26 C
Bhubaneswar
October 1, 2020
EnewsOdia.Com
ନ୍ୟୁଜ୍

କାଲିଠୁ NH ଟୋଲଗେଟରେ ଫାଷ୍ଟଟ୍ୟାଗ୍ ବାଧ୍ୟତାମୂଳକ

ଆସନ୍ତାକାଲିଠାରୁ ଜାତୀୟ ରାଜପଥର ସବୁ ଟୋଲଗେଟ୍ ରେ ଗାଡି ଲାଗି ଫାଷ୍ଟ ଟ୍ୟାଗ୍ ବାଧ୍ୟତାମୂଳକ ହେବ । ଡିସେମ୍ବର ୧ତାରିଖରୁ ଏହା ଲାଗୁ ହେବାର ଥିଲା ତେବେ ପରେ ଏହାକୁ ଡିସେମ୍ବର ୧୫ତାରିଖକୁ ଘୁଞ୍ଚାଇ ଦିଆ ଯାଇଥିଲା ।ଟୋଲଗେଟରେ ଡିଜିଟାଲ ପେମେଣ୍ଟକୁ ପ୍ରୋତ୍ସାହିତ କରିବା ଲାଗି କେନ୍ଦ୍ର ସରକାର ଫାଷ୍ଟ ଟ୍ୟାଗ୍ ବ୍ୟବସ୍ଥାକୁ କଡାକଡି କରିବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ ଅନେକ ଗାଡି ମାଲିକ ଏହି ଫାଷ୍ଟ ଟ୍ୟାଗ୍ ଲଗାଇ ନାହାନ୍ତି । ଜାତୀୟ ରାଜପଥରେ NHAI କାଉଣ୍ଟରରେ ଏହି ଫାଷ୍ଟ ଟ୍ୟାଗ୍ ମିଳିବା ଲାଗି ବ୍ୟବସ୍ଥା କରାଯାଇଛି ।

ଏହାସହ ଫାଷ୍ଟ ଟ୍ୟାଗ୍ ଅନଲାଇନରେ ମଧ୍ୟ ମିଳିପାରିବ । କାଲିଠୁ ଟୋଲଗେଟରେ ନଗଦ ଟଙ୍କା ନିଆଯିବ ନାହିଁ l ଫାଷ୍ଟ ଟ୍ୟାଗ ଜରିଆରେ ଅନଲାଇନରେ ଗାଡି ମାଲିକଙ୍କ ଆକାଉଣ୍ଟରୁ ଟଙ୍କା କଟିବ l କିନ୍ତୁ ଫାଷ୍ଟ ଟ୍ୟାଗ ବିଷୟରେ ଅନେକ ଗାଡି ମାଲିକ ଜାଣି ନାହାନ୍ତି । ଫଳରେ ସେମାନେ ଅଡୁଆରେ ପଡିବାର ଆଶଙ୍କା ରହିଛି ।

ପଢନ୍ତୁ: ରାମ ମନ୍ଦିର ପାଇଁ ପରିବାର ପିଛା ୧୧ ଟଙ୍କା ଓ ପଥର ମାଗିଲେ ଯୋଗୀ

Related posts

ଝଡ଼ ବି ସୃଷ୍ଟି କରେ ଭୂମିକମ୍ପ, “Stormquakes” ର ଆବିଷ୍କାର କଲେ ସିସ୍ମୋଲୋଜିଷ୍ଟ

Ratnamani Maharana

ଆଜିଠାରୁ ଆରମ୍ଭ ହେଉଛି ଚଳିତ ବର୍ଷର ମାଟ୍ରିକ ପରୀକ୍ଷା

Ratnamani Maharana

କୋର୍ଟ ଭିତରକୁ ମନା ସରକାରୀ ବାବୁଙ୍କ ରଙ୍ଗୀନ ଡ୍ରେସ୍

Ratnamani Maharana

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More