News

ପୂର୍ବତନ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଦୋଳଗୋବିନ୍ଦ ପ୍ରଧାନଙ୍କ ପରଲୋକ

ପୂର୍ବତନ ମନ୍ତ୍ରୀ ତଥା ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଦୋଳଗୋବିନ୍ଦ ପ୍ରଧାନଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ବୟସ ହୋଇଥିଲା। ଭୁବନେଶ୍ୱର ସ୍ଥିତ ବାସଭବନରେ ସେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।

୧୯୮୦-୧୯୯୦ ମସିହା ପର୍ଯ୍ୟନ୍ତ କଟକସଦର ବିଧାନସଭା ଆସନରୁ କଂଗ୍ରେସ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୧୯୮୯ରେ ହେମାନନ୍ଦ ବିଶ୍ୱାଳଙ୍କ ମନ୍ତ୍ରୀମଣ୍ଡଳରେ ନଗରଉନ୍ନୟନ ମନ୍ତ୍ରୀ ଭାବେ କିଛି ମାସ ପାଇଁ ରହିଥିଲେ। ୧୯୭୫ ମସିହାରେ କଟକସଦର ପଞ୍ଚାୟତ ସମିତିର ଅଧ୍ୟକ୍ଷ ଭାବେ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିଲେ ଦୋଳଗୋବିନ୍ଦ ପ୍ରଧାନ।

pradhna

ମହାତ୍ମା ଗାନ୍ଧିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଦୋଳଗୋବିନ୍ଦ ୧୯୪୨ ମସିହାରେ ଭାରତଛାଡ଼ ଆନ୍ଦୋଳନରେ ସାମିଲ ହୋଇଥିଲେ। ସ୍ୱାଧୀନତା ସଂଗ୍ରାମ ପାଇଁ ସେ କଟକ ଓ ବ୍ରହ୍ମପୁର ସେଣ୍ଟ୍ରାଲ ଜେଲ୍‌ରେ ୩ବର୍ଷ ୨ମାସ ଧରି ଜେଲ୍‌ ଦଣ୍ଡ ମଧ୍ୟ ଭୋଗିଥିଲେ।

ସ୍ୱର୍ଗତ ଦୋଳଗୋବିନ୍ଦଙ୍କର ୪ପୁଅ,୩ଝିଅ ଓ ଧର୍ମପତ୍ନୀ ଅଛନ୍ତି। ଦୋଳଗୋବିନ୍ଦଙ୍କ ଇଚ୍ଛା ଅନୁସାରେ ତାଙ୍କର ପୈତୃକ ବାସଭବନ ଗତିରାଉତପାଟଣା ନିକଟସ୍ଥ ଡିହସାହିରେ ସୋମବାର ଅପରାହ୍ନରେ ତାଙ୍କର ଅନ୍ତିମ ସଂସ୍କାର ଗତିରାଉତ ପାଟଣାରେ କରାଯିବ ବୋଲି ପରିବାର ସୁତ୍ରରୁ ଜଣାପଡିଛି।

ପଢନ୍ତୁ;ଏମ୍ସରେ ବ୍ୟାଟେରୀ ଚାଳିତ ବସ ସେବାର ଶୁଭାରମ୍ଭ କଲେ ଶ୍ରୀ ଜେ.ପି.ନଡ୍ଡା

Related posts

ଗିରଫ ହେଲେ ବଲିଉଡ୍‌ ଗାୟକ ମିକା ସିଂହ

ENO Beuro

ଭାରତରେ ଇତିହାସ ରଚିଲା ବିଶ୍ୱ ସୁନ୍ଦରୀ ମୁକୁଟ, ମୁକୁଟର ଅଧିକାରିଣୀ ହେଲେ ମାନୁସି ଚିଲର

ENO Beuro

ନୋ ପାର୍କିଂ ରେ ରଖାଯାଇଥିବା ଗାଡିର ଫଟୋ ଉଠାଇ ପଠାନ୍ତୁ ଓ ପୁରସ୍କାର ଜିତନ୍ତୁ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More