ଆପଣ ଖାଉଥିବା ଖାଦ୍ୟ କେତେ ସୁରକ୍ଷିତ ? ଏବେ ନିଜେ ପରିକ୍ଷା କରି ଜାଣିପାରିବେ

ଆପଣ ଖାଉଥିବା ଖାଦ୍ୟ କେତେ ସୁରକ୍ଷିତ, ଏବେ ନିଜେ ପରିକ୍ଷା କରି ଜାଣିପାରିବେ

ଏବେ ଆପଣ ଖାଉଥିବା ଖାଦ୍ୟକୁ ପରିକ୍ଷା କରି ଜାଣିପାରିବେ ଯେ ଏହା କେତେ ସୁରକ୍ଷିତ । ଏଥିପାଇଁ ଏକ “ଫୁଡ୍‌ ସେଫ୍‌ଟି ଅନ୍‌ ହ୍ଵିଲ୍‌ସ” ର ବ୍ୟବସ୍ଥା କରାଯାଇଛି । ଲୋକମାନଙ୍କ ନିକଟରେ ଏହି ଭ୍ୟାନ୍‌ ପହଞ୍ଚି ସ୍ଥାନୀୟ ଲୋକଙ୍କଠାରୁ ନମୁନା ସଂଗ୍ରହ କରିବ ଓ ସଙ୍ଗେ ସଙ୍ଗେ ଖାଦ୍ୟ ସୁରକ୍ଷିତ କି ନୁହେଁ ତାହାର ରିପୋର୍ଟ ଦେବ ।

କେନ୍ଦ୍ରୀୟ ଖାଦ୍ୟ ସୁରକ୍ଷା ଓ ପ୍ରାଧିକରଣ ମାନକ ବା ଏଫ୍‌ଏସ୍‌ଏସ୍‌ଏଆଇ ପକ୍ଷରୁ ଏହି ଭ୍ୟାନ୍‌ ଓଡ଼ିଶାକୁ ଦିଆଯାଇଛି। ଆସନ୍ତା କିଛିଦିନ ମଧ୍ୟରେ ଏହି ଭ୍ୟାନ୍‌ ଭୁବନେଶ୍ୱର ସମେତ ରାଜ୍ୟର ଅନ୍ୟ ସ୍ଥାନରେ ଖାଦ୍ୟ ପରୀକ୍ଷା କରିବ ବୋଲି ଜଣାପଡ଼ିଛି।

ଏହି ଭ୍ୟାନ୍‌ରେ ଗ୍ରୋସେରିରେ ବିକ୍ରି ହେଉଥିବା ଜିନିଷ, ପ୍ରସ୍ତୁତ ଖାଦ୍ୟ, ପାଣି, କ୍ଷୀର, ଘିଅ ଓ ତେଲ ଭଳି ପଦାର୍ଥର ପରୀକ୍ଷା କରାଯିବ। ଭ୍ୟାନ୍‌ଟି କୌଣସି ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନରେ ନ ରହି ବିଭିନ୍ନ ପରିବା ମାର୍କେଟ, ହାଟ ଓ ଜନଗହଳି ପୂର୍ଣ୍ଣ ସ୍ଥାନରେ ବିକ୍ରି ହେଉଥିବା ଖାଦ୍ୟ ପଦାର୍ଥର ଯାଞ୍ଚ କରିବ। ବ୍ୟକ୍ତିଗତ ଭାବେ ଯେଉଁ ବ୍ୟକ୍ତି ଖାଦ୍ୟ କିମ୍ବା ପାନୀୟର ମାନ ପରୀକ୍ଷା କରିବାକୁ ଚାହିଁବେ ସେମାନେ ଏହି ଭ୍ୟାନ୍‌ରେ ପରୀକ୍ଷା କରିପାରିବେ। ଏହି ପରୀକ୍ଷା ପାଇଁ ଜଣେ ବ୍ୟକ୍ତିଙ୍କୁ ୧୦ଟଙ୍କା ଦେବାକୁ ପଡ଼ିବ।

ଭ୍ୟାନରେ ଏଲ୍‌ସିଡି ଓ ମାଇକର ବ୍ୟବସ୍ଥା ରହିଛି। ଲୋକମାନଙ୍କୁ ଏହି ଜରିଆରେ ସଚେତନ କରାଯିବ । ଏହି ଭ୍ୟାନ୍‌ରେ ଜଣେ ଲାବୋରେଟୋରି ଟେକ୍‌ନିସିଆନ୍‌, ଜଣେ ଖାଦ୍ୟ ସୁରକ୍ଷା ଅଧିକାରୀ ଓ ଅନ୍ୟାନ୍ୟ କର୍ମଚାରୀ ରହିବେ।

ସୂଚନା ଅନୁଯାୟୀ, ଖାଦ୍ୟ ଓ ପାନୀୟରେ ଅପମିଶ୍ରଣ ଦିନକୁ ଦିନ ବଢ଼ି ବଢ଼ି ଚାଲିଛି। ଲୋକଙ୍କ ମଧ୍ୟରେ ଏଥିପାଇଁ ସଚେତନତାର ଅଭାବ ଯୋଗୁଁ ଅସ୍ୱାସ୍ଥ୍ୟକର ତଥା ବାସି ଖାଦ୍ୟ ଦୋକାନୀମାନେ ବିକ୍ରି କରୁଛନ୍ତି । ବଜାରରେ ବିକ୍ରି ହେଉଥିବା ଖାଦ୍ୟ କିମ୍ବା ପାନୀୟର ନମୁନା ରିପୋର୍ଟ ପାଇବା ପାଇଁ ଅପେକ୍ଷା କରିବାକୁ ପଡ଼ୁଛି। ତେଣୁ ‘ଫୁଡ ସେଫ୍‌ଟି ଅନ୍‌ ହ୍ଵିଲ୍‌ସ’ ଏ ଦିଗରେ ସହାୟକ ହୋଇପାରିବ।

ଆପଣ ଖାଉଥିବା ଖାଦ୍ୟ କେତେ ସୁରକ୍ଷିତ, ଏବେ ନିଜେ ପରିକ୍ଷା କରି ଜାଣିପାରିବେ

ପଢନ୍ତୁ, ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ହେବ ଜୟ କିଷାନ ସମାବେଶ, ସମାଜସେବୀ ଆନ୍ନା ହଜାରେ ହେବେ ସାମିଲ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More