ସ୍କୁଲ ବହିରେ ସ୍ଥାନ ପାଇବ ବାଜପେୟୀଙ୍କ ଜୀବନୀ

vaj

ବାଜପେୟୀଙ୍କୁ ସାରା ଭାରତ ଝୁରୁଛି। ଯିଏ ସବୁବେଳେ ଲୋକଙ୍କ ହିତ ପାଇଁ ତାଙ୍କ ଜୀବନକୁ ଉତ୍ସର୍ଗକୃତ କରିଥିଲେ ତାଙ୍କ ବିୟୋଗରେ ଭାଙ୍ଗିପଡିଛି ସମଗ୍ର ଦେଶ। ଦେଶରେ ଶୋକ ଛାଇଯାଇଛି।

ଏବେ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜୀବନୀ ପାଠ୍ୟପୁସ୍ତକରେ ସ୍ଥାନ ପାଇବ ବୋଲି ରାଜସ୍ଥାନ ସରକାର ଘୋଷଣା କରିଛନ୍ତି । ଛାତ୍ରଛାତ୍ରୀଙ୍କୁ ଦେଶର ବରପୁତ୍ର ଓ ବୀରମାନଙ୍କ ସମ୍ବଦ୍ଧରେ ସୂଚିତ କରିବା ଓ ସେମାନଙ୍କ ମଧ୍ୟରେ ଦେଶପ୍ରୀତିଭାବ ଜାଗ୍ରତ କରାଇବାରେ ସହାୟକ ପାଇଁ ରାଜ୍ୟ ସରକାର ଅନେକ ମହାପୁରୁଷଙ୍କ ଜୀବନୀ ପାଠ୍ୟପୁସ୍ତକରେ ସ୍ଥାନ ଦେଇଛନ୍ତି।

vaj

ପୂର୍ବରୁ ଆରଏସଏସ୍ ପ୍ରତିଷ୍ଠାତା ବୀର ସାୱରକର, ବିଜେପି ପ୍ରତିଷ୍ଠତା ଦୀନ ଦୟାଲ୍ ଉପାଧ୍ୟାୟଙ୍କ ଜୀବନୀ ପାଠ୍ୟପୁସ୍ତକରେ ସ୍ଥାନ ପାଇଛି। ସେହିପରି ଏକାଦଶ ଶ୍ରେଣୀ ପାଇଁ ଉଦ୍ଦିଷ୍ଟ ପାଠ୍ୟପୁସ୍ତକରେ ପ୍ରଧାନମନ୍ତ୍ରୀ ସମ୍ପର୍କିତ ବିଷୟରେ ୨୦୧୫-୧୬ରେ ବାଜପେୟୀଙ୍କ ସମ୍ପର୍କରେ ତିନୋଟି ଅନୁଚ୍ଛେଦ ଯୋଡ଼ା ଯାଇଥିଲା।

ଏହି ସମ୍ପର୍କରେ ଆଲୋଚନା କରି ରାଜସ୍ଥାନ ଶିକ୍ଷା ମନ୍ତ୍ରୀ ବାସୁଦେବ ଦେବନାନି କହିଛନ୍ତି ଯେ ସାମ୍ପ୍ରତିକ ସ୍ଥିତିରେ ଅନ୍ୟ ନେତାଙ୍କ ସହିତ ବାଜପେୟୀଙ୍କ ତୁଳନା ସମ୍ଭବ ନୁହେଁ । ତେଣୁ ତାଙ୍କ ଜୀବନୀ ଛାତ୍ରଛାତ୍ରୀଙ୍କୁ ଅଧିକ ଉତ୍ସାହିତ କରିପାରିବ। କେଉଁ ଶ୍ରେଣୀରେ ବାଜପେୟୀଙ୍କ ଜୀବନୀ ସ୍ଥାନ ପାଇବ ତାହା ନିର୍ଦିଷ୍ଟ ଭାବେ ଜଣାପଡ଼ିନାହିଁ। ତେବେ ତାଙ୍କ ସ୍କୁଲ୍ ଜୀବନରୁ ଜରୁରୀକାଳୀନ ପରିସ୍ଥିତି, ଆଣବିକ ପରୀକ୍ଷଣ, କାରଗିଲ୍ ଯୁଦ୍ଧ, ବିଶ୍ୱ ରାଜନୀତିରେ ପ୍ରଭାବ ସମ୍ପର୍କରେ ସେଥିରେ ଉଲ୍ଲେଖ ରହିବ ବୋଲି ଜଣାପଡ଼ିଛି।

ପଢନ୍ତୁ;ହଳଦି ମିଶ୍ରିତ କ୍ଷୀର ପିଇବା ଦ୍ଵାରା କେଉଁ ରୋଗ ଭଲ ହୁଏ ଜାଣନ୍ତୁ?

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More