜାରୀବାଗ ଜେଲରେ ୨ ବର୍ଷ ଜେଲଦଣ୍ଡ ଦିଆଗଲା । ୧୮୯୭ରୁ ୧୯୦୦ ଯାଏ ତିନିବର୍ଷ କାଳ ବିର୍ସାଙ୍କ ଉଲଗୁଲାନ ବ୍ରିଟିଶ ଶାସକର ନିଦ ହଜାଇ ଦେଇଥିଲା । ୩ ଫେବୃୟାରୀ ୧୯୦୦ରେ ବିର୍ସାଙ୍କୁ ଅନ୍ୟ ୪୬୦ ଆଦିବାସୀମାନଙ୍କ ସହିତ ଗିରଫ କରି ନିଆଗଲା । ରାଞ୍ଚି ଜେଲରେ ବୀର ବିର୍ସାଙ୍କର ୯ ଜୁନ୍ ୧୯୦୦ରେ ରହସ୍ୟଜନକ ଭାବରେ ମୃତ୍ୟୁ ହୋଇଥିଲା ।

ଆଜି ଆଦିବାସୀ ଜନନାୟକ ମହାବିପ୍ଲବୀ ବିର୍ସା ମୁଣ୍ଡା ଙ୍କ ପବିତ୍ର ଜନ୍ମଦିବସ   ଆଜି ଆଦିବାସୀ ଜନନାୟକ ମହାବିପ୍ଲବୀ ବିର୍ସା ମୁଣ୍ଡା ଙ୍କ ପବିତ୍ର ଜନ୍ମଦିବସ

ପଢନ୍ତୁ, ଦକ୍ଷିଣ ଓ ଉପକୂଳ ଓଡିଶାରେ ବର୍ଷା, ଘନୀଭୂତ ହେଉଛି ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ

Related posts

ନବୀନ ନିବାସ ର ସୁରକ୍ଷା ବୃଦ୍ଧି ପାଇଁ ସ୍ମାର୍ଟ ସିଟି ବିମାନବନ୍ଦରର ଦୂରାବସ୍ଥା

Krishna Kumar Manoj

ଧମକପୂର୍ଣ୍ଣ ଚିଠିରୁ ଦିଗ ବଦଳାଇଲା ଜେଟ ଏୟାରୱେଜର ୯ଡବ୍ଲ୍ୟୁ୩୩ ବିମାନ

Krishna Kumar Manoj

ତୈଳଦର ବୃଦ୍ଧି ପ୍ରତିବାଦରେ ଆଜି କଂଗ୍ରେସର ୬ ଘଣ୍ଟିଆ ଚକା ଜାମ୍ !

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More