News

ଝାରସୁଗୁଡା ବିମାନ ବନ୍ଦରରୁ ମାର୍ଚ୍ଚ ୩୧ରେ ଉଡିବ ସ୍ପାଇସ୍‌ ଜେଟ୍‌

airport

ମାର୍ଚ୍ଚ ୩୧ରେ ଉଡିବ ସ୍ପାଇସ୍‌ ଜେଟ୍‌

ଝାରସୁଗୁଡ଼ାରୁ ମାର୍ଚ୍ଚ ୩୧ରୁ ଦେଶର ୬ଟି ସ୍ଥାନକୁ ସ୍ପାଇସ ଜେଟ୍‌ର ଉଡ଼ାଣ କରିବ। ଏଥିପାଇଁ ଆଜିଠାରୁ ୱେବସାଇଟ୍‌ରେ ଟିକେଟ୍‌ ବୁକିଂ ଆରମ୍ଭ ହୋଇଯାଇଛି। ଏନେଇ ସୂଚନା ଦେଇଛନ୍ତି ସ୍ପାଇସ ଜେଟ୍‌ର ଚେୟାରମ୍ୟାନ ଅଜୟ ସିଂ। ସ୍ପାଇସ୍‌ ଜେଟ୍‌ ଝାରସୁଗୁଡ଼ାରୁ ନୂଆଦିଲ୍ଲୀ, ହାଇଦ୍ରାବାଦ ଓ କୋଲକୋତା ଚଳାଚଳ କରିବ।

ଉଡାଣ ଯୋଜନା ଆଧାରରେ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଏହି ସ୍ପାଇସ୍‌ ଜେଟ ବିମାନ ଚଳାଚଳ କରିବ ବୋଲି ସୂଚନା ମିଳିଛି। ଏହି ବିମାନ ସେବାର ଲାଭ ଉଠାଇବା ପାଇଁ ଯାତ୍ରୀଙ୍କ ଅପେକ୍ଷାର ଅନ୍ତ ଘଟିଛି।

କିଛିଦିନ ତଳେ ସ୍ପାଇସ୍‌ ଜେଟ୍‌ କର୍ତ୍ତୃପକ୍ଷ ଝାରସୁଗୁଡ଼ା ସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର ପରିଦର୍ଶନ କରିଥିଲେ। ସଂସ୍ଥାର ଏକ ଆଠଜଣିଆ ପ୍ରତିନିଧ ଦଳ ଝାରସୁଗୁଡ଼ାରେ ପହଞ୍ଚି ବିମାନ ବନ୍ଦରର ଭିତ୍ତିଭୂମି ଓ ସୁରକ୍ଷା ବ୍ୟବସ୍ଥା ସହ ଯାତ୍ରୀଙ୍କ ପାଇଁ ଥିବା ବିଭିନ୍ନ ବ୍ୟବସ୍ଥା ସଂପର୍କରେ ଅନୁଧ୍ୟାନ କରିଥିଲେ।

ପଢନ୍ତୁ; ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା: ୧୧ ଜିଲ୍ଲାରେ ହୋଇପାରେ କାଳବୈଶାଖୀ

Related posts

ଏବେ ମଣିଷ ଖାଇବେ ପଶୁମାନଙ୍କ ଔଷଧ, ଯାଣନ୍ତୁ ଏହି ଘଟଣା ବିଷୟରେ

ENO Beuro

ମୁମ୍ବାଇରେ ଖୋଲିବ ଡ୍ୟାନ୍ସ୍‌ବାର୍‌,ସିସିଟିଭି ଓ ଟଙ୍କାବୃଷ୍ଟି ନିଷେଧ

ENO Beuro

Illegal Sand Transport To Uttar Pradesh, Railway Police Has Arrested Two Accused

ENO Beuro

Leave a Comment