EnewsOdia.Com

ଗାଡି ଚାଳକଙ୍କ ପାଇଁ ସତର୍କ ଘଣ୍ଟି, ମାର୍ଚ୍ଚ ପହିଲାରୁ ପୁଣି ଜୋରଦାର ହେବ ଟ୍ରାଫିକ୍ କଟକଣା

କଂଟ ପୂରିଲା, ଏଣିକି କଡାକଡି ହେବ ଚେକିଂ । ପୁଣି ମାର୍ଚ୍ଚ ପହିଲା ତଥା ୧ ତାରିଖରୁ ରାଜ୍ୟରେ କଡାକଡି ହେବ ନୂଆ ମୋଟର ଯାନ ଆଇନ । ଏନେଇ ଆଜି ସୂଚନା ଦେଇଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ତେବେ ଦୁର୍ଘଟଣାର ହାର ହ୍ରାସ କରିବାକୁ ଟ୍ରାଫିକ ନିୟମକୁ କଡାକଡି କରାଯିବ ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି ।ରାଜ୍ୟରେ ନୂଆ ମୋଟର ଯାନ ଲାଗୁ ହେବା ପରେ ଏହାକୁ ନେଇ ଅନେକ ଅଭିଯୋଗ ଆସିଥିଲା । ଯାହାକୁ ୬ ମାସ ପାଇଁ କୋହଳ କରାଯାଇଥିଲା । ତେବେ ଏହି କଂଟ ଏବେ ପୁରିବାକୁ ବସିଛି । ତେଣୁ ଆସନ୍ତା ୧ତାରିଖ ତଥା ମାର୍ଚ୍ଚ ୧ ତାରିଖରୁ ପୁଣି ଥରେ ରାଜ୍ୟରେ ଟ୍ରାଫିକ୍ ଚେକିଂକୁ ନେଇ ଧରପଗଡ ଆରମ୍ଭ ହୋଇଯିବ । ଯାହା ଫଳରେ ମାର୍ଚ୍ଚ ପହିଲାରୁ ଏଣିକି ନିୟମ ଉଲ୍ଲଂଘନ କଲେ ଚାଳକଙ୍କୁ ଆଉ ମିଳିବନି ତ୍ରାହି । ମୋଟା ଅଙ୍କର ଜରିମାନ ସାଙ୍ଗକୁ ରଦ୍ଦ ହୋଇପାରେ ଗାଡି ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ।

ତେବେ ଲାଇସେନ୍ସ ନଥିଲେ, ହେଲମେଟ ପିନ୍ଧିନଥିଲେ, ମଦ୍ୟପାନ କରି ଗାଡି ଚଲାଇଲେ ଫାଇନ ଦେବାକୁ ପଡିବ । କାରର ସିଟ ବେଲଟ ବାନ୍ଧିନଥିଲେ ହଜାରେ ଟଙ୍କା, ବିନା ସେଫଟି ବେଲଟରେ ୧୪ ବର୍ଷରୁ କମ ବୟସର ଶିଶୁଙ୍କ କାରରେ ନେଉଥିଲେ ୧ ହଜାର ଟଙ୍କା ଗଣିବାକୁ ପଡିବ । ସେହିଭଳି ଗୋଟିଏ ବାଇକରେ ୨ରୁ ଅଧିକ ବ୍ୟକ୍ତି ଯାଉଥିଲେ ୧ ହଜାର ଟଙ୍କା , ଗାଡି ଚାଳକଙ୍କ ସହ ପଛରେ ବସିଥିବା ବ୍ୟକ୍ତି ହେଲମେଟ ନ ପିନ୍ଧିଲେ ମଧ୍ୟ ୧ହଜାର ଟଙ୍କା ଜରିମାନା ଆଦାୟ କରାଯିବ । ଏହାଛଡା ରାସ୍ତାରେ ଗଲା ବେଳେ ଆମ୍ବୁଲାନ୍ସ କିମ୍ବା ଦମକଳ ଗାଡିକୁ ବାଟ ନଛାଡିଲେ ୧୦ ହଜାର ଟଙ୍କାର ଜରିମାନା କରାଯିବ ବୋଲି ଚେତାଇ ଦେଇଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାବ ବେହେରା ।

ପଢନ୍ତୁ: ‘ଇଣ୍ଟୁ ଦି ଓ୍ଵାଇଲ୍‌ଡ୍‌ ଓ୍ଵିଥ୍‌ ବେୟର୍‌ ଗ୍ରିଲ୍‌ସ୍‌’ରେ ସୁପର୍‌ ଷ୍ଟାର୍‌ ରଜନୀକାନ୍ତଙ୍କ ପ୍ରୋମୋ

ସମ୍ବନ୍ଧିତ ଖବର

ନୂଆ ରୂପରେ ହେବ କଟକ ଐତିହାସିକ ବାଲିଯାତ୍ରା

Ratnamani Maharana

ସୋନିଆଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

Ratnamani Maharana

ଜମୁଛି ଦିଲ୍ଲୀ ନିର୍ବାଚନୀ ପ୍ରଚାର

Ratnamani Maharana

କରୋନା ଭୟରେ ଚୀନରେ ଲଙ୍ଗ ଡିଷ୍ଟାନ୍ସ ହେୟାର କଟ୍

Ratnamani Maharana

ମାନିଲେନି ବିଡିଏର ପାର୍କିଂ ଫି’ ଆଦାୟ ବନ୍ଦ ନିର୍ଦ୍ଦେଶ, ନିର୍ଭୟରେ ଆଦାୟ କଲେ ଫି’

Ratnamani Maharana

ପ୍ରତିବର୍ଷ କାର୍ତ୍ତିକ ପୁର୍ନିମାରେ ଆୟୋଜିତ ହୁଏ ଭିକ୍ଷୁକ ମେଳା

Ratnamani Maharana