News

ପ୍ରାକୃତିକ ଏବଂ ତାଜା ଖାଦ୍ୟ ନାଁରେ ଠକୁଥିବା ସଂସ୍ଥା ମାନଙ୍କ ପାଇଁ କଟକଣା ଜାରିକଲା ଏଫ୍‌ଏସ୍‌ଏସ୍‌ଏଆଇ

ପ୍ରାକୃତିକ ଏବଂ ତାଜା ଖାଦ୍ୟ ନାଁରେ ଠକୁଥିବା ସଂସ୍ଥା ମାନଙ୍କ ପାଇଁ କଟକଣା ଜାରିକଲା ଏଫ୍‌ଏସ୍‌ଏସ୍‌ଏଆଇ

‘ପ୍ରାକୃତିକ ଏବଂ ତାଜା’ ଖାଦ୍ୟ ନାଁରେ ଲୋକମାନଙ୍କୁ ଠକୁଥିବା ସଂସ୍ଥା ମାନଙ୍କ ପାଇଁ ଫୁଡ୍‌ ସେଫ୍‌ଟି ଆଣ୍ଡ୍‌ ଷ୍ଟାଣ୍ଡାର୍ଡସ୍‌ ଅଥରିଟି ଅଫ୍‌ ଇଣ୍ଡିଆ (ଏଫ୍‌ଏସ୍‌ଏସ୍‌ଏଆଇ) ତରଫରୁ ନୂଆ କଟକଣା ଲାଗୁ କରାଯାଇଛି । ବିଭିନ୍ନ ଖାଦ୍ୟ ସାମଗ୍ରୀ ପ୍ୟାକେଟ୍‌ ଉପରେ ଛପା ଯାଉଥିବା ‘ଫ୍ରେସ୍‌’, ‘ନେଚୁରାଲ୍‌’, ‘ଟ୍ରାଡିସ୍‌ନାଲ୍‌’ ଆଦି ଲେବେଲ୍‌ ଉପରେ ରୋକ ଲଗାଉଛି ଏଫ୍‌ଏସ୍‌ଏସ୍‌ଏଆଇ।

ଏଫ୍‌ଏସ୍‌ଏସ୍‌ଏଆଇ‘ର ବିଜ୍ଞାପନ ଏବଂ ଦାବି ବିଭାଗର ନିୟମ ଅନୁସାରେ କେବଳ ପ୍ରକ୍ରିୟାକରଣ ହୋଇ ନ ଥିବା ଖାଦ୍ୟ ସମାଗ୍ରୀ ପ୍ୟାକେଟ୍‌ରେ ‘ଫ୍ରେସ୍‌’ ଲେବେଲ୍‌ ଲଗାଯାଇ ପାରିବ । ସେ ପ୍ୟାକେଟ୍‌ରେ ଥିବା ସାମଗ୍ରୀକୁ ଖାଇବା ଉପଯୋଗୀ କରାଇବାକୁ ଧୁଆଧୋଇ, ଚୋପା ଛଡ଼ାଇବା ଭଳି ପ୍ରକ୍ରିୟାକରଣ କରାଯାଇଥିବା ଆବଶ୍ୟକ। କିନ୍ତୁ, ତାହାର ମୌଳିକ ବୈଶିଷ୍ଟ୍ୟ ବଦଳା ଯାଇ ନ ଥିବ।

ସେହିଭଳି ରାସାୟନିକ ପଦାର୍ଥ ଦିଆଯାଇ ପ୍ୟାକେଟ୍‌ରେ ରଖାଯାଇଥିବା ଖାଦ୍ୟ ସାମଗ୍ରୀ ଉପରେ କୌଣସିମତେ ‘ଫ୍ରେସ୍‌ଲି ଷ୍ଟୋର୍‌ଡ୍‌’ କିଂବା ‘ଫ୍ରେସ୍‌ଲି ପ୍ୟାକ୍‌ଡ୍‌’ ବୋଲି ଛାପା ଯାଇପାରିବ ନାହିଁ । ଯେତେସମ୍ଭବ ଖାଇବା ଉପୋଯୋଗୀ ଖାଦ୍ୟରେ ରାସାୟନିକ ପଦାର୍ଥ ବା ଅନ୍ୟ କୌଣସି ପ୍ରକାର ସଂରକ୍ଷକ ମିଶା ଯିବାକୁ ଅନୁମତି ଦିଆଯିବ ନାହିଁ ।

କୌଣସି ଜିନିଷ ମିଶା ନ ଯାଇ କେବଳ ଉଦ୍ଭିଦ, ପ୍ରାଣୀ, ଅଣୁଜୀବ ଏବଂ ଖନିଜ ପଦାର୍ଥରୁ ପ୍ରସ୍ତୁତ ଖାଦ୍ୟ ପ୍ୟାକେଟ୍‌ରେ ‘ନେଚୁରାଲ୍‌’ ଛାପା ଯାଇପାରିବ।

ପ୍ରାକୃତିକ ଏବଂ ତାଜା ଖାଦ୍ୟ ନାଁରେ ଠକୁଥିବା ସଂସ୍ଥା ମାନଙ୍କ ପାଇଁ କଟକଣା ଜାରିକଲା ଏଫ୍‌ଏସ୍‌ଏସ୍‌ଏଆଇ

ପଢନ୍ତୁ, ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ନୀଳମାଧବ ପଣ୍ଡାଙ୍କ ନିର୍ଦ୍ଦେଶିତ “କଡ୍‌ବି ହାଓ୍ଵା ” ଚଳଚ୍ଚିତ୍ର ଆଜି ମୁକ୍ତିଲାଭ କରୁଛି

Related posts

ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିଲେ ମିଥୁନ ଚକ୍ରବର୍ତ୍ତୀ

Ratnamani Moharana

ଡାକ୍ତରଙ୍କ ମାନବିକତା ପାଇଁ ଗୋପବନ୍ଧୁ ସମ୍ମାନ ପ୍ରଦାନ କରିବେ ରାଜ୍ୟ ସରକାର

ENO Beuro

ମହାରାଷ୍ଟ୍ର ବସ ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ENO Beuro

Leave a Comment