EnewsOdia.Com

କଥା, କାର୍ଯ୍ୟ ଓ ଚିନ୍ତାରେ ହିଂସା ତ୍ୟାଗ ପାଇଁ ନବୀନଙ୍କ ଆହ୍ଵାନ

କଥା, କାର୍ଯ୍ୟ ଓ ଚିନ୍ତାରେ ହିଂସା ତ୍ୟାଗ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ କରିଛନ୍ତି । ଗୁରୁବାର ଭୁବନେଶ୍ୱର ସ୍ୱାଧୀନତା ସଂଗ୍ରାମୀ ପଡ଼ିଆରେ ୩୩ତମ ସ୍ୱାଧୀନତା ସଂଗ୍ରାମୀ ମହୋତ୍ସବ ଉଦ୍‍ଘାଟନ କରି ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି । ଅହିଂସା ମହାତ୍ମାଗାନ୍ଧୀଙ୍କର ବିଶ୍ୱକୁ ଶ୍ରେଷ୍ଠ ଦାନ ଅହିଂସା ମାଧ୍ୟମରେ ହିଁ ବିଶ୍ୱର ବିଭିନ୍ନ ସମସ୍ୟାର ସମାଧାନ କରାଯାଇପାରିବ ବୋଲି ମତ ଦେଇ ନବୀନ ଅହିଂସାକୁ ଜୀବନର ମୂଳମନ୍ତ୍ର କରିବା ପାଇଁ ଆହ୍ୱାନ ଜଣାଇଛନ୍ତି । ଏହି ଅବସରରେ ଡ. ହରେକୃଷ୍ଣ ମହତାବଙ୍କ ସ୍ମୃତି ପ୍ରତି ମୁଖ୍ୟମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ମହତାବଙ୍କ ୧୨୦ତମ ଜନ୍ମବାର୍ଷିକୀ ଜାତୀୟ ଉତ୍ସବର ଲୋଗୋ ଓ ମହୋତ୍ସବ ସ୍ମରଣିକା ଉନ୍ମୋଚନ କରିଥିଲେ ।

ସୂଚନାଯୋଗ୍ୟ ,ଚଳିତ ବର୍ଷ ସାରା ବିଶ୍ୱ ବାପୁଙ୍କ ୧୫୦ତମ ଜୟନ୍ତ୍ରୀ ପାଳନ କରୁଛି। ସ୍ୱାଧୀନତା ସଂଗ୍ରାମୀମାନେ ବାପୁଙ୍କ ଡାକରାରେ ଦେଶର ସଂଗ୍ରାମରେ ଯୋଗ ଦେବାର ସୌଭାଗ୍ୟ ପାଇଥିଲେ ଏବଂ ଏବେ ତାଙ୍କର ୧୫୦ତମ ଜୟନ୍ତୀ ପାଳନର ସୁଯୋଗ ମଧ୍ୟ ପାଇଛନ୍ତି । ସ୍ୱାଧୀନ ଭାରତ ପାଇଁ ସଂଗ୍ରାମୀମାନଙ୍କ ତ୍ୟାଗକୁ ଏ ଜାତି କେବେ ଭୁଲି ପାରିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ତାଙ୍କ ଅଭିଭାଷଣରେ କହିଥିଲେ ।

ପଢନ୍ତୁ: ସିଏଏ ବିରୋଧୀ ଆନ୍ଦୋଳନକାରୀଙ୍କ ସମ୍ପତ୍ତି ସିଲ କରିବା ପୂର୍ବରୁ ଦଙ୍ଗାକାରୀଙ୍କୁ ଆଶ୍ଵସ୍ତି

ସମ୍ବନ୍ଧିତ ଖବର

ଓଡ଼ିଶୀ ନୃତ୍ୟାଙ୍ଗନା ମିନତି ମିଶ୍ରଙ୍କ ପରଲୋକ

Ratnamani Maharana

ଦୁଇଦିନିଆ ଓଡ଼ିଶା ଗସ୍ତରେ ରୂପା ଗାଙ୍ଗୁଲୀ

Ratnamani Maharana

ଆସ୍ଥା ଭୋଟ ପୂର୍ବରୁ ଇସ୍ତଫା ଦେଲେ କମଳନାଥ

Ratnamani Maharana

ଏଣିକି ପ୍ରଥମ ଶ୍ରେଣୀରୁ ପିଲା ଶିଖିବେ ସ୍ପୋକେନ ଇଂଲିଶ

Ratnamani Maharana

ପିଲାଙ୍କ ପାଇଁ ଭାତ-ଡାଲି, ସାରଙ୍କ ପାଇଁ ଚିକେନ

Ratnamani Maharana

ଲେଉଟିଲା ଶୀତ, ୮ରୁ ପୁଣି ବର୍ଷିବ

Ratnamani Maharana