News

କାରରେ ବାଧ୍ୟତାମୂଳକ ହେବ ଉନ୍ନତ ସୁରକ୍ଷା ସୁବିଧା – କେନ୍ଦ୍ର ସଡକ ପରିବହନ ମନ୍ତ୍ରାଳୟ

୨୦୧୯ ଜୁଲାଇ ମାସରୁ ସବୁ କାରରେ ଆଲର୍ଟ ସିଷ୍ଟମ ଭଳି ଉନ୍ନତ ସୁରକ୍ଷା ସୁବିଧା କୁ ବାଧ୍ୟତାମୂଳକ କରାଯିବ ବୋଲି କେନ୍ଦ୍ର ସଡକ ପରିବହନ ମନ୍ତ୍ରାଳୟ ପାକ୍ୟରୁ ସୂଚନା ।

ଜୁଲାଇ ୧, ୨୦୧୯ ପରେ ନିର୍ମିତ ସମସ୍ତ କାର୍‌ରେ ଏୟାର୍‌ ବ୍ୟାଗ୍‌, ସିଟ୍‌-ବେଲ୍‌ଟ୍‌ ରିମାଇଣ୍ଡର୍‌, ଘଣ୍ଟା ପ୍ରତି ୮୦ କି. ମି. ବେଗରୁ ଅଧିକ ବେଗଗାମୀ ନିମନ୍ତେ ଆଲର୍ଟ ସିଷ୍ଟମ୍‌, ରିଭର୍ସ ପାର୍କିଙ୍ଗ୍‌ ଆଲର୍ଟସ୍‌ ତଥା ଜରୁରୀ ପରିସ୍ଥିତି ପାଇଁ ସେଣ୍ଟ୍ରାଲ୍‌ ଲକିଙ୍ଗ୍‌ ସିଷ୍ଟମ୍‌ର ଓଭର୍‌ରାଇଡ୍‌ ମାନୁଆଲ୍‌ ଆଦି ରହିବ।

ବର୍ତ୍ତମାନ କେବଳ ଦାମୀ କାର ଗୁଡିକରେ ଏହି ସବୁ ବ୍ୟବସ୍ଥା ରହିଥିବା ବେଳେ ଆଗକୁ ସବୁ କାରରେ ଏହି ବ୍ୟବସ୍ଥା ରହିବାକୁ ନିୟମ କଡାକଡି କରାଯିବ ।

କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରାଳୟ ଏହି ବ୍ୟବସ୍ଥାର ପ୍ରବର୍ତ୍ତନ ନିମନ୍ତେ ସମୟସୀମା ଅନୁମୋଦନ କରିଛି ଏବଂ ଅଳ୍ପ କେତେ ଦିନ ମଧ୍ୟରେ ଏ ସଂକ୍ରାନ୍ତରେ ବିଜ୍ଞପ୍ତି ପ୍ରକାଶ ପାଇବ।

ଗାଡ଼ି ଆରୋହଣକାରୀଙ୍କ ନିରାପତ୍ତା ପାଇଁ ଗୁରୁତ୍ୱ ବହନ କରୁଥିବା ଏହି ବୈଶିଷ୍ଠ୍ୟମାନ ସମ୍ପ୍ରତି କେବଳ ବିଳାସମୟ କାର୍‌ଗୁଡ଼ିକରେ ରହିଛି। ପ୍ରତି ବର୍ଷ ସଡ଼କ ଦୁର୍ଘଟଣାରେ ହଜାର ହଜାର ମୃତ୍ୟୁ ମୁଖରେ ପଡୁଥିବାରୁ ଭାରତୀୟ ସଡ଼କରେ ଗାଡ଼ିଯାତ୍ରୀ ଏବଂ ପଥଚାରୀମାନଙ୍କ ସୁରକ୍ଷା ନିମେନ୍ତ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରି ଏହି ପଦକ୍ଷେପକୁ ଅନୁମୋଦନ କରିଛନ୍ତି। ୨୦୧୬ରେ ସମୁଦାୟ ୧. ୫୧ ଲକ୍ଷ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁରେ କେବଳ ଦ୍ରୁତ ବେଗ ଯୋଗୁଁ ୭୪୦୦୦ ବ୍ୟକ୍ତି ପ୍ରାଣ ହରାଇଛନ୍ତି।

କାରରେ ବାଧ୍ୟତାମୂଳକ ହେବ ଉନ୍ନତ ସୁରକ୍ଷା ସୁବିଧା - କେନ୍ଦ୍ର ସଡକ ପରିବହନ ମନ୍ତ୍ରାଳୟ  କାରରେ ବାଧ୍ୟତାମୂଳକ ହେବ ଉନ୍ନତ ସୁରକ୍ଷା ସୁବିଧା – କେନ୍ଦ୍ର ସଡକ ପରିବହନ ମନ୍ତ୍ରାଳୟ

ପଢନ୍ତୁ, ପ୍ରଥମ ଥର ନାସା କୁ ନକ୍ଷତ୍ରମାନଙ୍କ ମଧ୍ୟରେ ଏକ ରହସ୍ୟମୟୀ ବସ୍ତୁର ସନ୍ଧାନ ମିଳିଛି

 

Related posts

ରାଞ୍ଚିଠାରେ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

Krishna Kumar Manoj

ଆଶା ଓ ଅଙ୍ଗନବାଡି କର୍ମୀଙ୍କ ପାରିଶ୍ରମିକ ବୃଦ୍ଧି ଘୋଷଣା କଲେ ପ୍ରଧାନମନ୍ତ୍ରୀ

Krishna Kumar Manoj

ଓଡ଼ିଶା ଉପକୂଳରେ ବିରଳ ଅଲିଭ ରିଡଲେ କଇଁଛଙ୍କ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More