EnewsOdia.Com

ସିଏବି ବିରୋଧରେ ଜଳୁଛି ଆସାମ, ତ୍ରିପୁରା

ଅଣମୁସଲିମଙ୍କୁ ଭାରତର ନାଗରିକତା ଦେବା ପାଇଁ ଲୋକସଭା ପରେ ରାଜ୍ୟସଭାରେ ନାଗରିକତା ସଂଶୋଧନ ବିଲ(ସିଏବି)୨୦୧୯ ପାରିତ ହୋଇଛି। ବିଜେପି ଆଜିର ଦିନକୁ ଐତିହାସିକ ବୋଲି କହି ଉତ୍ସବ ପାଳୁଥିଲେ ହେଁ ବିରୋଧୀ ଦଳଗୁଡ଼ିକ ଏହା ନାସପନ୍ଦ କରିଛନ୍ତି। ତେବେ  ବିବାଦୀୟ ନାଗରିକତା ସଂଶୋଧନ ବିଲ୍‌ (ସିଏବି) ବିରୋଧରେ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ବ୍ୟାପକ ହିଂସାକାଣ୍ଡ ଦେଖାଦେଇଛି। ବିଶେଷ କରି ଆସାମ ଓ ତ୍ରିପୁରାର ବିଭିନ୍ନ ସ୍ଥାନରେ ପୁଲିସ୍‌ କର୍ମୀ ଓ ବିକ୍ଷୋଭକାରୀ ମୁହାଁମୁହିଁ ହୋଇଛନ୍ତି। ଏହି ଦୁଇ ରାଜ୍ୟ ବାଦ ମଣିପୁର, ମେଘାଳୟ ଓ ନାଗାଲ୍ୟାଣ୍ଡର ବିଭିନ୍ନ ସ୍ଥାନରେ ସିଏବି ବିରୋଧରେ ପୋଡ଼ାଜଳା ଓ ରାସ୍ତା ରୋକ ହୋଇଛି।

ଆସାମରେ ଆନ୍ଦୋଳନ ଉଗ୍ର ରୂପ ନେଉଥିବାରୁ ପ୍ରାୟ ୧୦ଟି ଜିଲ୍ଲାରେ ଇଣ୍ଟର‌ନେଟ୍‌ ସେବା ୨୪ ଘଣ୍ଟା ପାଇଁ ବନ୍ଦ ରଖାଯାଇଛି। ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ଅଧିକ ୫ ହଜାର ଅର୍ଦ୍ଧସାମରିକ ବାହିନୀର ଯବାନ ମୁତୟନ ହୋଇଛନ୍ତି। ସୂଚନାନୁଯାୟୀ କଶ୍ମୀରରୁ ୨୦ କମ୍ପାନି ଯବାନ ଉତ୍ତର ପୂର୍ବ‌କୁ ହିଂସା ନିୟନ୍ତ୍ରଣ ପାଇଁ ପଠାଯାଇଛି।ଅନ୍ୟପକ୍ଷେ ତ୍ରିପୁରାରେ ଗତକାଲି ଅପରାହ୍ନରୁ ୪୮ ଘଣ୍ଟା ପର୍ଯ୍ୟନ୍ତ ମୋବାଇଲ୍‌ ଇଣ୍ଟରନେଟ୍‌ ଓ ଏସଏମ୍‌ଏସ ସେବା ବନ୍ଦ ରହିଛି।ତ୍ରିପୁରାର କାଞ୍ଚନପୁର ଏବଂ ମନୁ ଅଞ୍ଚଳରେ ପରିସ୍ଥିତି ସାଂଘାତିକ ରହିଛି। ସେନାର ଫିଲ୍ଡ କମାଣ୍ଡର ଏବଂ ସେନା ମୁଖ୍ୟାଳୟ ଦ୍ବାରା ସ୍ଥିତି ଭଲଭାବେ ଯାଞ୍ଚ କରାଯାଉଛି।

ପଢନ୍ତୁ: ମୁଖ୍ୟ ଅଭିଯୁକ୍ତଙ୍କ ସହ ଉନ୍ନାଓ ପୀଡ଼ିତାଙ୍କର ବିବାହ ହୋଇଥିଲା

ସମ୍ବନ୍ଧିତ ଖବର

ନଭେମ୍ବର ୨ୟ ସପ୍ତାହରେ ରାଜ୍ୟରେ ଅନୁଭୂତ ହେବ ଶୀତ

Ratnamani Maharana

ରୋଜ ଡେ’ରୁ ଆରମ୍ଭ ହେଲା ପ୍ରେମ ସପ୍ତାହ

Ratnamani Maharana

ବିଏମ୍‌ସି, ବିଡିଏ, ବିଏସ୍‌ସିଏଲ୍‌ କର୍ମଚାରୀଙ୍କୁ ସାଇକେଲରେ ଅଫିସ ଆସିବାକୁ ନିର୍ଦେଶ

Ratnamani Maharana

ଆସନ୍ତାକାଲି ଦୀପାବଳି ପାଳନ କରିବେ ଟ୍ରମ୍ପ

Ratnamani Maharana

ପର୍ଯ୍ୟଟକଙ୍କ ପାଇଁ ଖୋଲିଲା କାଶ୍ମୀର, ୨ମାସ ପରେ ଉଠିଲା କଟକଣା

Ratnamani Maharana

ଫେସ୍‌ବୁକ୍‌ରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଫଟୋ ଭାଇରାଲ୍‌

Ratnamani Maharana